- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଓୟୋ ଆପ୍ ମାଧ୍ୟମରେ ବୁକ୍ ହୋଇଥିବା ହୋଟେଲଗୁଡ଼ିକର ରୁମରେ ସିକ୍ରେଟ କ୍ୟାମେରା ଲଗାଇ ଦମ୍ପତିଙ୍କ ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ଉତ୍ତରପ୍ରଦେଶର ନୋଏଡା ଠାରେ ୪ ଜଣଙ୍କୁ ଗିରଫ କରାଯାଇଛି। ପତି ପତ୍ନୀ ଓୟୋ ରୁମକୁ ଯାଇଥିବା ସମୟରେ ଏମାନେ ଲୁଚାଯାଇଥିବା କ୍ୟାମେରାରେ ସେମାନଙ୍କ ଭିଡିଓ ସୁଟ୍ କରୁଥିଲେ। ସୂଚନା ଅନୁଯାୟୀ କପଲଙ୍କୁ ରେକର୍ଡେଡ ଭିଡିଓ ପଠାଇବା ସହିତ ବ୍ଲାକମେଲ କରି ଟଙ୍କା ମାଗିଥିଲେ ଅଭିଯୁକ୍ତ। ଟଙ୍କା ଦେବାକୁ ମନା କରିବାରୁ ଭାଇରାଲ କରିଦେବା ନେଇ ଦେଉଥିଲେ ଧମକ।
ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଅଭିଯୁକ୍ତମାନେ ଓୟୋ ହୋଟେଲରେ ରୁମ୍ ବୁକ୍ ପୂର୍ବରୁ ସିକ୍ରେଟ କ୍ୟାମେରା ରଖିବାର ବ୍ୟବସ୍ଥା କରିଥିଲେ। କିଛି ଦିନ ପରେ ସେମାନେ ପୁନର୍ବାର ଚେକ୍ କରି କ୍ୟାମେରା ନେଇଗଲାପରେ ସେମାନେ ଟାର୍ଗେଟରେ ଥିବା କପଲଙ୍କ ସହ ଯୋଗାଯୋଗ କରିଥିଲେ।
ଗିରଫ ଅଭିଯୁକ୍ତ ହେଲେ - ବିଷ୍ଣୁ ସିଂ, ଅବଦୁଲ ୱାହାଭ, ପଙ୍କଜ କୁମାର ଏବଂ ଅନୁରାଗ କୁମାର ସିଂ - ନୋଏଡାରେ କାର୍ଯ୍ୟ କରୁଥିବା ତିନୋଟି ଭିନ୍ନ ଗ୍ୟାଙ୍ଗର ଅଂଶ ବୋଲି ଜଣାଯାଇଛି। ଅଭିଯୁକ୍ତମାନେ କଲ୍ ସେଣ୍ଟର ଏବଂ ବେଆଇନ କାର୍ଯ୍ୟକଳାପ ପାଇଁ ନକଲି ସିମ୍ କାର୍ଡ ଯୋଗାଇବା ସହିତ ଅନେକ ବେଆଇନ କାର୍ଯ୍ୟକଳାପରେ ଜଡିତ ଥିଲେ। ୧୧ଟି ଲାପଟପ୍, ୨୧ମୋବାଇଲ୍ ଫୋନ ଏବଂ ୨୨ଟି ଏଟିଏମ୍ କାର୍ଡ ଜବତ କରିଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ଏହି ଗ୍ୟାଙ୍ଗର ସାରା ଦେଶରେ ଅପରେସନ ଚାଲିଥିବାର ସୂଚନା ମିଳିଛି। ଏଥିସହିତ ଅଭିଯୁକ୍ତମାନଙ୍କ ପାଖରୁ ଅନେକ ଅଶ୍ଳୀଳ ଭିଡିଓ ମିଳିଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।