କେବେକେବେ ଲାଗେ ପାକିସ୍ଥାନ ନଥିଲେ ମୋଦିଜୀଙ୍କ ପାଖରେ କହିବାକୁ କ’ଣ ଥାଆନ୍ତା: ଅନୁରାଗ କଶ୍ୟପ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବଲିଉଡର ବିବାଦୀୟ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ସର୍ବତା ଇଆଡୁସିଆଡୁ କହିଥାନ୍ତି । ଅନୁରାଗ ପୁଣି ଏକ ଟୁଇଟ କରି ମୋଦିଙ୍କୁ ତାଚ୍ଛଲ୍ୟ କରିଛନ୍ତି ।

କେବେକେବେ ଲାଗେ ପାକିସ୍ଥାନ ନଥିଲେ ମୋଦିଜୀଙ୍କ ପାଖରେ କହିବାକୁ କ’ଣ ଥାଆନ୍ତା: ଅନୁରାଗ କଶ୍ୟପ
ଅନୁରାଗ କଶ୍ୟପଙ୍କ ଟୁଇଟ
  • News18 Odia
  • Last Updated: January 3, 2020, 8:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ରମୋଦିଙ୍କୁ ନେଇ ସର୍ବଦା ବିବାଦୀୟ ମନ୍ତବ୍ୟ ଦେଉଥିବା ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ତାଚ୍ଛଲ୍ୟ କରି ଏକ ଟୁଇଟ କରିଛନ୍ତି । ଅନୁରାଗ ନିଜ ଟୁଇଟର ହ୍ୟାଣ୍ଡେଲରୁ ‘‘କେବେ କେବେ ଲାଗିଥାଏ ଯଦି ପାକିସ୍ଥାନ ନଥାନ୍ତା ତାହାଲେ ମୋଦିଜୀଙ୍କ ପାଖରେ କହିବାକୁ କିଛି ବି ନଥାନ୍ତା । ପ୍ରଧାନମନ୍ତ୍ରୀ ଆଖ ପାଖରେ କ୍ୟାମେରା ଥିବାବେଳେ ହିଁ କାମ କରିଥାନ୍ତି’’ । ଅନୁରାଗଙ୍କର ଏହି ଟୁଇଟ ଉପରେ ଲୋକମାନେ ପ୍ରବଳ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି । ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଅନୁରାଗ ପ୍ରଧାନମନ୍ତ୍ରୀଙ୍କୁ କୌଣସି ପ୍ରସଙ୍ଗ ନେଇ ସମାଲୋଚନା କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ବହୁବାର ଏପରି କରିସାରିଛନ୍ତି ।

ଅନୁରାଗ ୨୦୧୯ ଅଗଷ୍ଟରେ ଟ୍ରୋଲିଂ ଏବଂ ପରିବା ସଦସ୍ୟଙ୍କୁ ମିଳୁଥିବା ଧମକ କାରଣରୁ ଟୁଇଟର ଆକାଉଣ୍ଟକୁ ଡିଲିଟ କରିଦେଇଥିଲେ । ସେ ଏ ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ରଖିଥିଲେ । କିନ୍ତୁ ଦେଶର ମାହୋଲକୁ ଦେଖି ସେ ଟୁଇଟରକୁ ଫେରିବା ନେଇ ଘୋଷଣା କରି ଏବେ ମୁଁ ଚୁପ ବସିପାରିବି ନାହିଁ ଲେଖିଥିଲେ । ପରେ ଅଧିକ ଲେଖି ‘‘ କଥା ବହୁତ ଆଗକୁ ଯାଇସାରିଛି । ଏହି ସରକାର ସ୍ପଷ୍ଟ ଭାବେ ଫାଶିବାଦୀ ଅଟନ୍ତି । କିନ୍ତୁ ଗୋଟିଏ କଥା ମୋତେ କ୍ରୋଧିତ କରେ ଯେ ଯେଉଁ ଲୋକମାନେ କିଛି ପରିବର୍ତ୍ତନ କରିପାରିଥାନ୍ତେ ସେମାନେ ଚୁପ୍ ବସିଛନ୍ତି’’ ।

ପ୍ରଧାନମନ୍ତ୍ରୀ ମୋଦି ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ ଏବଂ ପାକିସ୍ଥାନ ଉପରେ କଟାକ୍ଷ କରିଥିଲେ । ସେ ସିଏଏକୁ ନେଇ ଜାରି ରହିଥିବା ପ୍ରଦର୍ଶନ ସଂସଦ ବିରୋଧୀ ଅଟେ । ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ଏହି ପ୍ରଦର୍ଶନ ଦେଶର ସଂସଦ ବିରୋଧରେ କରୁଛନ୍ତି । ବର୍ତ୍ତମାନ ପାକିସ୍ଥାନର କାର୍ଯ୍ୟକଳାପ ସମ୍ପର୍କରେ ସାରା ବିଶ୍ବକୁ ଚେତାଇ ଦେବାର ସମୟ ଆସିଯାଇଛି । ଯଦି ପ୍ରଦର୍ଶନ କରିବାକୁ ଚାହୁଁଥାନ୍ତି ତାହାଲେ ପାକିସ୍ଥାନ ଦ୍ବରା ବିଗତ ୭୦ ବର୍ଷରେ କରାଯାଇଥିବା ଘୃଣ୍ୟ କାମ ଉପରେ କରନ୍ତୁ । ଆପଣମାନଙ୍କ ମଧ୍ୟରେ ଏଥିପାଇଁ ସାହସ ରହିବା ଦରକାର କଥା କହିଥିଲେ ।
First published: January 3, 2020, 8:55 PM IST
corona virus btn
corona virus btn
Loading