ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କର ବଢ଼ିଲା ପୁଣି ସମସ୍ୟା
News18 Odia Digital
Sri Lanka Covid19 Cases: ଶ୍ରୀଲଙ୍କା ବର୍ତ୍ତମାନ ଅର୍ଥନୈତିକ ସଙ୍କଟ ସହ ସଂଗ୍ରାମ କରୁଛି। ଇତିମଧ୍ୟରେ ଶ୍ରୀଲଙ୍କା ସାମ୍ନାରେ ଆଉ ଏକ ସମସ୍ୟା ଉପୁଜିଛି। ଶ୍ରୀଲଙ୍କାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦ୍ରୁତ ଗତିରେ ବଢୁଥିବା କରୋନା ଭାଇରସ୍ ଓ ବିପଜ୍ଜନକ ଡେଙ୍ଗୁ ବିଷୟରେ ଚେତାବନୀ ଦେଇଛନ୍ତି।
ଶ୍ରୀଲଙ୍କାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅନୁସରଣ କରିବା ଓ ବାରମ୍ବାର ହାତ ଧୋଇବା ସହିତ କୋଭିଡ ସହ ଜଡିତ ଅନ୍ୟ ପ୍ରୋଟୋକଲଗୁଡିକ ଅନୁସରଣ କରିବା ପାଇଁ ଲୋକଙ୍କୁ ନିବେଦନ କରିଛି।
କରୋନାର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି
ଶ୍ରୀଲଙ୍କାର ସ୍ୱାସ୍ଥ୍ୟ ସଚିବ ଜନକ ଚନ୍ଦ୍ରଗୁପ୍ତଙ୍କ ଅନୁଯାୟୀ, କୋଭିଡ ମାମଲାରେ ବୃଦ୍ଧି ଘଟିଥିବା ବେଳେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ୨୦୨୦ର ଆରମ୍ଭରେ ଶ୍ରୀଲଙ୍କା ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲା। ପ୍ରାୟ ୧୫ ନିୟୁତ ଲୋକଙ୍କର ସମ୍ପୂର୍ଣ୍ଣ ଟିକାକରଣ ସରିଛି।
ଡେଙ୍ଗୁ ରୋଗ ମଧ୍ୟ ଏକ ସମସ୍ୟା ସାଜିଛି
ସୂଚନାଯୋଗ୍ୟ ଯେ ବୃଦ୍ଧି ପାଉଥିବା କୋଭିଡ ମଧ୍ୟରେ ଡେଙ୍ଗୁ ରୋଗ ମଧ୍ୟ ଶ୍ରୀଲଙ୍କାରେ ଦ୍ରୁତ ଗତିରେ ବ୍ୟାପିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଡକ୍ଟର ହାମଦାନୀ ଅନୱାର କହିଛନ୍ତି ଯେ କରୋନା ବ୍ୟତୀତ ଡେଙ୍ଗୁ ମଧ୍ୟ ବ୍ୟାପିଛି। ଏହା ଜ୍ୱର ଲକ୍ଷଣ ଶ୍ରୀଲଙ୍କାର ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ଏହା ମଧ୍ୟ କରୋନା ଭଳି ବଢ଼ିଚାଲିଛି।
ଶ୍ରୀଲଙ୍କାରେ ଅନେକ ଡେଙ୍ଗୁ ରୋଗ ରିପୋର୍ଟ ହୋଇଛି
ନ୍ୟାସନାଲ ଡେଙ୍ଗୁ କଣ୍ଟ୍ରୋଲ ୟୁନିଟର ନିର୍ଦ୍ଦେଶକ ସୁଦତା ସମରବୀରା କହିଛନ୍ତି ଯେ ଜାନୁଆରୀ ମାସରୁ ୪୪,୦୦୦ରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ହୋଇଥିଲେ। ସେହିପରି ୮,୨୦୦ ଜୁଲାଇରେ ରିପୋର୍ଟ ହୋଇଛି। ସେ କହିଛନ୍ତି, ‘‘ଡେଙ୍ଗୁ ରୋଗରେ ଭୟାବହ ବୃଦ୍ଧି ଘଟିଛି ଓ ଦେଶ ଗୁରୁତର ମହାମାରୀ ପରିସ୍ଥିତିରେ ବର୍ତ୍ତମାନ ଅଛି।’’
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।