ନିର୍ଭୟା ମାମଲା: ଦୋଷୀ ବିନୟ ପାଗଳାମିର ଛଳନା କରୁଛି ବୋଲି ସ୍ପଷ୍ଟ ହେଲା; ଫାଶୀ ପାଇବା ନିଶ୍ଚିତ

ବିନୟ ଶର୍ମାର ମାନସିକ ସ୍ଥିତିର ଡାକ୍ତରୀ ପରୀକ୍ଷାରୁ ଜଣା ପଡ଼ିଛି ଯେ ସେ ମାନସିକ ବିକାରର ନାଟକ କରୁଛି । ତାକୁ କୌଣସି ମାନସିକ ସ୍ୱାସ୍ଥ୍ୟ ସଂସ୍ଥାନକୁ ଚ଼ିକିତ୍ସା ପାଇଁ ପଠେଇବାର ଆବଶ୍ୟକତା ନାହିଁ ବୋଲି କହି କୋର୍ଟ ତା’ ଆବେଦନକୁ ଖାରଜ କରିବା ପରେ ତା’ ପାଖରେ ଆଉ ଅନ୍ୟ ପନ୍ଥା ନାହିଁ ।

ନିର୍ଭୟା ମାମଲା: ଦୋଷୀ ବିନୟ ପାଗଳାମିର ଛଳନା କରୁଛି ବୋଲି ସ୍ପଷ୍ଟ ହେଲା; ଫାଶୀ ପାଇବା ନିଶ୍ଚିତ
ନିର୍ଭୟା ମାମଲାରେ ମାର୍ଚ୍ଚ ୩ରେ ଫାଶୀ ପାଇବାକୁ ଥିବା ଚ଼ାରି ଦୋଷୀ
  • News18 Odia
  • Last Updated: February 23, 2020, 4:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚ଼ାରିଜଣ ଦୋଷୀଙ୍କ ମଧ୍ୟରୁ ଜଣକର ‘ପାଗଳାମି’ ପାଇଁ ଚ଼ିକିତ୍ସା ଜରୁରୀ ବୋଲି ଆବେଦନକୁ ଦିଲ୍ଲୀର ଏକ ନ୍ୟାୟାଳୟ ଖାରଜ କରି କହିଛନ୍ତି ଯେ ସେ ଛଳନା କରୁଛି ଓ ମିଛରେ ନିଜକୁ ସେହିଭଳି ପାଗଳ ବୋଲି ଜଣେଇବାକୁ ଚ଼ାହୁଁଛି ।

ଅତିରିକ୍ତ ସେସନସ୍‌ ଜଜ୍‌ ଧର୍ମେନ୍ଦ୍ର ରାଣା ଦୋଷୀ ବିନୟ କୁମାର ଶର୍ମାର ଆବେଦନକୁ ଖାରଜ କରିବା ବେଳେ କହିଛନ୍ତି ଯେ ବିନୟ କୌଣସି ମନସ୍ତାତ୍ତ୍ୱିକ ସଙ୍କଟରେ ଥିବାର କୌଣସି ସଙ୍କେତ ନାହିଁ ଓ ତାକୁ ଆବେଦନରେ କହହାଯାଇଥିବା ମୁତାବକ ‘ଇନଷ୍ଟିଚ୍ୟୁଟ ଅଫ ହ୍ୟୁମାନ ବିହେଭିୟର୍‌ ଆଣ୍ଡ୍‌ ଆଲାଏଡ଼ ସାଇନ୍ସେସ (IHBAS) ବା ଅନ୍ୟ କୌଣସି ହସ୍ପିଟାଲକୁ ପଠେଇବାର କୌଣସି ଆବଶ୍ୟକତା ନାହିଁ ।

ବିନୟର ଆବେଦନରେ କୁହାଯାଇଥିଲା ଯେ ତା’ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଓ ତା’ ଡ଼ାହାଣ ହାତରେ ଏକ ଫ୍ରାକ୍ଚର୍‌ ହୋଇଛି, ଆଉ ସେ ‘‘ପାଗଳାମି’’, ‘‘ମାନସିକ ଅସୁସ୍ଥତା’’ ତଥା ‘‘ସିଜୋଫ୍ରିନିଆ’’ରେ ପୀଡ଼ିତ ।

ବିନୟର ଆବେଦନକୁ ଖାରଜ କରିବା ବେଳେ ଶନିବାର କୋର୍ଟ କହିଛନ୍ତି ଯେ ମୃତ୍ୟୁ ସଜା ମାମଲାରେ ଫାଶୀ ପାଇବାକୁ ଯାଉଥିବା ଦୋଷୀମାନଙ୍କର ଚ଼ିନ୍ତା ଓ ଅବସାଦ ରହିବା ଏକ ସାଧାରଣ କଥା । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନଙ୍କୁ ପର୍ଯ୍ୟାପ୍ତ ଚ଼ିକିତ୍ସା ଓ ମନୋବୈଜ୍ଞାନିକ ସହାୟତା ପ୍ରଦାନ କରାଯାଇଛି ।

‘‘ଜେଲ ଅଧୀକ୍ଷକଙ୍କୁ ପୁଣି ଆଉ ଥରେ ଦୋଷୀମାନଙ୍କର ପର୍ଯ୍ୟାପ୍ତ ଦେଖାଶୁଣା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି,’’ ଜଜ୍‌ କହିଛନ୍ତି ।

କୋର୍ଟରେ ତିହାର ଜେଲରେ କାର୍ଯ୍ୟରତ ଡଃ ବିବେକ ରସ୍ତୋଗୀ ଓ ଡଃ ଆକାଶ ନାରାଡ଼େଙ୍କ ନିଜ ରିପୋର୍ଟରେ କହିଥିଲେ ଯେ ଯଦିଓ ଦୋଷୀ ବିନୟ ଶର୍ମା ଚିନ୍ତିତ, ଉତ୍ତେଜିତ ଓ ବିଶ୍ରାମହୀନ ଦେଖାଯାଉଛି, ସେ ମନୋଚିକିତ୍ସା ବିଶେଷଜ୍ଞଙ୍କ ଦ୍ବାରା ଦିଆଯାଉଥିବା ସହୟକ ଚିକିତ୍ସାରେ ଭଲ ପ୍ରତିକ୍ରିୟା ଦେଉଛି ।

‘‘ଏହା ସ୍ପଷ୍ଟ ରୂପେ ଦେଖାଯାଇଛି ଯେ ତାଙ୍କ ମନୋବିଜ୍ଞାନିକ ମୂଲ୍ୟାଙ୍କନ ଅନୁସାରେ ତାଙ୍କ ଠାରେ କୌଣସି ବ୍ୟବହାର ସମ୍ବନ୍ଧୀୟ ଅସାମାନ୍ୟତାର ପରିଲକ୍ଷିତ ହୋଇନାହିଁ । ଏହା ସୂଚିତ କରାଯାଇଛି ଯେ ଦୋଷୀର ଆଚ଼ରଣ ଜାଣିଶୁଣି କରାଯାଉଥିବା ଅସୁବିଧା ସୃଷ୍ଟିକାରୀ ବ୍ୟବହାର,’’ ଜଜ୍‌ କହିଛନ୍ତି ।

‘‘ତା’ର ମାନସିକ ସ୍ଥିତି ପରୀକ୍ଷା ସମୟରେ ଦୋଷୀ ମନସ୍ତାତ୍ତ୍ୱିକ ବିଶେଷଜ୍ଞଙ୍କୁ ସେ ଏକ ମାନସିକ ରୋଗୀ ବୋଲି ରିପୋର୍ଟ ଦେଇ ଓ ତାକୁ ଆଇନଗତ ସହାୟତା କରି ତା’ର ମୃତ୍ୟୁ ଦଣ୍ଡରୁ ବଞ୍ଚାଇବାକୁ ଗୁହାରି କରିଥିଲା ବୋଲି ସ୍ପଷ୍ଟ ଦେଖାଯାଇଛି,’’ ଜଜ୍‌ କହିଛନ୍ତି ।

ବିନୟର ମାନସିକ ସ୍ଥିତିର ପରୀକ୍ଷାରୁ ଜଣା ପଡ଼ିଛି ଯେ ସେ ମାନସିକ ବିକାରର ନାଟକୀୟ ଓ ଉପରଠାଉରିଆ ପ୍ରଦର୍ଶନ କରୁଥିଲା ବୋଲି କୋର୍ଟ କହିଛନ୍ତି ।

କୋର୍ଟ୍‌ ପୁଣି କହିଛନ୍ତି ଯେ ବିନୟର ମନୋବୈଜ୍ଞାନିକ ସ୍ଥିତିର ପରୀକ୍ଷାରୁ ଜଣା ପଡ଼ିଛି ଯେ ସେ ଛଳନା କରୁଛି ଓ ତାର’ର ମାନସିକ ସ୍ଥିତି ଓ ଭାଇଟାଲ ସ୍ଥିତି ସନ୍ତୋଷଜନକ ରହିଛି ।

ଅଦାଲତ ପରେ କହିଛନ୍ତି ଯେ ସିସିଟିଭି ଫୁଟେଜରେ ଦୋଷୀକୁ ତା’ ନିଜ ଓକିଲ ଓ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରୁଥିବାର ଦେଖା ଯାଇଥିଲା, ଆଉ ତା’ର ସାଧାରଣ ଚ଼ାଲିଚ଼ଳନରେ କୌଣସି ଅସାମାନ୍ୟ ବ୍ୟବହାରର ସୂଚନା ନ ଥିଲା । ତିହାର ଜେଲର ଅଧିକାରୀମାନେ ନିଜ ଦଲିଲରେ ବିନୟ ଶର୍ମାର ଆବେଦନକୁ ‘‘ବିକୃତ ତଥ୍ୟର ଏକ ବଣ୍ଡଲ୍‌’’ ବୋଲି କହିଛନ୍ତି ଓ କୋର୍ଟକୁ ଜଣାଇଛନ୍ତି ଯେ ତାକୁ ନିୟମିତ ଚିକିତ୍ସା ଓ ଦେଖାଶୁଣା ସୁବିଧା ମିୟମିତ ଦିଆଯାଉଛି । ଜେଲ୍‌ ଅଧିକାରୀମାନେ କହିଛନ୍ତି ଯେ ସିସିଟିଭି ଫୁଟେଜରୁ ଜଣା ପଡ଼ିଛି ଯେ ବିନୟ ନିଜେ ନିଜକୁ ଆଘାତ କରିଥିଲା ।

ସୁରକ୍ଷା ପକ୍ଷର ଓକିଲ ଏ.ପି. ସିଂହ କହିଛନ୍ତି ଯେ ଦୋଷୀର ହାତରେ ପ୍ଲାଷ୍ଟର ବନ୍ଧାଯାଇଛି, ଆଉ ସେଥିରୁ ଜଣାପଡ଼ୁଛି ଯେ ତା’ ହାତରେ ଫ୍ରାକ୍ଚର୍ ଅଛି ଓ ଏହା କୌଣସି ଉପରଠାଉରିଆ ଆଘାତ ନୁହେଁ ।

‘‘ଜେଲ କର୍ତ୍ତୃପକ୍ଷ କୋର୍ଟ ଠାରୁ ତାଙ୍କ (ବିନୟଙ୍କ) ଆଘାତ ବିଷୟରେ ତଥ୍ୟ କାହିଁକି ଲୁଚ଼ାଇଥିଲେ? ବସ୍ତାବେଜ୍‌ କାହିଁକି ଦାଖଲ କରାଯାଉନାହିଁକ୍?’’ କୋର୍ଟରେ ପ୍ରଶ୍ନ କରିଥିଲେ ଏ.ପି. ସିଂହ । ଜେଲ ଅଧିକାରୀମାନେ ତାଙ୍କ କଥାକୁ ବିରୋଧ କରି କହିଥିଲେ ଯେ ତାଙ୍କ ବାହୁରେ ଫ୍ରାକ୍ଚର୍‌ ଥିଲା ।
First published: February 23, 2020, 4:54 PM IST
corona virus btn
corona virus btn
Loading