ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Poonch encounter: ପୁଞ୍ଚ ଏନକାଉଣ୍ଟରରେ ସହିଦ ହୋଇଥିବା ହିରୋମାନଙ୍କ ବିଷୟରେ ଜାଣନ୍ତୁ କିଛି କଥା…

Poonch encounter: ପୁଞ୍ଚ ଏନକାଉଣ୍ଟରରେ ସହିଦ ହୋଇଥିବା ହିରୋମାନଙ୍କ ବିଷୟରେ ଜାଣନ୍ତୁ କିଛି କଥା…

Poonch encounter: ପୁଞ୍ଚ ଏନକାଉଣ୍ଟରରେ ସହିଦ ହୋଇଥିବା ହିରୋମାନ ହେଲେ ନାଏବ ସୁବେଦାର ଜସବିନ୍ଦର ସିଂ ମାନା, ନାୟକ ମନଦୀପ ସିଂ, ସିପାହି ଗଜ୍ଜନ ସିଂ, ସରଜ ସିଂ ଓ ଭୈସାଖ ଏଚ୍।

Poonch encounter: ପୁଞ୍ଚ ଏନକାଉଣ୍ଟରରେ ସହିଦ ହୋଇଥିବା ହିରୋମାନଙ୍କ ବିଷୟରେ ଜାଣନ୍ତୁ କିଛି କଥା…
ପୁଞ୍ଚ ଏନକାଉଣ୍ଟରରେ ସହିଦ ହୋଇଥିବା ହିରୋମାନଙ୍କ ବିଷୟରେ ଜାଣନ୍ତୁ କିଛି କଥା
  • News18 Odia
  • Last Updated: October 12, 2021, 10:32 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଜାମ୍ମୁର ସୀମାନ୍ତ ଜିଲ୍ଲା ପୁଞ୍ଚକୁ କାଶ୍ମୀରର ଶୋପିଆନ୍ ସହିତ ସଂଯୋଗ କରୁଥିବା ମୋଗଲ ରାସ୍ତାରେ ଚାମରେଡ ଜଙ୍ଗଲରେ ୧୭ ବର୍ଷ ପରେ ଏଭଳି ମାରାତ୍ମକ ମୁକାବିଲା ଖବର ସାମ୍ନାକୁ ଆସିଥିଲା। ସୋମବାର ସକାଳେ ଆତଙ୍କବାଦୀଙ୍କ ସହ ଲଢୁଥିବା ଜଣେ ଜୁନିଅର କମିଶନ ଅଫିସର ଓ ଭାରତୀୟ ସେନାର ଚାରିଜଣ ସୈନିକ ଶହୀଦ ହୋଇଥିଲେ।

ସହିଦ ହୋଇଥିବା ହିରୋମାନ ହେଲେ ନାଏବ ସୁବେଦାର ଜସବିନ୍ଦର ସିଂ ମାନା, ନାୟକ ମନଦୀପ ସିଂ, ସିପାହି ଗଜ୍ଜନ ସିଂ, ସରଜ ସିଂ ଓ ଭୈସାଖ ଏଚ୍। ଏହା ପୂର୍ବରୁ ୨୦୦୪ରେ ହୋଇଥିବା ଏନକାଉଣ୍ଟରରେ ଚାରି ସୈନିକ ସହିଦ ହୋଇଥିଲେ।

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହି ଏନକାଉଣ୍ଟର ନିକଟ ରାଜୌରୀ ଜିଲ୍ଲାର ପଙ୍ଗାଇ ଅଞ୍ଚଳରେ ପହଞ୍ଚିଛି। ଆତଙ୍କବାଦୀ ଷଡ଼ଯନ୍ତ୍ର ବନ୍ଦ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଏହି ସମସ୍ତ ହିରୋମାନଙ୍କ ଉପରେ ଆସନ୍ତୁ ନଜର ପକାଇବା…

ନାଏବ ସୁବେଦାର ଜସବିନ୍ଦର ସିଂ

କାଶ୍ମୀରରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ତାଙ୍କର ଭୂମିକା ପାଇଁ ୩୯ ବର୍ଷିୟ ସିଂ ୨୦୦୬ରେ ସେନା ପଦକ ପାଇଥିଲେ। ପଞ୍ଜାବର କାପୁରଥାଲା ଜିଲ୍ଲାର ତାଲୱାଣ୍ଡି ଗାଁର ବାସିନ୍ଦା ସିଂ ବର୍ତ୍ତମାନ ପତ୍ନୀ ସୁଖପ୍ରୀତ କୌର (୩୫), ପୁଅ ବିକ୍ରଜିତ ସିଂ (୧୩), ଝିଅ ହରନୁର କୌର (୧୧) ଓ ୬୫ ବର୍ଷ ବୟସ୍କା ମାତା ଅଛନ୍ତି। କିଛି ଦିନ ପରେ ତାଙ୍କ ଘରେ ତାଙ୍କ ଦିବଂଗତ ପିତାଙ୍କ ଏକ କାର୍ଯ୍ୟକ୍ରମ ହେବାକୁ ଥିଲା, ଯେଉଁଥି ପାଇଁ ସିଂ ଶନିବାର ରାତିରେ ପରିବାର ଲୋକଙ୍କ ସହ କଥା ହୋଇଥିଲେ।

ତାଙ୍କ ପିତା ହରଭଜନ ସିଂ ମଧ୍ୟ ସେନାରେ ରହି କ୍ୟାପଟେନ ଭାବରେ ଅବସର ନେଇଥିଲେ। ବଡ଼ ଭାଇ ରାଜୀନ୍ଦର ସିଂ ୨୦୧୫ରେ ସେନାରୁ ଅବସର ନେଇଥିଲେ। ସେ କହିଥିଲେ ଯେ ଜସବିନ୍ଦର ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପରେ ୨୦୦୧ରେ ସେନାରେ ଯୋଗ ଦେଇଥିଲେ। ତିନି ଭାଇଭଉଣୀଙ୍କ ମଧ୍ୟରୁ କନିଷ୍ଠ ଜସବିନ୍ଦର ଗତ ମେ ମାସରେ ଘରକୁ ଆସିଥିଲେ।

ନାୟକ ମନଦୀପ ସିଂ

୩୦ ବର୍ଷୀୟ ମନଦୀପ ପଞ୍ଜାବର ଗୁରୁଦାସପୁରର ଛାତାରୁ ଥିଲେ । ଇଣ୍ଡିଆନ୍ ଏକ୍ସପ୍ରେସ ସହିତ ବାର୍ତ୍ତାଳାପରେ ତାଙ୍କ ଭାଇ ଜାଗରୂପ ସିଂ କହିଛନ୍ତି, ‘‘ଆମେ ତିନି ଭାଇ, ଜଣେ କତାରରେ ଅଛନ୍ତି ଓ ସେଠାରେ ଏକ ଟ୍ରକ୍ ଚଳାଉଛନ୍ତି। ୧୦ ବର୍ଷ ପୂର୍ବେ ସେନାବାହିନୀରେ ମନଦୀପ ମୋ ପରେ ଆସିଥିଲେ।’’ ସେ କହିଥିଲେ ଯେ ତାଙ୍କ ପରିବାର ଗାଁରେ ମଙ୍ଗଙ୍କ ସହ ରୁହନ୍ତି। ୨୦୧୮ରେ ପିତାଙ୍କର ଦେହାନ୍ତ ହୋଇଥିଲା । ମନଦୀପଙ୍କ ପତ୍ନୀଙ୍କ ନାମ ମଧ୍ୟ ମନଦୀପ ଓ ସେମାନଙ୍କର ଦୁଇ ପୁଅ ଅଛନ୍ତି ।

ତାଙ୍କ ଭାଇମାନେ କୁହନ୍ତି ଯେ ରୋଜଗାର କରିବାକୁ ବାହାରିଥିବା ସମସ୍ତ ଭାଇଙ୍କ ପଛରେ କେବଳ ମହିଳାମାନେ ଘରର ଯତ୍ନ ନିଅନ୍ତି। ଏଭଳି ପରିସ୍ଥିତିରେ ତିନି ଭାଇ ନିଜ ପର୍ଯ୍ୟାୟ ଅନୁଯାୟୀ ଘରକୁ ଆସନ୍ତି, ଯେଉଁ କାରଣରୁ ଜଣେ ଭାଇ ଅନ୍ୟ ଜଣକୁ ଦୀର୍ଘ ସମୟ ଧରି ଭେଟନ୍ତି ନାହିଁ । ପୁଞ୍ଚ ଏନକାଉଣ୍ଟରର କିଛି ସମୟ ପୂର୍ବରୁ ଜାଗରୂପ, ମନଦୀପଙ୍କୁ ଏକ ଭିଡିଓ କଲରେ କଥା ହୋଇଥିଲେ। ବିଶେଷ କଥା ହେଉଛି ତାଙ୍କ ଗାଁର ଅତି କମରେ ୧୫ ଜଣ ଲୋକ ସେନାରେ ଅଛନ୍ତି, କିନ୍ତୁ ତାଙ୍କ ଭାଇ କହିଛନ୍ତି ଯେ ମନଦୀପ ହେଉଛନ୍ତି ଗାଁର ପ୍ରଥମ ସହିଦ।

ସରଜ ସିଂ

ତିନି ଭାଇଙ୍କ ମଧ୍ୟରୁ ୨୫ ବର୍ଷୀୟ ସରଜ ସିଂ ଚାରି ବର୍ଷ ପୂର୍ବେ ସେନାରେ ଯୋଗ ଦେଇଥିଲେ। ତାଙ୍କର ବଡ଼ ଭାଇ ଗୁରୁପ୍ରୀତ ଓ ସୁଖୱିନ୍ଦର ମଧ୍ୟ ସେନାରେ ଥିଲେ। ସେ ଡିସେମ୍ବର ୨୦୧୯ରେ ବିବାହ କରିଥିଲେ ଓ ରବିବାର ରାତିରେ ପତ୍ନୀ ରଣଜିତ୍ କୌରଙ୍କ ସହ ଶେଷ ଥର କଥା ହୋଇଥିଲେ। ସେ ଦୀପାବଳିରେ ଘରକୁ ଆସିବେ ବୋଲି ପ୍ରତିଶୃତି ଦେଇଥିଲେ। ଉଭୟଙ୍କର ସନ୍ତାନ ନଥିଲେ। ରିପୋର୍ଟ ଅନୁଯାୟୀ, ବାନ୍ଦା SHO ମନୋଜ କୁମାର କହିଛନ୍ତି ଯେ ପରିବାର ଶାହାଜାହାନପୁରର ବାନ୍ଦା ଅଞ୍ଚଳର। ସହିଦ ସୈନିକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା, ପରିବାରକୁ ଚାକିରି ଓ ସରଜଙ୍କ ନାମରେ ରାସ୍ତାକୁ ନାମିତ କରିବାକୁ ୟୁପି ସରକାର ଘୋଷଣା କରିଛନ୍ତି।

ଭୈସାଖ ଏଚ୍

କେରଳର କୋଲମ ଜିଲ୍ଲାର କୁଦାଭାଟ୍ଟୁର ଗ୍ରାମର ୨୩ ଭୈସାଖ ଏଚ୍ ଅଢ଼େଇ ବର୍ଷ ପୂର୍ବେ ଜାମ୍ମୁ କାଶ୍ମୀରରେ ପୋଷ୍ଟ ପାଇଥିଲେ । ଏହା ତାଙ୍କର ଦ୍ୱିତୀୟ ପୋଷ୍ଟିଂ ଥିଲା । ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପରେ, ସେ ୨୦୧୭ରେ ସେନାରେ ଯୋଗ ଦେଇଥିଲେ। କିଛି ସମୟ ପାଇଁ ସେ ପଞ୍ଜାବର କାପୁରଥାଲାରେ ମଧ୍ୟ କାର୍ଯ୍ୟ କରିଥିଲେ। ଭୈସାଖ ଘରେ ଏକମାତ୍ର ରୋଜଗାରକାରୀ ପୁଅ ଥିଲେ। କୋଭିଡ କାରଣରୁ ତାଙ୍କ ପିତା ହରିକୁମାର କୋଚିର ଏକ ଘରୋଇ କମ୍ପାନୀରେ ଚାକିରି ହରାଇଥିଲେ। ତାଙ୍କ ଘରେ ମା' ଓ ସାନ ଭଉଣୀ ଶିଳ୍ପା ଅଛନ୍ତି ।

ଗଜ୍ଜନ ସିଂ

ରୂପନଗର ଜିଲ୍ଲାର ପଚରନ୍ଦା ଗ୍ରାମରୁ ଆସିଥିବା ଗଜ୍ଜନ ସିଂ ଚାରି ମାସ ପୂର୍ବେ ବିବାହ କରିଥିଲେ। ତାଙ୍କ ପତ୍ନୀଙ୍କ ନାମ ହରପ୍ରୀତ କୌର। ଖବର ମୁତାବକ ସେ ଅକ୍ଟୋବର ୧୨ରେ ୧୦ ଦିନ ଛୁଟିରେ ଘରକୁ ଆସିଥାଆନ୍ତେ, କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ । ସିଂଙ୍କ ଘରେ ତିନି ଭାଇ କୃଷକ ।
Published by: Lipina Das
First published: October 12, 2021, 10:29 AM IST