News18 Odia Digital
ମୁମ୍ବାଇ: ମୁମ୍ବାଇର ଜଣେ ୨୦ ବର୍ଷ ବୟସର ଯୁବକଙ୍କୁ ପ୍ରୋଟେକ୍ସନ ଅଫ ଚାଇଲ୍ଡ ଫର୍ମ ସେକ୍ସୁଆଲ ଅଫେନ୍ସ (POCSO) ଅଧିନିୟମ ଅନୁଯାୟୀ ଏକ ବର୍ଷ ପାଇଁ ଦଣ୍ଡିତ କରାଯାଇଛି । ସେ ଜଣେ ନାବାଳିକାକୁ ଆଖି ମାରିବା ଓ ଫ୍ଲାଇଙ୍ଗ କିସ୍ କରିବାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ବାସ୍ତବରେ ୧୪ ବର୍ଷୀୟା ପୀଡିତା ୨୯ ଫେବୃଆରୀ ୨୦୨୦ ରେ ନିଜ ମା’ଙ୍କୁ କହିଥିଲେ ଯେ ଜଣେ ଯୁବକ ତାଙ୍କୁ କେବଳ ଆଖି ମାରି ନଥିଲେ ବରଂ ଅନେକ ଥର ଫ୍ଲାଇଙ୍ଗ କିସ୍ ମଧ୍ୟ କରିଥିଲେ। ଏହା ପରେ ପୀଡିତାଙ୍କ ପରିବାର ଏଲଟି ମାର୍ଗ ପୋଲିସ ଷ୍ଟେସନରେ ଯୁବକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତକୁ ଗିରଫ କରି ଜେଲକୁ ପଠାଇ ଦେଇଛି ।
ଏହାର ଶୁଣାଣି ସମୟରେ ଅଭିଯୁକ୍ତ ଯୁବକ କୋର୍ଟରେ ଦାବି କରିଛନ୍ତି ଯେ ସେ ଓ ପୀଡିତା ଭିନ୍ନ ସମ୍ପ୍ରଦାୟର ଅଟନ୍ତି । ତେଣୁ ଝିଅର ମା' ଦୁହିଁଙ୍କୁ ପରସ୍ପର ସହ କଥା ହେବାକୁ ବାରଣ କରିଥିଲେ । କେବଳ ଏତିକି ନୁହେଁ ଅଭିଯୁକ୍ତ ଯୁବକ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଝିଅ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ କରାଯାଇଥିବା ଚ୍ୟାଲେଞ୍ଜ କାରଣରୁ ତାଙ୍କୁ ଫସାଇ ଦିଆଯାଇଛି ।
ଶୁଣାଣି ସମୟରେ ପୀଡିତା, ତାଙ୍କ ମା ଓ ତଦନ୍ତକାରୀ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ଏହା ପରେ କୋର୍ଟ ସ୍ୱୀକାର କରିଛନ୍ତି ଯେ ଦୋଷୀ ସାବ୍ୟସ୍ତ ହେବା ପାଇଁ ଏହି ତିନି ଜଣଙ୍କ ବୟାନ ଯଥେଷ୍ଟ । ଦୋଷୀଙ୍କୁ ଏକ ବର୍ଷ ଦଣ୍ଡର ଆଦେଶ ଦେବାବେଳେ କୋର୍ଟ କହିଛନ୍ତି ଯେ ମାମଲାର ବିଦ୍ୟମାନ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କ ତରଫରୁ ଆଖି ମାରିବା ଓ ଫ୍ଲାଇଙ୍ଗ କିସ୍ କରିବା ପିଡୀତଙ୍କୁ ଯୌନ ନିର୍ଯାତନା ଅଟେ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।