ଏହି କାରଣ ପାଇଁ ସେନାରେ ଯୋଗ ଦେଇ ପାରିନଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାରେ ଯୋଗଦେବାକୁ ଚାହୁଁଥିଲେ । ସେଥିପାଇଁ ସେ ପରୀକ୍ଷା ମଧ୍ଯ ଦେଇଥିଲେ । କିନ୍ତୁ କିଛି ସମସ୍ଯା ଯୋଗୁଁ ସେନାରେ ଯୋଗ ଦେଇପାରିନଥିଲେ ପ୍ରତୀରକ୍ଷା ମନ୍ତ୍ରୀ ।

ରାଜନାଥ ସିଂ ସେନାରେ ଯୋଗ ଦେବାକୁ ଚାଁହୁଥିଲେ (ଫଟୋ ସୌଜନ୍ୟ: ଏନଡ଼ି ଟିଭି)

ରାଜନାଥ ସିଂ ସେନାରେ ଯୋଗ ଦେବାକୁ ଚାଁହୁଥିଲେ (ଫଟୋ ସୌଜନ୍ୟ: ଏନଡ଼ି ଟିଭି)

  • Share this:
News18 Odia Digital

ଇମ୍ଫାଲ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାରେ ଯୋଗଦେବାକୁ ଚାହୁଁଥିଲେ, କିନ୍ତୁ ପାରିବାରିକ ସମସ୍ୟା ହେତୁ ସେ ଯୋଗ ଦେଇ ପାରିନଥିଲେ। ଆସାମ ରାଇଫଲ୍ସ ଓ ଭାରତୀୟ ସେନାର ୫୭ ତମ ମାଉଣ୍ଟେନ୍ ଡିଭିଜନର ଯବାନମାନଙ୍କୁ ସମ୍ବୋଧିତ କରି ରାଜନାଥ ସିଂହ କହିଛନ୍ତି ଯେ ସେ ମଧ୍ୟ ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ପରୀକ୍ଷା ଦେଇଥିଲେ। ସେ ଥରେ 'ସର୍ଟ ସର୍ଭିସ କମିଶନ' ପରୀକ୍ଷା ଦେଇଥିଲେ। ଲିଖିତ ପରୀକ୍ଷା ଦେଇଥିଲେ, କିନ୍ତୁ ତାଙ୍କ ବାପାଙ୍କ ମୃତ୍ୟୁ ଓ ଅନ୍ୟାନ୍ୟ ପାରିବାରିକ ସମସ୍ୟା ହେତୁ ସେନାରେ ଯୋଗ ଦେଇ ପାରିଲେ ନାହିଁ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଯଦି ଆପଣ ପିଲାଙ୍କୁ ସେନା ୟୁନିଫର୍ମ ଦିଅନ୍ତି, ତେବେ ଆପଣ ଦେଖିବେ ଯେ ତାଙ୍କ ବ୍ୟକ୍ତିତ୍ୱ ବଦଳି ଯାଉଛି। ଏହି ୟୁନିଫର୍ମରେ ସେମିତି କିଛି ଅଛି।

ଭାରତ-ଚୀନ୍ ବିବାଦ ସମୟରେ ସୁରକ୍ଷା ବାହିନୀ ଦ୍ୱାରା ଦେଖାଯାଇଥିବା ସାହସିକତାକୁ ମଧ୍ୟ ରାଜନାଥ ସିଂ ମନେ ପକାଇଛନ୍ତି। ସେ କହିଛନ୍ତି, “ଯେତେବେଳେ ଭାରତ-ଚୀନ୍ ବିବାଦ ଚାଲିଥିଲା, ସେତେବେଳେ ଆପଣଙ୍କ ନିକଟରେ ସବିଶେଷ ତଥ୍ୟ ନ ଥାଇପାରେ, କିନ୍ତୁ ମୁଁ ଓ ସେହି ସମୟର ସେନା ମୁଖ୍ୟ ଆମ ଯବାନଙ୍କ ସାହସିକତା ବିଷୟରେ ଅବଗତ ଥିଲେ, ଆମ ଦେଶ ସର୍ବଦା ସେମାନଙ୍କ ନିକଟରେ ଋଣୀ ରହିବ "।
Published by:Soumya Das
First published: