ଆଜିଠାରୁ ଟୀକାକରଣ କେନ୍ଦ୍ରରେ ଉପଲବ୍ଧ ହେବ କର୍ବେଭାକ୍ସ ଟିକା

ବାୟୋଲୋଜିକାଲ – ଇ- କମ୍ପାନୀର କର୍ବେଭାକ୍ସ ଟିକାକୁ ବୁଷ୍ଟର ଡୋଜ ଭାବରେ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି । ଏହି ବୁଷ୍ଟର ଡୋଜ ୧୮ ବର୍ଷରୁ ଅଧିକ ବୟସ୍କମାନଙ୍କୁ ଦିଆଯିବ I

ଉପଲବ୍ଧ ହେବ କର୍ବେଭାକ୍ସ ଟିକା

ଉପଲବ୍ଧ ହେବ କର୍ବେଭାକ୍ସ ଟିକା

  • Share this:
News 18 Odia Digital

ନୂଆଦିଲ୍ଲୀ; ବାୟୋଲୋଜିକାଲ – ଇ- କମ୍ପାନୀର କର୍ବେଭାକ୍ସ ଟିକାକୁ ବୁଷ୍ଟର ଡୋଜ ଭାବରେ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ଏହି ବୁଷ୍ଟର ଡୋଜ ୧୮ ବର୍ଷରୁ ଅଧିକ ବୟସ୍କମାନଙ୍କୁ ଦିଆଯିବ I ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟମାନଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି । ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ଶୁକ୍ରବାର ଠାରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ, ଏହି ଟିକା ଟୀକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଉପଲବ୍ଧ ହେବ । କମ୍ପାନୀ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ ବାୟୋଲୋଜିକାଲ ଇ ଲିମିଟେଡ୍ ଏପର୍ଯ୍ୟନ୍ତ ଭାରତ ସରକାରଙ୍କୁ ୧୦୦ ମିଲିୟନ୍ କର୍ବେଭାକ୍ସ ଡୋଜ ଟିକା ଯୋଗାଇ ଦେଇଛି ।

୧୨ ରୁ ୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ ଭାରତର ପ୍ରଥମ ସ୍ୱଦେଶୀ ଆରବିଡି ପ୍ରୋଟିନ୍ 'କର୍ବେଭାକ୍ସ' ଟିକା ୧୬ ମାର୍ଚ୍ଚ ୨୦୨୨ ରେ ଅନୁମୋଦିତ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୭୦ ନିୟୁତ ଡୋଜ କର୍ବେଭାକ୍ସ ଟିକା ଦିଆଯାଇଛି ଏବଂ ୨.୯ କୋଟି ପିଲା ଉଭୟ ଡୋଜ ପାଇଛନ୍ତି । ଭାରତରେ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଜୁନ ୪ ତାରିଖ ଦିନ ଯେଉଁମାନଙ୍କର ବୟସ ୧୮ ବର୍ଷରୁ ଅଧିକ ଏବଂ ସେମାନେ କୋଭାକ୍ସିନ୍ କିମ୍ବା କୋଭିଶିଲ୍ଡର ଦ୍ୱିତୀୟ ଡୋଜ ନେଇ ସାରିଛନ୍ତି , ସେମାନଙ୍କୁ ୬ ମାସ କିମ୍ବା ୨୬ ସପ୍ତାହ ପରେ କରବେଭାକ୍ସ ଟିକା କୁ ବୁଷ୍ଟର ଡୋଜ ଭାବରେ ଦିଆଯାଇ ପାରିବ I ଟୀକାକରଣ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଏ ବିଷୟରେ ଅବଗତ କରାଇବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ପରାମର୍ଶ ଦେଇ ସାରିଛି । ବାୟୋଲଜିକାଲ-ଇ ଡିସିଜିଆଇଙ୍କ ନିକଟରେ ତାଙ୍କର ପରୀକ୍ଷଣ ତଥ୍ୟ ଉପସ୍ଥାପନ କରିଥିଲେ । ହେଟ୍ରୋଲୋଗସ୍ ବିଶେଷଜ୍ଞ କମିଟିଙ୍କ ବିସ୍ତୃତ ବିଚାରବିମର୍ଷ ଓ ମୂଲ୍ୟାୟନ ପରେ ଟିକା ଲାଗି ସେମାନଙ୍କ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
Published by:Soumyashree Mishra
First published: