ଆଜି ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକ; ଯୋଗ ଦେବେ ଭାରତ ଉପରାଷ୍ଟ୍ରପତି

ରାଜ୍ୟାଭିଷେକରେ ଭାରତରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ବଲିଉଡ ଅଭିନେତ୍ରୀ ସୋନମ କପୁର ଓ ମୁମ୍ବାଇର ୨ ଢ଼ାବାଓ୍ଵାଲା ଯୋଗ ଦେବେ।

ରାଜା ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକ

ରାଜା ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Britain King Charles III: ଆଜି ବ୍ରିଟେନ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ। ବିଧିବଦ୍ଧ ଭାବେ ବ୍ରିଟିଶ ସିଂହାସନ ଆରୋହଣ କରିବେ କିଙ୍ଗ ଚାର୍ଲସ ତୃତୀୟ। ଭାରତୀୟ ସମୟ ଅପରାହ୍‌ଣ ୨ଟା ୫୦ ମିନିଟ୍‌ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ। ବକିଂହାମ ପ୍ୟାଲେସରୁ ୨୦୦ ବର୍ଷ ତଳର ଘୋଡ଼ାଗାଡ଼ିରେ ୱେଷ୍ଟ ମିନିଷ୍ଟର ଆବେ ପର୍ଯ୍ୟନ୍ତ ବ୍ରିଟେନ ରାଜା ଯିବେ। ୩ ଦିନିଆ ଉତ୍ସବରେ ପ୍ରାୟ ୨ ହଜାରରୁ ଅଧିକ ଭିଆଇପି ଅତିଥୀ ସାମିଲ ହେବେ। ଏହା ପାଇଁ ୧ ହଜାର ୬୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ରାଜ୍ୟାଭିଷେକ ପାଇଁ ମେ ୮ ତାରିଖକୁ ବ୍ରିଟେନରେ ସରକାରୀ ଛୁଟି ଘୋଷଣା କରାଯାଇଛି ।


ରାଜ୍ୟାଭିଷେକରେ ଭାରତରୁ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼, ବଲିଉଡ ଅଭିନେତ୍ରୀ ସୋନମ କପୁର ଓ ମୁମ୍ବାଇର ୨ ଢ଼ାବାଓ୍ଵାଲା ଯୋଗ ଦେବେ। ଏହା ପୂର୍ବରୁ ପ୍ରାୟ ୭ ଦଶନ୍ଧି ପୂର୍ବେ ୧୯୫୬ରେ ବ୍ରିଟେନର ଶେଷ ରାଜ୍ୟାଭିଷେକ ଏଲିଜାବେଥ ୨ୟଙ୍କର ସମାରୋହରେ ଯୋଗ ଦେଇଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାର ଲାଲ ନେହେରୁ । ତା’ ପରଠାରୁ ବ୍ରିଟେନ ରାଜପ୍ରାସାଦରେ ଆଉ ରାଜ୍ୟାଭିଷେକ ହୋଇ ନାହିଁ ।

ଘୋଡ଼ା ଗାଡ଼ିରେ ଯିବେ କିଙ୍ଗ ଚାର୍ଲସ ତୃତୀୟ। ୧.୪୨ ମାଇଲ ରାସ୍ତା ଅତିକ୍ରମ କରିବ ପ୍ରସେସନ। ପରମ୍ପରା କ୍ରମେ ୨୦୦ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ଗୋଲ୍ଡ ଷ୍ଟେଟ୍‌ କୋଚ୍‌ ବ୍ୟବହାର ହେବ। ୧୭୬୦ ମସିହାରେ ବ୍ରିଟିଶ ରାଜପରିବାର ନିର୍ମାଣ କରିଥିଲା ଗୋଲ୍ଡ ଷ୍ଟେଟ୍‌ କୋଚ। କିଙ୍ଗ୍‌ ଜର୍ଜ ତୃତୀୟଙ୍କ ରାଜ୍ୟାଭିଷେକରେ ଏହା ବ୍ୟବହାର ହୋଇଥିଲା ।

ବକ୍ରୀ ହେବାକୁ ଯାଉଛନ୍ତି ଶନି; ୧୨୪ ଦିନ ପର୍ଯ୍ଯନ୍ତ ଦୁର୍ଦ୍ଦିନରେ କଟିବ ୫ ରାଶିଙ୍କ ଦିନ

ମହାରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ପରେ ଏବେ କିଙ୍ଗ ଚାଲର୍ସ ତୃତୀୟ ରାଜା ଓ ତାଙ୍କ ପତ୍ନୀ କାମେଲା ମହାରାଣୀ ହେବ । ରାଜ୍ୟାଭିଶେଷକ ଓ ଶପଥପାଠ ଉତ୍ସବ ଲଣ୍ଡନରେ ଆୟୋଜନ କରାଯାଇଛି । ଯେଉଁଥିରେ ହଜାର ସଂଖ୍ୟକ ଅତିଥି ଯୋଗ ଦେବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଟିଭି ଓ ରେଡିଓରେ ଲାଇଭ ବ୍ରଡକାଷ୍ଟ ହେବ । ଲଣ୍ଡନର ବିଭିନ୍ନ ପାର୍କରେ ଲାଗିବ ବଡ ସ୍କ୍ରିନ। ରାଜ୍ୟାଭିଷେକ ବେଳେ ବ୍ରିଟେନର ବିଭିନ୍ନ ସ୍ଥାନରେ ଦିଆଯିବ ଗନସାଲ୍ୟୁଟ। ରାଜ୍ୟାଭିଷେକ ପରେ ୬ ମିନିଟର ଫ୍ଲାଏପାଷ୍ଟ ହେବ । ଏଥିରେ ସାମିଲ ହେବେ ୩ ସେନାର ୬୦ରୁ ଅଧିକ ଏୟାରକ୍ରାଫ୍ଟ।
Published by:Soumya Das
First published: