ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କରୋନାର ଚିକିତ୍ସା ପାଇଁ ଲାଲ ପିମ୍ପୁଡ଼ି ଚଟଣିର ବ୍ୟବହାର ପାଇଁ ଆଦେଶ ଦେଇ ହେବ ନାହିଁ: ସୁପ୍ରିମ କୋର୍ଟ

କରୋନାର ଚିକିତ୍ସା ପାଇଁ ଲାଲ ପିମ୍ପୁଡ଼ି ଚଟଣିର ବ୍ୟବହାର ପାଇଁ ଆଦେଶ ଦେଇ ହେବ ନାହିଁ: ସୁପ୍ରିମ କୋର୍ଟ

କରୋନା ଚିକିତ୍ସା ପାଇଁ ଲାଲି ପିମ୍ପୁଡ଼ି ଚଟଣି ବ୍ୟବହାର କରିବାକୁ ମନା କରିଦେଇଛନ୍ତି ସୁପ୍ରିମ କୋର୍ଟ। ମହାମାରୀ ବିରୋଧରେ ଟିକା ଲଗାଇବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।

କରୋନାର ଚିକିତ୍ସା ପାଇଁ ଲାଲ ପିମ୍ପୁଡ଼ି ଚଟଣିର ବ୍ୟବହାର ପାଇଁ ଆଦେଶ ଦେଇ ହେବ ନାହିଁ: ସୁପ୍ରିମ କୋର୍ଟ
କରୋନା ଚିକିତ୍ସା ପାଇଁ ପାରମ୍ପରିକ ଚିକିତ୍ସା ପାଇଁ ଆଦେଶ ଦେଲେନି କୋର୍ଟ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 10, 2021, 11:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବର୍ତ୍ତମାନ ମହାମାରୀ କୋଭିଡ ଚାରିଆଡେ ନିଜର କାୟା ବିସ୍ତାର କରିଛି। ଏପରି କ୍ଷେତ୍ରରେ ଲୋକମାନେ ଟୀକାକରଣକୁ ପ୍ରାଧାନ୍ୟ ଦେଉଛନ୍ତି। ମାତ୍ର କେତେକ ଲୋକ ଆଜିବି ପାରମ୍ପରିକ ଚିକିତ୍ସା ଉପରେ ବିଶ୍ୱାସ କରନ୍ତି ମ ତେଣୁ ସେମାନେ ପାରମ୍ପରିକ ଉପାୟରେ କୋଭିଡର ମୁକାବିଲା କରିବାକୁ ଚେଷ୍ଟ କରିଛନ୍ତି। କିନ୍ତୁ ଏସବୁ ଉପାୟକୁ ସୁପ୍ରିମ କୋର୍ଟ ସହଜରେ ଗ୍ରହଣ କରିପାରି ନାହାନ୍ତି। ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି ଯେ ସମଗ୍ର ଦେଶରେ କୋଭିଡ ଚିକିତ୍ସା ପାଇଁ ପାରମ୍ପାରିକ ଔଷଧ କିମ୍ବା ଘରୋଇ ଉପଚାର ବ୍ୟବହାର କରିବାକୁ ଏହା ନିର୍ଦ୍ଦେଶ ଦେଇପାରିବ ନାହିଁ।

ଏହା ସହିତ ମାରାତ୍ମକ ଭାଇରସ ସଂକ୍ରମଣର ଚିକିତ୍ସା ପାଇଁ 'ଲାଲି ପିମ୍ପୁଡ଼ି ଚଟଣି' ବ୍ୟବହାର କରିବାକୁ ନିର୍ଦ୍ଦେଶ ମାଗିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।  ଜଜ୍ ଜଷ୍ଟିସ୍ ଡି, ଚନ୍ଦ୍ରଚୂଡ, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ହିମା କୋହଲି କହିଛନ୍ତି, ଅନେକ ପାରମ୍ପାରିକ ଔଷଧ ଅଛି, ଆମ ଘରେ ମଧ୍ୟ ପାରମ୍ପାରିକ ଔଷଧ ଅଭ୍ୟାସ କରାଯାଏ। ଏହି ଚିକିତ୍ସାର ପରିଣାମ ଆପଣଙ୍କୁ ମଧ୍ୟ ବହନ କରିବାକୁ ପଡିବ, କିନ୍ତୁ ଆମେ ଏହି ପାରମ୍ପାରିକ ଔଷଧକୁ ସାରା ଦେଶରେ କାର୍ଯ୍ୟକାରୀ କରିବାକୁ କହିପାରିବା ନାହିଁ।

ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ସଦସ୍ୟ ନାଇଧର ପାଦିଆଲଙ୍କୁ ଆଣ୍ଟି-କୋଭିଡ ଟିକା ପାଇବାକୁ ନିର୍ଦ୍ଦେଶ ଦେଇଥିବା ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ହାଜର ହୋଇଥିବା ଆଡଭୋକେଟ୍ ଅନିରୁଦ ସାନଗାନେରିଆ କହିଛନ୍ତି ଯେ ଓଡିଶା ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ଓ ସେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି।

ସମସ୍ୟା କେଉଁଠାରୁ ଆରମ୍ଭ ହେଲା

ବେଞ୍ଚ କହିଛନ୍ତି, 'ଯେତେବେଳେ ହାଇକୋର୍ଟ ମହାନିର୍ଦ୍ଦେଶକ ଆୟୁଷ ମନ୍ତ୍ରଣାଳୟ ଓ ବୈଜ୍ଞାନିକ ଓ ଶିଳ୍ପ ଅନୁସନ୍ଧାନ ପରିଷଦ (ସିଏସଆର)କୁ କୋଭିଡ଼ର ଚିକିତ୍ସା ଭାବରେ ଲାଲ ପିମ୍ପୁଡ଼ି ବ୍ୟବହାର କରିବାକୁ ପ୍ରସ୍ତାବ ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ ସେତେବେଳେ ଏହି ସମସ୍ୟା ଆରମ୍ଭ ହୋଇଥିଲା। ତିନି ମାସ ମଧ୍ୟରେ ଆମେ ଏହାକୁ ଶେଷ କରିବାକୁ ଚାହୁଁଛୁ ବୋଲି କୋର୍ଟ ଜଣାଇଛି।

କୋର୍ଟ କହିଛନ୍ତି, 'ସମ୍ବିଧାନର ଧାରା ୧୩୬ ଅନୁଯାୟୀ ଆମେ ବିଶେଷ ଛୁଟି ଆବେଦନ ଶୁଣିବାକୁ ଚାହୁଁ ନାହୁଁ।  ତେଣୁ ସ୍ୱତନ୍ତ୍ର ଛୁଟି ଆବେଦନକୁ ଖାରଜ କରିଦିଆଯାଇଛି। 'ଏହି ପିଟିସନରେ କୁହାଯାଇଛି ଯେ ଲାଲ୍ ପିମ୍ପୁଡ଼ି ଓ ସବୁଜ ଚିଲି ମିଶ୍ରଣ କରି ପ୍ରସ୍ତୁତ ହୋଇଥିବା ଚଟଣୀକୁ ଜ୍ୱର, କାଶ, ଥଣ୍ଡା, ଥକାପଣ, ଶ୍ଵାସକ୍ରିୟା ସମସ୍ୟାର ସମାଧାନ ପାଇଁ ଓଡିଶା ସମେତ ଦେଶର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଚିକିତ୍ସା କରାଯାଏ। ଛତିଶଗଡ଼ରେ ଏହା ଔଷଧ ଭାବରେ ବ୍ୟବହୃତ ହୁଏ।

ଆବେଦନରେ ଦର୍ଶାଯାଇଛି ଯେ 'ଲାଲି ପିମ୍ପୁଡ଼ି ଚଟଣି' ଔଷଧୀୟ ଗୁଣରେ ଭରପୂର ଓ ଏଥିରେ ଫର୍ମିକ୍ ଏସିଡ୍, ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ବି ୧୨ ଓ ଜିଙ୍କ ରହିଛି ଓ କୋଭିଡ ଚିକିତ୍ସାରେ ଏହାର ପ୍ରଭାବ ପରୀକ୍ଷା କରାଯିବା ଆବଶ୍ୟକ
Published by: Soumya Das
First published: September 10, 2021, 11:43 AM IST