ଯୁବରାଜଙ୍କ ପିତା ବିବାଦୀୟ ବୟାନ ଦେଲେ; କୃଷକ ଆନ୍ଦୋଳନରେ କହିଲେ - ହିନ୍ଦୁମାନେ ଦେଶଦ୍ରୋହୀ

ଯୋଗରାଜ ସିଂ କୃଷକ ଆନ୍ଦୋଳନ ସମୟରେ (Yograj Singh in Farmers Protest) ହିନ୍ଦୁମାନଙ୍କ ଉପରେ ଏପରି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ପରେ ତାଙ୍କୁ ଗିରଫ କରାଯିବାକୁ ଦାବି କରାଯାଇଛି । ତାଙ୍କ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

ଯୁବରାଜଙ୍କ ପିତା ବିବାଦୀୟ ବୟାନ ଦେଲେ; କୃଷକ ଆନ୍ଦୋଳନରେ କହିଲେ - ହିନ୍ଦୁମାନେ ଦେଶଦ୍ରୋହୀ
ଯୁବରାଜଙ୍କ ପିତା ବିବାଦୀୟ ବୟାନ ଦେଲେ
  • News18 Odia
  • Last Updated: December 5, 2020, 1:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କୃଷକ ଆନ୍ଦୋଳନକୁ (Farmers Protest) ସମର୍ଥନ କରିବାକୁ ଯାଇ ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ (Yuvraj Singh) ପିତା ଯୋଗରାଜ ସିଂ(Yograj Singh) ହିନ୍ଦୁମାନଙ୍କ ଉପରେ କଥିତ ଭାବେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଯୋଗରାଜ ସିଂ କୃଷକ ଆନ୍ଦୋଳନ ସମୟରେ ଏକ ଭାଷଣରେ ହିନ୍ଦୁମାନଙ୍କ ବିଷୟରେ ଏପରି ମନ୍ତବ୍ୟ ଦେଇଛନ୍ତି, ଯାହା ପରେ ତାଙ୍କୁ ଗିରଫ କରାଯିବାକୁ ଦାବି କରାଯାଉଛି । ତାଙ୍କ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଯାହା ପରେ ଲୋକମାନେ କ୍ରୋଧିତ ହେଉଛନ୍ତି । ଯଦିଓ News18 ସ୍ୱାଧୀନ ଭାବରେ ଏହି ଭିଡିଓର ସତ୍ୟତାକୁ ପୃଷ୍ଟି କରେ ନାହିଁ ।

ଯୋଗରାଜ ସିଂଙ୍କ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ପଞ୍ଜାବୀରେ ଭାଷଣ ଦେଉଥିବାର ନଜର ଆସିଛନ୍ତି । ଭାଷଣ ସମୟରେ ସେ ହିନ୍ଦୁମାନଙ୍କ ପାଇଁ 'ଦେଶଦ୍ରୋହୀ' ଶବ୍ଦ ବ୍ୟବହାର କରୁଥିବା ନଜର ଆସିଛନ୍ତି । ସେ କହିଛନ୍ତି ଯେ 'ଏମାନେ ହିନ୍ଦୁ ଦେଶଦ୍ରୋହୀ, ମୋଗଲମାନଙ୍କ ଶହେ ବର୍ଷର ଦାସତ୍ୱ' । କେବଳ ଏତିକି ନୁହେଁ ସେ ମହିଳାଙ୍କ ବିଷୟରେ ଏକ ବିବାଦୀୟ ବୟାନ ମଧ୍ୟ ଦେଇଛନ୍ତି ।



ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ଯୋଗରାଜଙ୍କ ବକ୍ତବ୍ୟକୁ ନିନ୍ଦା କରିବା ସହିତ ଏହାକୁ ପ୍ରଦାହଜନକ, ଅପମାନଜନକ ଓ ଘୃଣ୍ୟ ବୋଲି କହିଛନ୍ତି । ଅତୀତରେ ଯୋଗରାଜ ମଧ୍ୟ ଅନେକ ଥର ବିବାଦ ଘେରି ରହିଥିଲେ । କିଛି ସମୟ ପୂର୍ବରୁ ଯୋଗରାଜ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିଷୟରେ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯେତେବେଳେ ତାଙ୍କ ପୁଅ ଯୁବରାଜ ସିଂ ଟିମ୍ ଇଣ୍ଡିଆରେ ସ୍ଥାନ ପାଇପାରିନଥିଲେ ସେତେବେଳେ ସେ ଧୋନିଙ୍କ ଉପରେ ରାଗି ଯାଇଥିଲେ ।
Published by: Jagdish Barik
First published: December 5, 2020, 1:10 PM IST
corona virus btn
corona virus btn
Loading