Coronavirus: କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଅମିତ ଶାହା; AIIMS ରୁ ହେଲେ ଡ଼ିସଚାର୍ଜ

ଗୃହ ମନ୍ତ୍ରୀ ଅମିତ ଶାହା ଅଗଷ୍ଟ ୨ ତାରିଖରେ ନିଜ ତରଫରୁ କରୋନା ଭାଇରସରେ ସଂକ୍ରମିତ ହେବାର ସୂଚନା ଦେଇଥିଲେ । ପ୍ରଥମେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲ ଓ ପରେ ଅଗଷ୍ଟ ୧୮ ତାରିଖରେ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା ।

Coronavirus: କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଅମିତ ଶାହା; AIIMS ରୁ ହେଲେ ଡ଼ିସଚାର୍ଜ
AIIMS ଡ଼ିସଚାର୍ଜ ହେଲେ ଅମିତ ଶାହା (ଫାଇଲ ଫଟୋ)
  • News18 Odia
  • Last Updated: August 31, 2020, 10:26 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ଭାଇରସ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ସୋମବାର ତାଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରୁ ଡ଼ିସଚାର୍ଜ କରା ଯାଇଛି । ରବିବାର ଦିନ AIIMS ଏକ ବିବୃତ୍ତି ଜାରି କରି କହିଛି ଯେ କରୋନା ସଂକ୍ରମଣରୁ ଗୃହ ମନ୍ତ୍ରୀ ଅମିତ ଶାହା ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

ଅମିତ ଶାହା ୨ ଅଗଷ୍ଟରେ ଟ୍ୱିଟର ମାଧ୍ୟମରେ କହିଥିଲେ ଯେ ସେ କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମଣ ହେବା ପରଠାରୁ ସେ ନିଜକୁ ଅଲଗା ରଖିଥିଲେ ଓ ଏହି ରୋଗ ପାଇଁ ନିରନ୍ତର ଚିକିତ୍ସା କରୁଥିଲେ । ଏହା ପରେ ତାଙ୍କୁ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ସେଠାରୁ ସୁସ୍ଥ ହେବା ପରେ ତାଙ୍କୁ ଡ଼ିସଚାର୍ଜ କରାଯାଇଥିଲା ।

ଏହା ପରେ ସେ ପୁଣିଥରେ ଘରେ ନିଜକୁ ଅଲଗା ରଖିଥିଲେ । କିନ୍ତୁ ଅଗଷ୍ଟ ୧୮ ରେ ଶାହା ସାମାନ୍ୟ ଜ୍ୱର ହେବାର ଅଭିଯୋଗ କରିବା ପରେ ତାଙ୍କୁ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଏଠାରେ ପ୍ରାୟ ୧୨ ଦିନ ଚିକିତ୍ସା କରାଯାଇଥିଲା ।

ରବିବାର ଦିନ ଦେଶରେ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ୩୬ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୭୯ ହଜାର ୪୫୭ ନୂଆ ସଂକ୍ରମିତ ଦେଖିବାକୁ ମିଳିଛି । ରବିବାର ଦିନ ୯୬୦ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୩୬ ଲକ୍ଷ ୧୯ ହଜାର ୧୬୯ ଲୋକ କୋଭିଡ -୧୯ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ଏହା ଏକ ଅଶ୍ଵସ୍ତି ଦିଏ ଯେ ଏମାନଙ୍କ ମଧ୍ୟରେ ୨୭ ଲକ୍ଷ ୭୨ ହଜାର ୯୨୮ ଲୋକ ଆରୋଗ୍ୟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୬୪ ହଜାର ୬୧୭ ରୋଗୀଙ୍କ ମୃତ୍ୟୁ ଘଟିଛି ।

ଏଥି ସହିତ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୨ କୋଟି ୫୩ ଲକ୍ଷ ୨୨ ହଜାର ୩୦୦ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ହୋଇଛି। ସେଥିମଧ୍ୟରୁ ୧ କୋଟି ୭୬ ଲକ୍ଷ ୪୦ ହଜାର ୭୮ ରୋଗୀ ଆରୋଗ୍ୟ ହୋଇଥିବାବେଳେ ୮ ଲକ୍ଷ ୪୮ ହଜାର ୯୮୯ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ୬୮ ଲକ୍ଷ ୩୩ ହଜାର ୨୩୩ ରୋଗୀ ଅଛନ୍ତି ଯେଉଁମାନେ ଚିକିତ୍ସିତ ହେଉଛନ୍ତି।
Published by: Jagdish Barik
First published: August 31, 2020, 10:26 AM IST
corona virus btn
corona virus btn
Loading