ଫାରୁକ୍ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ; କହିଲେ - ଚୀନ୍ ସହାୟତାରେ Article 370 ପୁନର୍ବାର ଲାଗୁ ହେବ

ମୋଦୀ ସରକାର ୫ ଜୁଲାଇ ୨୦୧୯ରେ ଜମ୍ମୁ କାଶ୍ମୀରକୁ (Jammu-Kashmir) ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ (Article 370) ଓ ୩୫Aକୁ (Article 35A) ସମ୍ପୂର୍ଣ୍ଣ ରୂପେ ହଟାଇ ଦେଇଛନ୍ତି । ସରକାରଙ୍କ ଏହି ପଦକ୍ଷେପକୁ ସମଗ୍ର ବିଶ୍ୱ ସାମ୍ନାରେ ପାକିସ୍ତାନ (Pakistan) ଓ ଚୀନ୍ (China) ବିରୋଧ କରିଥିଲେ ।

ଫାରୁକ୍ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ; କହିଲେ - ଚୀନ୍ ସହାୟତାରେ Article 370 ପୁନର୍ବାର ଲାଗୁ ହେବ
ଫାରୁକ୍ ଅବଦୁଲ୍ଲା Article 370କୁ ନେଇ ଦେଲେ ବିବାଦୀୟ ବୟାନ
  • News18 Odia
  • Last Updated: October 12, 2020, 10:37 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ନେସନାଲ କନଫରେନ୍ସର ନେତା ତଥା ଜମ୍ମୁ କାଶ୍ମୀରର (Jammu-Kashmir) ପୂର୍ବତନ ମୁଖ୍ୟ ମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ରାଜ୍ୟରୁ ହଟାଯାଇଥିବା ଧାରା ୩୭୦ (Article 370) ସମ୍ବନ୍ଧରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଜମ୍ମୁ କାଶ୍ମୀରରୁ ଆର୍ଟିକିଲ ୩୭୦ ପୁନର୍ବାର ଲାଗୁ ପାଇଁ ଚୀନରୁ ସାହାଯ୍ୟ ମିଳିପରେ । ଏହା ସହିତ ସେ ମୋଦୀ ସରକାରଙ୍କୁ ଏହି ପଦକ୍ଷେପରେ ଯେଉଁମାନେ ସହଯୋଗ କରିଛନ୍ତି ସେମାନଙ୍କୁ ସେ ଦେଶଦ୍ରୋହୀ ବୋଲି କହିଛନ୍ତି ।

ଫାରୁକ୍ ଅବଦୁଲ୍ଲା ଇଣ୍ଡିଆ ଟୁଡେ ସହ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ 'ମୁଁ ଚୀନର ରାଷ୍ଟ୍ରପତିଙ୍କୁ କେବେବି କାଶ୍ମୀରକୁ ଡାକି ନାହିଁ । ଆମ ପ୍ରଧାନ ମନ୍ତ୍ରୀ ତାଙ୍କୁ ଗୁଜରାଟକୁ ଡାକିଥିଲେ ଓ ତାଙ୍କୁ ଝୁଲଣରେ ମଧ୍ୟ ଝୁଲାଇ ଥିଲେ । ଏହା ପରେ ତାଙ୍କୁ ଚେନ୍ନାଇକୁ ମଧ୍ୟ ନିଆ ଯାଇଥିଲା । ସେଠାରେ ମଧ୍ୟ ତାଙ୍କୁ ବହୁତ ଖାଇବାକୁ ଦିଆଯାଇଥିଲା କିନ୍ତୁ ମୁଁ ଏସବୁ ପସନ୍ଦ କରୁନଥିଲି ।' ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ସବୁକିଛି କରିବା ପରେ ମଧ୍ୟ ସେ କହିଛନ୍ତି ଯେ ଧାରା ୩୭୦କୁ ହଟାଇବା ତାଙ୍କ ପାଇଁ ଗ୍ରହଣୀୟ ନୁହେଁ । ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆପଣ ଆର୍ଟିକିଲ୍ ୩୭୦ ପୁନଃସ୍ଥାପନ ନକରନ୍ତି ସେ ପର୍ଯ୍ୟନ୍ତ ଆମେ ବସି ରହିବୁ ନାହିଁ । ଫାରୁକ୍ ଅବଦୁଲ୍ଲା କହିଛନ୍ତି ଆଲ୍ଲାହା କରୁ ଯେ ଚୀନ୍‌ର ଏହି ଧାରା ସହିତ ଆମ ଲୋକଙ୍କୁ ସାହାଯ୍ୟ ମିଳୁ ଓ ଧାରା ୩୭୦ ଓ ୩୫A ପୁନର୍ବାର ଲାଗୁ ହେଉ ।

ମୋଦୀ ସରକାର ୫ ଜୁଲାଇ ୨୦୧୯ରେ ଜମ୍ମୁ କାଶ୍ମୀରକୁ (Jammu-Kashmir) ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ (Article 370) ଓ ୩୫Aକୁ (Article 35A) ସମ୍ପୂର୍ଣ୍ଣ ରୂପେ ହଟାଇ ଦେଇଛନ୍ତି । ସରକାରଙ୍କ ଏହି ପଦକ୍ଷେପକୁ ସମଗ୍ର ବିଶ୍ୱ ସାମ୍ନାରେ ପାକିସ୍ତାନ (Pakistan) ଓ ଚୀନ୍ (China) ବିରୋଧ କରିଥିଲେ । ତେବେ ଭାରତ ସମଗ୍ର ବିଶ୍ୱକୁ କହିଛି ଯେ ଏହା ହେଉଛି ଆମର ଆଭ୍ୟନ୍ତରୀଣ ବିଷୟ ଓ କୌଣସି ଦେଶ ଏଥିରେ ହସ୍ତକ୍ଷେପ କରିପାରିବ ନାହିଁ ।

ଲୋକସଭାରେ ମଧ୍ୟ ଫାରୁକ୍ ଅବଦୁଲ୍ଲା ଏହି ପ୍ରସଙ୍ଗ ଉଠାଇଥିଲେ
ନେସନାଲ କନଫରେନ୍ସର ନେତା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଆରମ୍ଭରୁ ସ୍ଥିତିକୁ ଫେରାଇ ଆଣିବାକୁ ଦାବି କରିଆସୁଛନ୍ତି । ସଂସଦର ମୌସୁମୀ ଅଧିବେଶନରେ ସେ ଏହି ପ୍ରସଙ୍ଗ ମଧ୍ୟ ଉଠାଇ ଥିଲେ । ଲୋକସଭାରେ ଭାଷଣ ଦେଇ ଫାରୁକ୍ ଅବଦୁଲ୍ଲା କହିଥିଲେ ଯେ ଆଜି ଜମ୍ମୁ କାଶ୍ମୀରରେ ପରିସ୍ଥିତି ଏପରି ଯେ ଯେଉଁଠାରେ ଅଗ୍ରଗତି କରିବାକୁ ପଡିବ ସେଠାରେ କୌଣସି ଅଗ୍ରଗତି ହୋଇପାରିବ ନାହିଁ । ସେ କହିଛନ୍ତି ଯେ ସମଗ୍ର ଭାରତରେ ୪G ନେଟୱାର୍କର ସୁବିଧା ଥିବାବେଳେ ଆମ ପାଖରେ ଏପର୍ଯ୍ୟନ୍ତ ତାହା ନାହିଁ । ସେ କହିଛନ୍ତି ଯେ ପ୍ରତ୍ୟେକ ପିଲାଙ୍କୁ ଲକଡାଉନରେ ଇଣ୍ଟରନେଟ ମାଧ୍ୟମରେ ତାଲିମ ଦିଆଯାଉଛି କିନ୍ତୁ ଆମ ପିଲାମାନେ ଏପର୍ଯ୍ୟନ୍ତ ଏଠାରେ ଅଧ୍ୟୟନ କରିବାରେ ସକ୍ଷମ ହୋଇ ପାରୁନାହାନ୍ତି ।
Published by: Jagdish Barik
First published: October 12, 2020, 10:37 AM IST
corona virus btn
corona virus btn
Loading