କି ନିର୍ଲଜ୍ଜ! ପାର୍କରେ ପିଲାମାନେ ଖେଳୁଥିବା ବେଳେ ତାଙ୍କ ସାମନାରେ ସେକ୍ସ କ୍ରିୟାରେ ଲାଗିଲେ ଦମ୍ପତି

ଦମ୍ପତିଙ୍କ ଭିଡିଓ ରେକର୍ଡ଼ିଂ କରିଥିବା ମହିଳା କହିଛନ୍ତି ଯେ ସେ ସେମାନଙ୍କ ରେକର୍ଡିଂ ଆରମ୍ଭ କରିବା ପୂର୍ବରୁ ‘‘ମାମଲା ଅଧିକ ଖରାପ ଥିଲା’’ । ଦୁହେଁ ଭୁଲି ଯାଇଥିଲେ ଯେ ସେମାନେ ଏକ ଲୋକାରଣ୍ୟ ସର୍ବସାଧାରଣ୍ ସ୍ଥାନରେ ଅଛନ୍ତି ।

କି ନିର୍ଲଜ୍ଜ! ପାର୍କରେ ପିଲାମାନେ ଖେଳୁଥିବା ବେଳେ ତାଙ୍କ ସାମନାରେ ସେକ୍ସ କ୍ରିୟାରେ ଲାଗିଲେ ଦମ୍ପତି
ଏହି ଅଭାବନୀୟ ଘଟଣା ଘଟିଛି ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକରେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ୟାଙ୍ଗକକ୍‌: ଲୋକ ଲଜ୍ଜାକୁ ଖାତିର ନ କରି ଏକ ଦମ୍ପତି ଏକ ପାର୍କରେ ଖେଳୁଥିବା ପିଲାମାନଙ୍କ ସାମନାରେ ସେକ୍ସ କ୍ରିୟାରେ ଲାଗିଥିଲେ । ଏକ ପାର୍କରେ ଯୌନ ସମ୍ପର୍କ ରଖୁଥିବା ବେଳେ ଏହି ଯୁବକ ଓ ଯୁବତୀଙ୍କ ଦୃଶ୍ୟ ଭିଡିଓ କ୍ୟାମେରାରେ ଧରାପଡି଼ଛି । ଏବେ ପୋଲିସ ସେମାନଙ୍କୁ ଖୋଜୁଛି ।

ଏହି ଅଭାବନୀୟ ଘଟଣା ଘଟିଛି ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକରେ । ଏକ ମୋବାଇଲ୍‌ ଫୋନର କ୍ୟାମେରାରେ ଉତ୍ତୋଳନ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଏହି ଦମ୍ପତି ପାର୍କରେ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ ସେତେବେଳେ ସେହି ପାର୍କରେ ଅନେକ ପିଲା ଖେଳୁଥିଲେ (Thailand sex at park) ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ସୋସିଆଲ୍ ମିଡ଼ିଆରେ ନିଜ ନଗ୍ନ ଫଟୋ ଛାଡ଼ି ଓଡ଼ିଆ ଅଭିନେତ୍ରୀ ଇଣ୍ଟରନେଟରେ ନିଆଁ ଲଗାଇଲେ

ପୋଲିସ ଅଧିକାରୀମାନେ କହିଛନ୍ତି ଯେ ପାର୍କରେ ଉପସ୍ଥିତ ଥିବା ରତ୍ତାନ ନାମକ ଜଣେ ମହିଳା ନିଜ ମୋବାଇଲ୍ ଫୋନ୍‌ କ୍ୟାମେରାରେ ଏହି ଦମ୍ପତିଙ୍କ କାର୍ଯ୍ୟକଳାପକୁ କଏଦ କରିଥିଲେ। ମହିଳା ଜଣକ କହିଛନ୍ତି ଯେ ସେ ଏହି ଭିଡିଓ ଏଇଥି ପାଇଁ ପ୍ରସ୍ତୁତ କରିଥିଲେ ଯାହା ଫଳରେ ଅଧିକାରୀମାନେ ସର୍ବସାଧାରଣ ସ୍ଥାନରେ ଯୌନ ସମ୍ପର୍କ (sex at public place) ରଖିଥିବା ଦମ୍ପତିଙ୍କୁ ଧରି ପାରିବେ ।

ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ଫୋନ୍ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?

‘‘ମୁଁ ସେମାନଙ୍କ ରେକର୍ଡିଂ ଆରମ୍ଭ କରିବା ପୂର୍ବରୁ ମାମଲା ଅଧିକ ଖରାପ ଥିଲା । ଦୁହେଁ ଭୁଲି ଯାଇଥିଲେ ଯେ ସେମାନେ ଏକ ପାର୍କରେ ଅଛନ୍ତି । ଏପରି ଲୋକେ ସାଧାରଣ ଆବଶ୍ୟକତା କଥା ବି ବୁଝନ୍ତି ନାହିଁ । ସେହି ପାର୍କରେ ସେହି ସମୟରେ ପିଲାମାନେ ଓ ଅନ୍ୟ ଲୋକମାନେ ବୁଲୁଥିଲେ । ହେଲେ ଏହି ଦମ୍ପତିଙ୍କୁ ଏ ସବୁର ଟିକିଏ ବି ଖାତିର୍‌ ନ ଥିଲା,’’ ମହିଳା ଜଣକ କହିଛନ୍ତି (Bangkok sex at park)।

ଏହା ବି ପଢ଼ନ୍ତୁ | ଫେସବୁକରେ ଲାଇଭ୍ ଆତ୍ମହତ୍ୟା କଲେ ଢେଙ୍କାନାଳ ଯୁବକ; ଭାଉଜ ଅନ୍ୟମାନଙ୍କୁ ଦୋଷ ଦେଲେ

ମହିଳାଙ୍କ ଠାରୁ ଅଭିଯୋଗ ପାଇବା ପରେ ପୋଲିସ ସେହି ପାର୍କରେ ପହଞ୍ଚି ଯାଞ୍ଚ କରିଥିଲା । ଯେଉଁଠି ସେହି ଯୁବକ ଓ ଯୁବତୀ ସେକ୍ସ କରିଥିଲେ ସେହି ସ୍ଥଳରୁ ପୋଲିସ ଏକ କଣ୍ଡୋମ ପ୍ୟାକେଟ ପାଇଥିଲା ।



‘‘ଆମେ ସେହି ଭିଡିଓ ଦେଖିବା ପରେ ତଦନ୍ତରେ ଲାଗିଛୁ । ସେହି ଘଟଣା ଫେବୃଆରୀ ୧୩ରେ ଘଟିଥିଲା । ପାର୍କରେ ସିସିଟିଭି କ୍ୟାମେରା ଲଗାଯାଇ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି । ଥାଇଲ୍ୟାଣ୍ଡରେ ସର୍ବସାଧାରଣ ସ୍ଥାନରେ ଯୌନ ସମ୍ପର୍କ (sex act) ଏକ ଅପରାଧ,’’ କହିଛନ୍ତି ଫାହନ୍ ୟୋଥିଲ୍ ଜିଲ୍ଲା ପୋଲିସ୍ ଷ୍ଟେସନର ଅଧିକାରୀ ଲେଫ୍ଟନାଣ୍ଟ୍‌ କର୍ଣ୍ଣଲ୍ ସୋମଚିଟ୍ ।
Published by: Anand Shankar Thankur Das
First published: March 2, 2021, 2:36 PM IST