ପତି ଓ ପତ୍ନୀଙ୍କ ସହ ତାଙ୍କର ୧୨ ଓ ୮ ବର୍ଷର ପୁଅ ଝିଅ ବି ଦଉଡ଼ି ଲଗେଇ ଆତ୍ମହତ୍ୟା କଲେ

କ୍ଷୀର ବାଲା ସକାଳେ ଆସି ଝରକାରୁ ଦେଖିଲା ମୃତ ଦେହ ଗୁଡ଼ିକ ଘର ଭିତରେ ଝୁଲୁଛି । ପାରିବାରିକ କଳହ କାରଣରୁ ଏହି ପରିବାରର ଚାରି ସଦସ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି ଟିଭିରେ ଲାଗିଥିବା ସୁଇସାଇଡ୍ ନୋଟରେ ଲେଖାଥିଲା ।

ପତି ଓ ପତ୍ନୀଙ୍କ ସହ ତାଙ୍କର ୧୨ ଓ ୮ ବର୍ଷର ପୁଅ ଝିଅ ବି ଦଉଡ଼ି ଲଗେଇ ଆତ୍ମହତ୍ୟା କଲେ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାରାବାଙ୍କି: ପିଲାମାନଙ୍କ ସମେତ ଗୋଟିଏ ପରିବାରର ଚାରି ଜଣ ଯାକ ସଦସ୍ୟ ଫାଶି ଲଗେଇ ନିଜ ଜୀବନ ଲୀଳା ଶେଷ କରିଛନ୍ତି (family suicide)। ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ଓ ପ୍ରାଶାସନିକ ଅଧିକାରୀମାନେ ସେହି ଘରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

ଏହି ଦୁଃଖଦ ଘଟଣା ଉତ୍ତର ପ୍ରଦେଶର (Uttar Pradesh) ବାରାବାଙ୍କି (Barabanki) ଜିଲ୍ଲାରେ ମଙ୍ଗଳବାର ଦିନ ଘଟିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କ ଦୁଇ ନିରୀହ ପିଲା । ଘଟଣାର ଆମୂଳଚୂଳ ତଦନ୍ତ ପାଇଁ ପୋଲିସ ଫୋରେନସିକ୍ ଟିମର ସାହାଯ୍ୟ ନେଉଛି । ପୋଲିସର ସୂଚନା ଅନୁସାରେ ମୃତକମାନେ ଘଟଣା ସ୍ଥଳରେ ଛାଡ଼ି ଯାଇଥିବା ଆତ୍ମହତ୍ୟା ନୋଟରେ (suicide note) ପାରିବାରିକ ବିବାଦ କାରଣ ବୋଲି ଲେଖାଯାଇଛି ।

ପ୍ରାୟ ମାସକ ପୂର୍ବେ ବାରାବାଙ୍କିରେ ସଫେଦାବାଦ ଅଞ୍ଚଳରେ ଘଟିଥିବା ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ଆତ୍ମହତ୍ୟା (suicide) ଘଟଣାର ଏ ପର୍ଯ୍ୟନ୍ତ ସମାଧାନ ହୋଇପାରି ନ ଥିବା ବେଳେ ପୁଣି ସେହି ପ୍ରକାର ଘଟଣା ସ୍ଥାନୀୟ ଲୋକଙ୍କ ମନରେ ଦୁଃଖ ସୃଷ୍ଟି କରିଛି ।

ପୋଲିସ ଜାଣିବାକୁ ପାଇଥିଲା ଯେ ମୁଖ୍ୟାଳୟର ଆବାସ ବିକାଶ ଅଞ୍ଚଳରେ ଥିବା ଏକ ଘରେ ରହୁଥିବା ଏକ ପରିବାର ଦଉଡ଼ି ଦେଇ ଆତ୍ମହତ୍ୟା କରିଛି । ଏହି ସୂଚନା ପାଇ ପୋଲିସ ଅଧିକାରୀମାନେ ଚକିତ ହୋଇଥିଲେ । ସେମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୋଲିସ ଫୋରେନସିକ୍ ଦଳକୁ ଡାକି ଘଟଣାର ମୂଳ ପର୍ଯ୍ୟନ୍ତ ଯିବା ଆରମ୍ଭ କରିଛି।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ପୋଲିସ ଘଟଣା ସ୍ଥଳରେ ଟିଭିରେ ଲାଗିଥିବା ଏକ ସୁଇସାଇଡ୍‌ ନୋଟକୁ ମଧ୍ୟ ପାଇଥିଲା । ପୋଲିସର ସୂଚନା ଅନୁସାରେ ସକାଳେ କ୍ଷୀର ବାଲା ଏହି ପରିବାରର ଘରକୁ କ୍ଷୀର ଦେବା ପାଇଁ ଆସିଥିଲା । ଯେତେବେଳେ କବାଟ ଖୋଲି ନ ଥିଲା, ସେ ଝରକା ଦେଇ ଭିତକରୁ ଅନାଇ ଦେଖିଥିଲା ଯେ ମୃତ ଦେହଗୁଡ଼ିକ ଦଉଡ଼ିରୁ ଝୁଲୁଛି ।

ବାରାବାଙ୍କିର ପୋଲିସର ଅଧୀକ୍ଷକ ଡକ୍ଟର ଅରବିନ୍ଦ ଚତୁର୍ବେଦୀ କହିଛନ୍ତି ଯେ ମଉ ଜିଲ୍ଲାର ଘୋସି ପୋଲିସ ଷ୍ଟେସନ ଅଞ୍ଚଳର ଲଲିତ କିଶୋର ଗୌଡ଼ ତାଙ୍କ ପରିବାର ସହିତ ଭଡ଼ା ଘରେ ରହୁଥିଲେ। ଏହା ପୂର୍ବରୁ ସେ ଦିଲ୍ଲୀରେ କାମ କରୁଥିଲେ। ପରେ ସେ ଲକ୍ଷ୍ନୌକୁ ଯାଇ ଜଣେ ସହକର୍ମୀଙ୍କ ସହ ସେଠାରେ ଏକ ଏଲଇଡି ବଲ୍ବ ତିଆରି କାରଖାନା ସ୍ଥାପନ କରିଥିଲେ । ଏହି କାରଖାନାର କାର୍ଯ୍ୟାଳୟ ଚିହ୍ନଟ ଅଞ୍ଚଳରେ ଅଛି । ଏହି କାରଖାନାରେ କୌଣସି ପ୍ରକାରର ଅଭାବ ବା କୈଣସି କ୍ଷତିର ସୂଚନା ପୋଲିସକୁ ମିଳି ନାହିଁ ।

ଲଲିତ କୁମାର ଗୌଡ଼ଙ୍କ ସହ ତାଙ୍କ ପତ୍ନୀ ପ୍ରୀତି ଏବଂ ତାଙ୍କର ୧୨ ଓ ୮ ବର୍ଷର ପୁଅ ଝିଅ ପ୍ରେମ୍‌ ଓ ଆକୃତି ବି ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ । ଟିଭିରେ ସୁଇସାଇଡ୍‌ ନୋଟ୍ ଲଗାଯାଇଥିଲା, ଯେଉଁଥିରେ ଲଳିତ ମଉରେ ତାଙ୍କ ଭାଇଙ୍କ ସହ ସମ୍ପତ୍ତି ବିଭାଜନକୁ ନେଇ ବିବାଦ ବିଷୟରେ ଲେଖିଛନ୍ତି ।

ଏହା ବି ପଢ଼ନ୍ତୁ: ବାଲେଶ୍ୱର: ସ୍ତ୍ରୀର ଆଖି ଆଗରେ NH ଉପରେ ଟ୍ରକ୍ ଚକ ତଳେ ଚାପି ହୋଇ ସ୍ୱାମୀର ଜୀବନ ଗଲା

ଏହା ବି ପଢ଼ନ୍ତୁ: ପଶ୍ଚିମ ବଙ୍ଗରେ ବିଜେପି MLAଙ୍କ ଝୁଲନ୍ତା ଶବ ଏକ ଦୋକାନ ସାମନାରେ ମିଳିଲା; ହତ୍ୟା ଅଭିଯୋଗ ଆସୁଛି

ଅଧିକ ଅନୁସନ୍ଧାନ ପାଇଁ ଘୋଷୀ ପୋଲିସ ଷ୍ଟେସନକୁ ମଧ୍ୟ ସୂଚନା ପଠାଯାଇଛି । ପୋଲିସ୍ ଅଧୀକ୍ଷକ କହିଛନ୍ତି ଯେ ଘରର ଲବିରେ ଉଭୟ ପିଲାଙ୍କ ମୃତ ଦେହ ଏବଂ ସ୍ୱାମୀ-ସ୍ତ୍ରୀଙ୍କ ମୃତ ଦେହ ବିଭିନ୍ନ କୋଠରୀରେ ଦଉଡ଼ିରୁ ଝୁଲୁଥିବା ଦେଖିବାକୁ ମିଳିଥିଲା ।

ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍‌ ଦୁଃଖ ଅନୁଭବ କରୁଛନ୍ତି ଓ  ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍‌ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।
Published by: Anand Shankar Thankur Das
First published: July 14, 2020, 8:50 PM IST
corona virus btn
corona virus btn
Loading