ତନ୍ତ୍ର ପୂଜା ପାଇଁ ନିଜ ମୁଣ୍ଡ କାଟି ହୋମ କୁଣ୍ଡରେ ଅର୍ପଣ କଲେ ଦମ୍ପତି

ଦମ୍ପତି ନିଜ କ୍ଷେତରେ ନିଜ ମୁଣ୍ଡ କାଟି ହୋମ କୁଣ୍ଡରେ ପକେଇଦେଲେ । ତନ୍ତ୍ର ରୀତିନୀତି ପରେ, ଦମ୍ପତି କୂଳ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜ ମୁଣ୍ଡ କାଟିଦେଇଥିଲେ ।

ତନ୍ତ୍ର ପୂଜାରେ ଏହି ଦମ୍ପତି ନିଜ ମୁଣ୍ଡ କାଟି ହୋମ କୁଣ୍ଡରେ ରଖିଦେଲେ, ଆଉ ତାପରେ..

ତନ୍ତ୍ର ପୂଜାରେ ଏହି ଦମ୍ପତି ନିଜ ମୁଣ୍ଡ କାଟି ହୋମ କୁଣ୍ଡରେ ରଖିଦେଲେ, ଆଉ ତାପରେ..

  • News18 Odia
  • Last Updated :
  • Rajkot, India
  • Share this:
News 18 Odia Digital

ଅନ୍ଧ ବିଶ୍ବାସକୁ ନେଇ ଆପଣ ଅନେକ କାହାଣୀ ଶୁଣିଥିବେ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଶୁଣିଲେ ଲୋମଟାଙ୍କୁରି ଉଠିବ । କେଉଁଠି ବଞ୍ଚଯିବ ଭାବି ଶବକୁ ଘରେ ରଖିବା ତା ଆଉ କେଉଁଠି ବଳି ନାଁରେ ହତ୍ୟା, ଗଣ ଆତ୍ମହତ୍ୟା ବି ଶୁଣିଥିବେ । ହେଲେ କେବେ ଶୁଣିଛନ୍ତି କି କେହି ନିଜ ମୁଣ୍ଡକାଟି ଅର୍ପଣ କରିବା । ସିଏ ପୁଣି କେବଳ ନିଜର ନୁହଁ ପତି ପତ୍ନୀ ଏକା ସମୟରେ ଶରୀରରୁ ମୁଣ୍ଡ ଅଲଗା କରି ହୋମକୁଣ୍ଡରେ ପକାଇଛନ୍ତି ।

ଗୁଜୁରାଟ ରାଜକୋଟ (rajkot)ର ଭିଞ୍ଚିଆ ଗ୍ରାମରେ ଅନ୍ଧବିଶ୍ୱାସ ଜନିତ ଏକ ମାମଲା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏଠାରେ ଏକ ଦମ୍ପତି ନିଜ କ୍ଷେତରେ ନିଜ ମୁଣ୍ଡ (head) କାଟି ହୋମ କୁଣ୍ଡରେ ପକେଇଦେଲେ । ତନ୍ତ୍ର ରୀତିନୀତି ପରେ, ଦମ୍ପତି କୁଳ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜ ମୁଣ୍ଡ କାଟିଥିବା ଜଣାପଡ଼ିଛି । ସ୍ୱାମୀ ଓ ସ୍ତ୍ରୀ ନିଜେ ଏପରି ଏକ ଷ୍ଟାଣ୍ଡ୍ (stand) ପ୍ରସ୍ତୁତ କରିଥିଲେ ଯେ ଉଭୟଙ୍କ ମୁଣ୍ଡ ଏକତ୍ର କାଟି ହୋଇ ହୋମ କୁଣ୍ଡରେ ପଡ଼ିଥିଲା । ଯେଉଁଥିରେ ଏକ ତୀକ୍ଷ୍ଣ ଅସ୍ତ୍ରକୁ ଏକ ଭାରୀ ଲୁହା ପ୍ଲେଟ ତଳେ ବାନ୍ଧି ରଖାଯାଇଥିଲା ।

କୁହାଯାଉଛି କି ଏହି ଦମ୍ପତି (couple) ହୋମ କୁଣ୍ଡ ଆଡ଼କୁ ମୁଣ୍ଡ କରି ଶୋଇଥିଲେ ଓ ଏକ ଭାରୀ ଏବଂ ତୀକ୍ଷ୍ଣ ଅସ୍ତ୍ରକୁ ଏକ ଷ୍ଟାଣ୍ଡରେ ପ୍ରସ୍ତୁତ ରଖିଥିଲେ । ପରେ ଦଉଡ଼ିଟି ହାତରୁ ଛାଡ଼ିଦେବା ପରେ ଓଜନିଆ ଓ ଧାରୁଆ ଅସ୍ତ୍ର ସିଧାସଳଖ ଦମ୍ପତିଙ୍କ ବେକ ଉପରେ ପଡିଥିଲା ଓ ଉଭୟଙ୍କ ମୁଣ୍ଡ ତଣ୍ଟିରୁ ଅଲଗା ହୋଇ ଯାଇଥିଲା। ହୋମ କୁଣ୍ଡରେ ଗୋଟେ ମୁଣ୍ଡ ପଡ଼ିଥିବା ସ୍ପଷ୍ଟ ଦେଖାଯାଉ ଥିବାବେଳେ ସ୍ୱାମୀଙ୍କ ମୁଣ୍ଡ ହୋମ କୁଣ୍ଡ ବଦଳରେ ବାହାରେ ଏକ କୋଣରେ ପଡ଼ିଥିବାର ଦେଖାଯାଇଛି ।

ଉଭୟଙ୍କ ଆତ୍ମହତ୍ୟା ନୋଟ ବ୍ୟତୀତ ଘଟଣାସ୍ଥଳରୁ ୫୦ ଟଙ୍କା ମୂଲ୍ୟର ଏକ ଷ୍ଟାମ୍ପ ପେପର ମଧ୍ୟ ମିଳିଛି। ହେମୁଭାଇ ଏବଂ ହାନସାବେନ୍ ମାକୱାନା ନାମକ ଏହି ଦମ୍ପତି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତାନ୍ତ୍ରିକ ରୀତିନୀତିରେ ଆତ୍ମହତ୍ୟା କରିଛନ୍ତି। ଏହି ମାମଲାରେ ପୋଲିସ (police) ଘଟଣାସ୍ଥଳରେ ପହଞ୍ଚି ତଦନ୍ତ (investigation) ଆରମ୍ଭ କରିଛି। ପ୍ରଶ୍ନ ଉଠିଛି କି, କମଲ ପୂଜା କରିବାର କାରଣ କ’ଣ? କେହି ତାଙ୍କୁ ତନ୍ତ୍ର ପୂଜା ପାଇଁ ଉତ୍ସାହିତ କରିଥିଲେ କି? କେଉଁ ଉଦ୍ଦେଶ୍ୟରେ ତନ୍ତ୍ର ପୂଜା କରାଯାଇଥିଲା? ପରିବାର (family)ର ଅନ୍ୟ ସଦସ୍ୟମାନେ ତନ୍ତ୍ର ପୂଜା ବିଷୟରେ ଅବଗତ ନଥିଲେ କି?

ଏହି ଖବର ପଢ଼ନ୍ତୁ-  ପାଣିପାଗ ବିଭାଗର ସତର୍କ ସୂଚନା: ୧୮ ରୁ ଏହି ଜିଲ୍ଲା ଗୁଡିକରେ ବର୍ଷା !
Published by:Soubhagya Mishra
First published: