ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପୁଣି ଚର୍ଚ୍ଚାରେ ପଞ୍ଜାବ କଂଗ୍ରେସର ବିବାଦ; ହରିଶ ରାୱତଙ୍କ ବୟାନରେ ଅସନ୍ତୋଷ ପ୍ରକାଶ କଲେ ସୁନୀଲ ଜାଖଡ଼

ପୁଣି ଚର୍ଚ୍ଚାରେ ପଞ୍ଜାବ କଂଗ୍ରେସର ବିବାଦ; ହରିଶ ରାୱତଙ୍କ ବୟାନରେ ଅସନ୍ତୋଷ ପ୍ରକାଶ କଲେ ସୁନୀଲ ଜାଖଡ଼

କଂଗ୍ରେସର ପଞ୍ଜାବ ବ୍ୟାପାର ଦାୟିତ୍ୱରେ ଥିବା ତଥା ଦଳର ସାଧାରଣ ସମ୍ପାଦକ ହରିଶ ରାୱତଙ୍କ ବିବୃତ୍ତିରେ ସୁନୀଲ ଜାଖଡ଼ ଆପତ୍ତି କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ନବଜୋତ ସିଂ ସିଦ୍ଧୁଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯିବ।

ପୁଣି ଚର୍ଚ୍ଚାରେ ପଞ୍ଜାବ କଂଗ୍ରେସର ବିବାଦ; ହରିଶ ରାୱତଙ୍କ ବୟାନରେ ଅସନ୍ତୋଷ ପ୍ରକାଶ କଲେ ସୁନୀଲ ଜାଖଡ଼
ପୁଣି ଚର୍ଚ୍ଚାରେ ପଞ୍ଜାବ କଂଗ୍ରେସର ବିବାଦ
  • News18 Odia
  • Last Updated: September 20, 2021, 1:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚଣ୍ଡିଗଡ: ପଞ୍ଜାବରେ କଂଗ୍ରେସ ହାଇକମାଣ୍ଡର ସମସ୍ତ ଉଦ୍ୟମ ସତ୍ତ୍ୱେ ବିବାଦ ବନ୍ଦ ହୋଇନାହିଁ । ମୁଖ୍ୟ ମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ଦଳ ଦୁଇ ଦିନ ମଧ୍ୟରେ ରାଜନୈତିକ ସଙ୍କଟର ସମାଧାନ କରିଥିଲା, କିନ୍ତୁ ପରିସ୍ଥିତି ଏତେ ସହଜ ଦେଖାଯାଉ ନାହିଁ। ସଦ୍ୟତମ ମାମଲା ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଜାଖଡ଼ଙ୍କ ସହ ଜଡ଼ିତ । କଂଗ୍ରେସର ପଞ୍ଜାବ ବ୍ୟାପାର ଦାୟିତ୍ୱରେ ଥିବା ତଥା ଦଳର ସାଧାରଣ ସମ୍ପାଦକ ହରିଶ ରାୱତଙ୍କ ବିବୃତ୍ତିରେ ଜାଖଡ଼ ଆପତ୍ତି କରିଛନ୍ତି ।

ଯେଉଁଥିରେ ସେ କହିଛନ୍ତି ଯେ ରାଜ୍ୟ କଂଗ୍ରେସ କମିଟି ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯିବ। ଜାଖଡ଼ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଏକ ଟ୍ବିଟ ଜରିଆରେ ଏହି କଥା କହିଛନ୍ତି ଯେ ରାୱତଙ୍କ ଏହି ବିବୃତ୍ତି ଆଶ୍ଚର୍ଯ୍ୟଜନକ ବୋଲି।

ଜାଖଡ଼ ଟ୍ବିଟରେ ଲେଖିଛନ୍ତି, ‘‘ଚରଣଜିତ ସିଂ ଚାନ୍ନୀ ମୁଖ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଦିନ, ସିଦ୍ଧୁଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯିବ' ବୋଲି ରାୱତଙ୍କ ବିବୃତ୍ତି ଆଶ୍ଚର୍ଯ୍ୟଜନକ । ଏହା କେବଳ ସିଏମର ପ୍ରାଧିକରଣକୁ ଦୁର୍ବଳ କରିବାର ପ୍ରୟାସ ନୁହେଁ ବରଂ ଏହି ପଦରେ ତାଙ୍କର ନିଯୁକ୍ତିର ଉଦ୍ଦେଶ୍ୟକୁ ପରାସ୍ତ କରିବାର ପ୍ରୟାସ।’’

ନୂଆ ସିଏମଙ୍କୁ ଭେଟିବାକୁ ପ୍ରସ୍ତୁତ ନାହାଁନ୍ତି ପୂର୍ବତନ ସିଏମ ଅମରିନ୍ଦର ସିଂ

ଏହା ପୂର୍ବରୁ ଜାଖଡ଼ଙ୍କୁ ମଧ୍ୟ ଡେପୁଟି ସିଏମ ପଦବୀ ଦିଆଯିବା ଉପରେ ରାଗିଯାଇଥିବା କୁହାଯାଉଛି। ସୂଚନାନୁସାରେ, ଶନିବାର ଦିନ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ଚାନ୍ନୀଙ୍କ ନାମ ଘୋଷଣା ପୂର୍ବରୁ ମଧ୍ୟ ସୁନୀଲ ଜାଖଡ଼ଙ୍କୁ ଉପ ମୁଖ୍ୟ ମନ୍ତ୍ରୀ ପଦ ପ୍ରଦାନ କରିଥିବାରୁ କଂଗ୍ରେସର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସୁନୀଲ ଜାଖଡ଼ଙ୍କ ସହ କଥା ହୋଇଥିଲେ ମଧ୍ୟ ଜାଖଡ଼ ଏହାକୁ ଗ୍ରହଣ କରିନଥିଲେ । ଏହା ପରେ ଦିଲ୍ଲୀର ଜଣେ ବରିଷ୍ଠ କଂଗ୍ରେସ ନେତା ଜାଖଡ଼ଙ୍କ ସାମ୍ନାରେ ସମାନ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଏହି ପଦ ଗ୍ରହଣ କରିବାକୁ ମନା କରିଦେଇଥିଲେ ।

ଅନ୍ୟପକ୍ଷରେ, ପଞ୍ଜାବର ପୂର୍ବତନ ସିଏମ ଅମରିନ୍ଦର ସିଂ, ଚରଣଜିତ ସିଂ ଚାନ୍ନୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ନାହିଁ ବୋଲି ସୂତ୍ରରୁ ପ୍ରକାଶ ହୋଇଛି । ସୂଚନାନୁସାରେ, ମୁଖ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଥିବା ଚାନ୍ନୀ ଶପଥ ଗ୍ରହଣ ସମାରୋହ ପୂର୍ବରୁ କ୍ୟାପଟେନ ଅମରିନ୍ଦରଙ୍କୁ ଭେଟିବାକୁ ଚାହୁଁଥିଲେ ଓ ତାଙ୍କ ନିକଟ ସହଯୋଗୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ପୂର୍ବତନ ସିଏମ୍ ଚାନ୍ନୀଙ୍କୁ ଭେଟିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଜଣାପଡୁଛି ।
Published by: Lipina Das
First published: September 20, 2021, 1:55 PM IST