ମୌସୁମୀ ଅଧିବେଶନରେ ମୁଦ୍ରାସ୍ଫୀତି; ଅଗ୍ନିପଥ ସମେତ ଜନସାଧାରଣଙ୍କ ସ୍ୱାର୍ଥର ଅନେକ ପ୍ରସଙ୍ଗ ଉଠାଇବ କଂଗ୍ରେସ

ସଂସଦର ଉଭୟ ଗୃହରେ ମୋଦି ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତି ।

ସଂସଦର ଉଭୟ ଗୃହରେ ମୋଦି ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତି ।

  • Share this:
News 18 Odia Digital

ନୂଆଦିଲ୍ଲୀ; ଗୁରୁବାର ଦିନ କଂଗ୍ରେସ ନିଷ୍ପତ୍ତି ନେଇଛି ଯେ, ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା, ସେନା ନିଯୁକ୍ତିର ନୂତନ ଅଗ୍ନିପଥ ଯୋଜନା, ଅନୁସନ୍ଧାନକାରୀ ଏଜେନ୍ସିର ଅପବ୍ୟବହାର ଏବଂ ଜନସାଧାରଣଙ୍କ ସ୍ୱାର୍ଥର ଅନେକ ପ୍ରସଙ୍ଗ ଆଦି ଆଗାମୀ ମୌସୁମୀ ଅଧିବେଶନରେ ଉଭୟ ଗୃହରେ ଉଠାଇବ । ଦଳର ସଂସଦ ବ୍ୟାପାର ରଣନୀତିକ ଗୋଷ୍ଠୀର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଆମ ପାଇଁ ଏଲପିଜି ଏବଂ ଚାଉଳ ଦର ସବୁଠୁ ବଡ ପ୍ରସଙ୍ଗ । ଏହାକୁ ଯୋଡ଼ି ଆମେ ତାଙ୍କୁ ପ୍ରାଥମିକତା ଦେବାକୁ ଚାହୁଁଛୁ । କଂଗ୍ରେସ ନେତା କହିଛନ୍ତି ଯେ, 'ଅଗ୍ନିପଥ ଯୋଜନା, ବେକାରୀ, ତଥା ଫେଡେରାଲ ଢାଞ୍ଚା ଉପରେ ଏହି ଆକ୍ରମଣ । ଆମେ ଚାହୁଁଛୁ ସେହି ପ୍ରସଙ୍ଗରେ ଗୃହରେ ମଧ୍ୟ ଆଲୋଚନା କରନ୍ତୁ ।

କଂଗ୍ରେସ ଦଳ ମଧ୍ୟ ସଂସଦରେ ଟଙ୍କା ମୂଲ୍ୟ ହ୍ରାସ ପ୍ରସଙ୍ଗ ଉଠାଇବ। ଏହା ବ୍ୟତୀତ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଘୃଣା ବକ୍ତବ୍ୟ ଉପରେ ଉଭୟ ଗୃହରେ ଆଲୋଚନା ପାଇଁ ଦାବି କରିବ । ମଲ୍ଲିକାର୍ଜୁନା କହିଛନ୍ତି ଯେ, ଏହାବ୍ୟତୀତ ଯେଉଁ 'ସ୍ୱୟଂଶାସିତ ସଂସ୍ଥା ରହିଛି, ସେମାନଙ୍କୁ ଦୁର୍ବଳ କରିଦିଆଯାଉଛି, ଅପବ୍ୟବହାର କରାଯାଉଛି ଏବଂ ଅନେକ ସ୍ଥାନରେ ସରକାର ଏହାର ପ୍ରଭାବ ବ୍ୟବହାର କରି ଲୋକଙ୍କୁ, ନେତାମାନଙ୍କୁ, ସରକାର ହଇରାଣ କରିବାକୁ ବ୍ୟବହାର କରୁଛନ୍ତି ଏବଂ ସରକାର ହଟାଇବା କାମ କରୁଛନ୍ତି । ଇଡି ଏବଂ ସିବିଆଇକୁ ବ୍ୟବହାର କରି ମଧ୍ୟ ସେହି କାମରେ ଲଗାଉଛନ୍ତି। ଏ ପ୍ରସଙ୍ଗରେ ମଧ୍ୟ ଆମେ ଆଲୋଚନା ଚାହୁଁଛୁ ।

ଏହା ବ୍ୟତୀତ ଚୀନ୍‌ର ଆକ୍ରମଣ ତଥା ଅନୁସୂଚିତ ଜନଜାତି ତଥା ବ୍ୟାଙ୍କଗୁଡିକର ଘରୋଇକରଣ ପ୍ରସଙ୍ଗରେ କଂଗ୍ରେସ ମୋଦି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବ ।
Published by:Soubhagya Mishra
First published: