ଦେଶର ସବୁଠୁ ବଡ଼ ରାକେଟ ଠାବ; ଚାକିରି ଦେବା ନାଁରେ କରୁଥିଲେ ଲୁଟ୍

ଜବ ଫ୍ରଡ଼ ରାକେଟର ହେଲା ପର୍ଦ୍ଦାଫାସ । ୫୦ ହଜାର ଆଶାୟୀଙ୍କୁ ଠକି କୋଟି କୋଟି ଲୁଟ କରିଥିଲେ । କ୍ରାଇମବ୍ରାଞ୍ଚ EOW ପଞ୍ଝାରେ ରାକେଟର ମାଷ୍ଟର ମାଇଣ୍ଡ ।

ଦେଶର ସବୁଠୁ ବଡ଼ ରାକେଟ ଠାବ; ଚାକିରି ଦେବା ନାଁରେ କରୁଥିଲେ ଲୁଟ୍

ଦେଶର ସବୁଠୁ ବଡ଼ ରାକେଟ ଠାବ; ଚାକିରି ଦେବା ନାଁରେ କରୁଥିଲେ ଲୁଟ୍

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; କ୍ରାଇମବ୍ରାଞ୍ଚ EOW ପର୍ଦ୍ଦାଫାଶ କରିଛି ଦେଶର ସବୁଠୁ ବଡ ଚାକିରି ଫ୍ରଡ଼ ରାକେଟ । ଯାହା ଉତ୍ତରପ୍ରଦେଶ ଆଲିଗଡ଼ରୁ ଅପରେଟ ହେଉଥିଲା । ରାକେଟର ମାଷ୍ଟରମାଇଣ୍ଡ ଜାଫର ଅହମଦ ଗିରଫ। ଉତ୍ତରପ୍ରଦେଶର ଉଚ୍ଚ ଶିକ୍ଷିତ ଇଞ୍ଜିନିଅର ୱେବସାଇଟ ଡେଭେଲପେରଙ୍କ ସହାୟତାରେ ଲୁଟ କରୁଥିଲେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ EOW।

ନିରୀହ ଚାକିରି ଆଶାୟୀଙ୍କୁ ଟାର୍ଗେଟ କରୁଥିଲେ ଏହି ଟିମ । ଜବ ଫ୍ରଡ଼ ରାକେଟରରେ ୫୦ ହଜାର ଆଶାୟୀଙ୍କୁ ଠକିବା ସହ କୋଟି କୋଟି ଲୁଟ କରିଥିଲେ ଅଭିଯୁକ୍ତ । ରାକେଟର ମାଷ୍ଟର ମାଇଣ୍ଡ ଜାଫର ଅହମଦକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଉତ୍ତରପ୍ରଦେଶର ଆଲିଗଡରୁ ମାଷ୍ଟର ମାଇଣ୍ଡ ଜାଫର ଅହମଦକୁ ଗିରଫ କରାଯାଇଛି । ସେ ଜଣେ ଉଚ୍ଚ ଶିକ୍ଷିତ ଇଂଜିନିୟର। ତାକୁ ୫ ଦିନ ରିମାଣ୍ଡରେ ଆଣିଛି EOW । ଗୁଜୁରାଟ, କର୍ଣ୍ଣାଟକ. ଆନ୍ଧ୍ର, ଓଡ଼ିଶା ଓ ପଶ୍ଚିମବଙ୍ଗର ଚାକିରି ଆସାୟୀଙ୍କୁ ମୁଖ୍ୟତ ଟାର୍ଗେଟ କରାଯାଉଥିଲା । ଉତ୍ତରପ୍ରଦେଶର ଉଚ୍ଚ ଶିକ୍ଷିତ ଇଞ୍ଜିନିଅର ୱେବସାଇଟ ଡେଭେଲପେରଙ୍କ ସହାୟତାରେ  ଲୁଟ କରୁଥିଲେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ଜୟନାରାୟଣ ପଙ୍କଜ।

ରାକେଟର ମାଷ୍ଟର ମାଇଣ୍ଡ ଜାଫର ଅହମଦ ଫିଲ୍ମ ଷ୍ଟାଇଲରେ ଏହି ଅପରେସନକୁ କରୁଥିଲା। କଲ ସେଣ୍ଟରରେ ୫୦ ପିଲାଙ୍କ ଜରିଆରେ କରୁଥିଲେ ଫ୍ରଡ଼ । ଏଥିପାଇଁ ଏକ ହଜାର ଫେକ ସିମ ଓ ୫୩୦ଟି ହ୍ୟାଣ୍ଡ ସେଟ ଠକେଇରେ ବ୍ୟବହାର କରୁଥିଲେ। କଲ ସେଣ୍ଟରରେ ପିଲାଙ୍କୁ ମାସକୁ ୧୫ ହଜାର ଟଙ୍କା ଦରମା ଦିଆଯାଉଥିଲା । ପୋଲିସ ଓ ଗୁଇନ୍ଦାର ଗତିବିଧିକୁ ଟ୍ରାକ କରୁଥିଲେ । ଫେକ ସିମ ମାଧ୍ୟମରେ ହ୍ୱାଟସଆପରେ ଭଏସ କଲ କରି ଠକେଇ କରୁଥିଲେ। ଟ୍ରୁ କଲରରେ ଧରା ନବପଡିବାକୁ ସ୍କିମ ନାଁରେ ସେଭ୍ କରୁଥିଲେ। ପ୍ରାୟ ଶହେ ଜାଲ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଫ୍ରଡ଼ କରୁଥିବା ଜଣାପଡିଛି । ୟୁପି ଜନ ସେବା କେନ୍ଦ୍ର ଦ୍ୱାରା QR କୋଡ଼ ବ୍ୟବହାର କରି ଟଙ୍କା ଉଠାଉଥିଲେ ବୋଲ କହିଛି କ୍ରାଇମବ୍ରାଞ୍ଚ। ଏହା ହେଉଛି ଦେଶର ସବୁଠୁ ବଡ ଜବ ଫ୍ରଡ଼ ରାକେଟ। ଦେଶର ଆଉ କେଉଁ କେଉଁ ରାଜ୍ୟରେ ଏହାର ଚେର ଲମ୍ବିଛି । କିଏ କିଏ ଏହି ରାକେଟରେ ଥିଲେ। ତଦନ୍ତ ଆଗକୁ ବଢିଲେ ହିଁ ଜଣା ପଡିବ ବୋଲି ପୋଲିସ କହିଛି।
Published by:Soubhagya Mishra
First published: