News18 Odia Digital
Congress Protest: ମୁଦ୍ରାସ୍ଫୀତି ପ୍ରସଙ୍ଗରେ ମୋଦି ସରକାରଙ୍କୁ ପୁଣି ଟାର୍ଗେଟ କରିଛି କଂଗ୍ରେସ। ବୁଧବାର ଦିନ କଂଗ୍ରେସ ସଂସଦରେ ଇନ୍ଧନ ମୂଲ୍ୟ ବୃଦ୍ଧି ଓ ମୁଦ୍ରାସ୍ଫୀତିକୁ ବିରୋଧ କରିଛି। ଏହି ସମୟରେ ଜଣେ ମହିଳା ସାଂସଦ ଗ୍ୟାସ ସିଲିଣ୍ଡର କାନ୍ଧରେ ଧରି ବାହୁବଳୀ ଷ୍ଟାଇଲରେ ନଜର ଆସିଛନ୍ତି। ଏହାସହ ସେ ମୁଦ୍ରାସ୍ଫୀତି ବୃଦ୍ଧି ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଓ ଅନ୍ୟ କେତେକ ବିରୋଧୀ ଦଳ ସଂସଦ ପରିସରରେ ବସିଥିଲେ। ମୁଦ୍ରାସ୍ଫୀତି ବିରୋଧରେ ତଥା ଜିଏସଟି ଅଧୀନରେ ଅନେକ ଜରୁରୀ ଖାଦ୍ୟ ସାମଗ୍ରୀ ଆଣିବା ବିରୋଧରେ ଏହି ସାଂସଦମାନେ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଲୋକ ଏକ ବ୍ୟାନର ମଧ୍ୟ ରଖିଥିଲେ ଯେଉଁଥିରେ ଗ୍ୟାସ ସିଲିଣ୍ଡରର ଚିତ୍ର ରହିଥିଲା। ଯେଉଁଥିରେ ଲେଖାଥିଲା, ‘‘ମୂଲ୍ୟ ବୃଦ୍ଧି ହେତୁ ସାଧାରଣ ନାଗରିକଙ୍କ ଜୀବନ ଖରାପ ପ୍ରଭାବିତ ହୋଇଛି, ସେମାନେ କିପରି ବଞ୍ଚିବେ?’’
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବ୍ୟତୀତ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀ, ତେଲେଙ୍ଗାନା ରାଷ୍ଟ୍ରିୟ ସମିତିର ନମା ନାଗେଶ୍ୱରା ରାଓ, କେ କେଶବ ରାଓ, ନ୍ୟସନାଲ କନଫ୍ରେନ୍ସର ହସନୈନ ମାସୁଦି, ଆଇୟୁଏମଏଲର ଇଟି ମହମ୍ମଦ ବଶୀର ଓ ଅନ୍ୟାନ୍ୟ ବିରୋଧୀ ସାଂସଦ ଏହି ଧର୍ମଘଟରେ ଯୋଗ ଦେଇଥିଲେ।
ବିରୋଧୀ ସାଂସଦମାନେ ମଧ୍ୟ 'କ୍ଷୀର ଓ ଦହି ଉପରେ ଜିଏସଟ ଫେରାଇ ନିଅ' ସ୍ଲୋଗାନ ଦେଇଥିଲେ। ଏହି ବିରୋଧ ପ୍ରଦର୍ଶନରେ ଖଡଗେ କହିଛନ୍ତି, ‘‘ଆଜି ଅଟା, ଦହି ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ଏହି ସରକାର ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର କରିଛନ୍ତି। ଆମେ ଏହାକୁ ବିରୋଧ କରିବୁ।”
ପ୍ରକାଶ ଥାଉକି ମଙ୍ଗଳବାର ଦିନ ବିରୋଧୀ ଦଳ ମଧ୍ୟ ସମାନ ପ୍ରସଙ୍ଗରେ ସଂସଦ ପରିସରରେ ଏକ ବୈଠକ କରିଥିଲେ ଓ ଉଭୟ ଗୃହରେ ଝଡ଼ ସୃଷ୍ଟି କରିଥିଲେ। ଯେଉଁଥିପାଇଁ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ଜିଏସଟି ପରିଷଦର ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ସୋମବାର ଠାରୁ ଅନେକ ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି। ଏଥିମଧ୍ୟରେ ପ୍ରି-ପ୍ୟାକେଜ୍ ଓ ଲେବଲ୍ ଖାଦ୍ୟ ସାମଗ୍ରୀ ଯେପରିକି ଅଟା, ପନିର୍ ଓ ଦହି ଅନ୍ତର୍ଭୁକ୍ତ, ଯାହା ଉପରେ ୫% ଜିଏସଟି ଲାଗୁ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।