ମର୍ମନ୍ତୁଦ ଦୁର୍ଘଟଣା! ଗୋଟିଏ ଚିତାରେ ଜଳିଲା ପତି ଓ ପତ୍ନୀଙ୍କ ଶବ; ପାଖରେ ପୁଅକୁ ପୋତାଗଲା

Husband and Wife Bodies Burn in One Pyre,, Son's Buried Nearby | ଅନ୍ତିମ ସତ୍କାର ପୂର୍ବରୁ ସେନା ଯବାନଙ୍କ ମୃତ ଦେହକୁ ଆର୍ମି କ୍ୟାମ୍ପକୁ ନିଆଯାଇଥିଲା । ତିରଙ୍ଗାରେ ଗୁଡ଼ାଯାଇଥିବା ତାଙ୍କ ମୃତ ଦେହ ଉପରେ ସୈନିକମାନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।

ମର୍ମନ୍ତୁଦ ଦୁର୍ଘଟଣା! ଗୋଟିଏ ଚିତାରେ ଜଳିଲା ପତି ଓ ପତ୍ନୀଙ୍କ ଶବ; ପାଖରେ ପୁଅକୁ ପୋତାଗଲା
ଗୋଟିଏ ଚିତାରେ ଜଳୁଛି ପତି ଓ ପତ୍ନୀଙ୍କ ଶବ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗୟା: ଜଣେ ପୁରୁଷ ଓ ନାରୀ ବିବାହ କରି ସନ୍ତାନ ଜନ୍ମ କରନ୍ତି ଏହି ଆଶାରେ ଯେ ସନ୍ତାନ ବଡ଼ ହେବା ବେଳକୁ ସେମାନେ ଦୁହେଁ ବୁଢ଼ାବୁଢ଼ୀ ହୋଇଯାଇଥିବେ ଓ ସନ୍ତାନ ସେମାନଙ୍କ ଯତ୍ନ ନେବ । ହେଲେ ଏହି ଭାଗ୍ୟ ସବୁ ଲୋକଙ୍କ କପାଳରେ ନ ଥାଏ । ଗୋଟିଏ ମର୍ମନ୍ତୁଦ ଦୁର୍ଘଟଣା ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ସହ ତାଙ୍କ ପୁଅର ମୃତ୍ୟୁ ଘଟିବା ପରେ ଏହି କଥା ପୁଣି ଥରେ ସତ୍ୟ ପ୍ରମାଣିତ ହୋଇଛି ।

ଗୋଟିଏ ଚିତାରେ ପତି ଓ ପତ୍ନୀଙ୍କ ଶବ ଜଳୁଥିବା ବେଳେ ଚିତା ଚାରି ପାଖରେ ଠିଆ ହୋଇଥିବା ପରିଜନ, ସମ୍ପର୍କୀୟ ଓ ଆଖପାଖର ଲୋକ ସମସ୍ତଙ୍କ ଆଖିରୁ ଲୁହ ବୋହୁଥିଲା । ଏହି ଘଟଣା ଘଟିଛି ବିହାରର ଗୟା ଜିଲ୍ଲାରେ । ରବିବାର ଦିନ ସେନାର ଜଣେ ଯବାନ ନିଜ ପତ୍ନୀ ଓ ପୁଅ ସହ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ଯବାନ ପିଣ୍ଟୁ ସିଂ, ତାଙ୍କ ପତ୍ନୀ କାଜଲ ଦେବୀ ଓ ପାଞ୍ଚ ବର୍ଷର ପୁଅ ରେହାନର ମୃତ୍ୟୁ ଘଟିଥିଲା ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ଛୁଆ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ବାପା ମଲେ

ସୋମବାର ଦିନ ଯବାନ ପିଣ୍ଟୁ ସିଂ, ତାଙ୍କ ପତ୍ନୀ କାଜଲ ଦେବୀ ଓ ପୁଅ ରେହାନଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତି ଅନୁସାରେ କରାଯାଇଥିଲା । ଏହି ସମୟରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଆଖିରେ ଲୁହ ଆସିଯାଇଥିଲା । ଏହା ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା ଯେ ସ୍ୱାମୀ ଓ ସ୍ତ୍ରୀ ଗୋଟିଏ ଚିତାରେ ଏକାଠି ଜଳୁଥିଲେ । ଆଉ ପିଲାଟିକୁ ସେଇଠି ପାଖରେ ପୋତି ଦିଆଯାଇଥିଲା। ସେଠାରେ ଉପସ୍ଥିତ ସମସ୍ତେ ଅତ୍ୟନ୍ତ ଭୀଷଣ କାନ୍ଦୁଥିବା ଦେଖାଯାଇଥିଲା ।

ଏହି ଫଟୋରେ ବାମ ପଟେ ସ୍ୱାମୀ-ସ୍ତ୍ରୀ ଓ ତାଙ୍କ ଦୁଇ ପିଲା ଅଛନ୍ତି ।


ଅନ୍ତିମ ସତ୍କାର ପୂର୍ବରୁ ସେନା ଯବାନଙ୍କ ମୃତ ଦେହକୁ ଗୟା ଆର୍ମି କ୍ୟାମ୍ପକୁ ଅଣାଯାଇଥିଲା । ଦିହା ଗାଁର ଅନେକ ଲୋକ ସକାଳୁ ସେନା ଶିବିରରେ ପହଞ୍ଚିଥିଲେ । ଅପରାହ୍ଣରେ ତିରଙ୍ଗାରେ ଗୁଡ଼ାଯାଇଥିବା ପିଣ୍ଟୁ ସିଂଙ୍କ ମୃତ ଦେହକୁ ସେନାର ସୈନିକମାନେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସମୟରେ ଦୁଇ ମିନିଟର ନିରବତା ଅବଲମ୍ବନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଦା ଆଖିର ଦେଶର ସେବାରେ ନିୟୋଜିତ ଏହି ବୀରଙ୍କୁ ଗ୍ରାମବାସୀମାନେ ଶେଷ ବିଦାୟ ଦେଇଥିଲେ ।

ଏହା ବି ପଢ଼ନ୍ତୁ | ମାସ ପରେ ଜେଲ୍ରୁ ବାହାରିବା ବେଳେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁହଁରେ ହସ ଥିଲା

ସ୍ୱାମୀ ଓ ସ୍ତ୍ରୀଙ୍କୁ ସେମାନଙ୍କ ପୁତୁରା ମୁଖାଗ୍ନି ଦେଇଥିଲା । ଗୋଟିଏ ଚିତାରେ ସେନା ଯବାନ ପିଣ୍ଟୁ କୁମାର ଓ ତାଙ୍କ ପତ୍ନୀ କାଜଲ ସିଂଙ୍କୁ ଜଳାଯାଇଥିବା ବେଳେ ଶିଶୁଟିର ମୃତ ଦେହକୁ କିଛି ଦୂରରେ ନଦୀ କୂଳରେ ପୋତି ଦିଆଯାଇଥିଲା । ମୃତ ପିଣ୍ଟୁ କୁମାର ମଥୁରାର ଆର୍ମି ହସ୍ପିଟାଲର ଜଣେ ନର୍ସିଂ କର୍ମଚାରୀ ଥିଲେ ଓ କିଛି ଦିନ ପୂର୍ବରୁ ପଦୋନ୍ନତି ପାଇ ସେ ନାଏକ୍‌ ହୋଇଥିଲେ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଲକଡାଉନ୍ ଉଠିବା ପ୍ରକ୍ରିୟା ଜଲ୍ଦି ଆରମ୍ଭ ହେବ; ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି

କିଛି ଦିନ ତଳେ ସେନା ଯବାନ ପିଣ୍ଟୁ କୁମାର ସିଂ ଗୟା ଜିଲ୍ଲାର ଗୁରୁରୁ ବ୍ଲକରେ ଥିବା ତାଙ୍କ ଦିହା ପଞ୍ଚାୟତ ଗାଁରେ ନିଜର ଏକ ନୂଆ ଘର ନିର୍ମାଣ କରିଥିଲେ । ସେ ଗୃହ ପ୍ରବେଶ କରିବା ପାଇଁ ମାସକର ଛୁଟି ନେଇ ଗୟା ଆସିଥିଲେ । ରବିବାର ବିଳମ୍ବିତ ରାତିରେ କୈମୁରର ଦୁର୍ଗାବତୀ ନିକଟରେ ଏକ ବାଲି ବୋଝେଇ ଟ୍ରକ୍ ସେମାନଙ୍କ କାର୍‌ ଉପରେ ଓଲଟି ପଡି଼ଥିଲା ।



ସେହି ଦୁର୍ଘଟଣାରେ ସେନା ଯବାନ, ତାଙ୍କ ପତ୍ନୀ ଓ ପାଞ୍ଚ ବର୍ଷର ପୁଅର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ତାଙ୍କର ସାତ ବର୍ଷର ଝିଅ ସୁରକ୍ଷିତ ବଞ୍ଚିଯାଇଥିଲା । ତିନି ଜଣ ମୃତକଙ୍କ ପୋଷ୍ଟମର୍ଟମ୍‌ କୈମୁରରେ ହିଁ କରାଯାଇଥିଲା । ତା’ ପରେ ସମସ୍ତଙ୍କ ମୃତ ଦେହକୁ ଆର୍ମି ହସ୍ପିଟାଲ ଗୟାକୁ ଅଣାଯାଇଥିଲା । କାଗଜପତ୍ର କାମ ପରେ ସେମାନଙ୍କୁ ସେନାର ଏକ ଗାଡି଼ରେ ଶବଦାହ ସ୍ଥଳକୁ ନିଆଯାଇଥିଲା ।
Published by: Anand ST Das
First published: June 14, 2021, 7:18 PM IST