କୋରୋନା ଭାଇରସ: ଭାରତରେ ଚାରିଜଣ ସନ୍ଦିଗ୍ଧଙ୍କ ସାମ୍ପୁଲ ନେଗେଟିଭ୍ ବାହାରିଲା, ଚୀନରେ ମୃତ୍ୟୁସଂଖ୍ୟା ୪୧ରେ ପହଞ୍ଚିଲା

କୋରୋନା ଭାଇରସର ସଂକ୍ରମଣ ଯୋଗୁଁ ଚାରିଆଡ଼େ ଆତଙ୍କ ଦେଖାଦେଇଥିବାବେଳେ ଭାରତରେ ୪ଜଣଙ୍କ ସାମ୍ପୁଲ ନେଗେଟିଭ୍ ବାହାରିଛି । ଏହି ଭାଇରସ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୪୧ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

କୋରୋନା ଭାଇରସ: ଭାରତରେ ଚାରିଜଣ ସନ୍ଦିଗ୍ଧଙ୍କ ସାମ୍ପୁଲ ନେଗେଟିଭ୍ ବାହାରିଲା, ଚୀନରେ ମୃତ୍ୟୁସଂଖ୍ୟା ୪୧ରେ ପହଞ୍ଚିଲା
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 25, 2020, 10:09 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁଣେ: କୋରୋନା ଭାଇରସର ସଂକ୍ରମଣ ଯୋଗୁଁ ବଢ଼ୁଥିବା ଆତଙ୍କ ଭିତରେ ଭାରତ ପାଇଁ ଟିକେ ଆଶ୍ବସ୍ତିର କଥା ଏହା ହେଉଛି ଏ ପର୍ଯ୍ୟନ୍ତ ଏହି ଭାଇରସ ଭାରତରେ ପ୍ରବେଶ କରିନି । ମାତ୍ର ଏହି ଭାଇରସରେ ବର୍ତ୍ତମାନ ପର୍ଯ୍ୟନ୍ତ ୪ଜଣ ଆକ୍ରନ୍ତ ହୋଇଥିବା ଜଣାପଡ଼ିଛି । ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ କୋରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହି ୪ ସନ୍ଦିଗ୍ଧଙ୍କ ମଧ୍ୟରୁ ମୁମ୍ବାଇରୁ ୪ଜଣ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରୁ ଜଣେ ଲେଖାଏଁ ରହିଛନ୍ତି । ଏମାନଙ୍କର ସାମ୍ପୁଲକୁ ଆଇସିଏମ୍ଆର୍ ଏନ୍ଆଇବୀ ପୁଣେରେ ଟେଷ୍ଟ କରାଯିବା ପରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ତେବେ ସବୁଠୁ ଭୟଙ୍କର ହେଉଛି ଏହି ଭାଇରସରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନରେ ୪୧ଜଣଙ୍କର ମୃତ୍ୟୁ ହୋଇସାରିଲାଣି  ଏବଂ ୮୦୦ ଲୋକ ଏହାଦ୍ବାରା ସଂକ୍ରମିତ ହୋଇଛନ୍ତି ।

ମୁମ୍ବାଇର ଦୁଇ ସନ୍ଦିଗ୍ଧଙ୍କୁ କସ୍ତୁରବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ପ୍ରାନ୍ସରେ କୋରୋନା ଭାଇରସର ତିନୋଟି ମାମଲା ସାମ୍ନାକୁ ଆସିଛି । ଫ୍ରାନ୍ସର ସ୍ବାସ୍ଥ୍ୟମନ୍ତ୍ରୀ ଏଗ୍ନେସ ବୁଜିନ କହିଛନ୍ତି ଯେ, ପ୍ରଥମ ମାମଲା ସାଉଥଓ୍ବେଷ୍ଟର୍ନ ସିଟିରେ ମିଳିଥିବାବେଳେ ଦ୍ବିତୀୟ ମାମଲା କେସ ପ୍ୟାରିସରେ ଦେଖାଯାଇଛି । ସେହିପରି ତୃତୀୟ ମାମଲା ପିଡିତଙ୍କର ଜଣେ ସମ୍ପର୍କୀୟ ବୋଲି କୁହାଯାଉଛି । ଏହି ୩ ଜଣ ଚୀନରୁ ଫେରିଥିବା କୁହାଯାଉଛି । ତିନିଜଣଙ୍କୁ ଡାକ୍ତରଙ୍କ ତତ୍ବାବଧାନରେ ରଖାଯାଇଛି ।

କୋରୋନା ଭାଇରସ ଯୋଗୁଁ ଚୀନର ଅନେକ ସହରରେ ଯାତାୟାତ  ପୁରା ବନ୍ଦ ହୋଇଯାଇଛି । ଚୀନରେ ୪୧ଜଣଙ୍କ ମୃତ୍ୟୁ ପରେ ୮୩୦ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବୁହାନ ସମେତ ୯ଟି ସହରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ବୁହାନରେ ୭୦୦ରୁ ଅଧିକ ଭାରତୀୟ ଛାତ୍ର ପଢ଼ୁଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଭାରତ ସରକାର ଚୀନ ସହିତ କଥାବାର୍ତ୍ତା କରିଛନ୍ତି । ଏହା ପୂର୍ବରୁ ଚୀନରୁ ଫେରିଥିବା ଦୁଇଜଣ ଲୋକ କୋରୋନା ଭାଇରସର ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଇଥିଲା । ଏହି ଦୁଇଜଣଙ୍କୁ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ ଏହି ଦୁଇଜଣଙ୍କୁ ଅଳ୍ପ ଥଣ୍ଡା ହୋଇଥିବାବେଳେ ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
First published: January 25, 2020, 10:09 AM IST
corona virus btn
corona virus btn
Loading