News 18 Odia Digital
କର୍ଣ୍ଣାଟକ: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରିବା ପାଇଁ ସାମୁହିକ ବୈଠକ ବ୍ୟତୀତ ସିଦ୍ଧାରମୈୟା ଓ ଶିବକୁମାର ରାହୁଲଗାନ୍ଧିଙ୍କ ସହ ସିଧାସଳଖ ବୈଠକ କରିଛନ୍ତି । କୁହାଯାଉଛି କି କର୍ଣ୍ଣାଟକ ରାଜ୍ୟ କଂଗ୍ରେସରେ ମତଭେଦ ଦୁର କରିବ ପାଇଁ ସିଦ୍ଧାରମୈୟା ଓ ଶିବକୁମାରଙ୍କୁ ଦିଲ୍ଲି ଡାକିଥିଲେ ହାଇକମାଣ୍ଡ ।
ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡ ଏବଂ କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତାଙ୍କ ମଧ୍ୟରେ ମାନସ ମନ୍ଥନ ପରେ ଦଳ ନିଷ୍ପତ୍ତି ନେଇଛି ଯେ, ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବ ସାମୂହିକ ଭାବେ ଲଢ଼ିବେ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ହାତରେ ରହିଛି ଆଉ ମାତ୍ର ୧୦ ମାସ । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଡି.କେ ଶିବକୁମାର ଏବଂ ବିରୋଧୀ ଦଳର ନେତା ସିଦ୍ଧାରମୈୟା ଗତ ଦୁଇ ଦିନ ଧରି ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସହ ଏକ ବୈଠକ କରିଥିଲେ । କଂଗ୍ରେସର କର୍ଣ୍ଣାଟକ ଦାୟିତ୍ୱରେ ଥିବା ରଣଦୀପ ସୁରଜେୱାଲା ଏବଂ ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।
ଆଗାମୀ ବିଧାନସଭା ନିର୍ବାଚନକୁନେଇ ରଣନୀତି ପ୍ରସ୍ତୁତ କରିବା ପାଇଁ ସାମୁହିକ ବୈଠକ ବ୍ୟତୀତ ସିଦ୍ଧାରମୈୟା ଓ ଶିବକୁମାର ରାହୁଲଗାନ୍ଧିଙ୍କ ସହ ସିଧାସଳଖ ବୈଠକ କରିଛନ୍ତି । କୁହାଯାଉଛି କି କର୍ଣ୍ଣାଟକ ରାଜ୍ୟ କଂଗ୍ରେସରେ ମତଭେଦ ଦୁର କରିବ ପାଇଁ ସିଦ୍ଧାରମୈୟା ଓ ଶିବକୁମାରଙ୍କୁ ଦିଲ୍ଲି ଡାକିଥିଲେ ହାଇକମାଣ୍ଡ । ସୂଚନା ମିଳିଛି କି କର୍ଣ୍ଣାଟକ କଂଗ୍ରେସର ଏକ ବିଭାଗ ଚାହୁଁଛି ଯେ ଆସନ୍ତା ବିଧାନସଭା ନିର୍ବାଚନରେ କାହାକୁ ମୁଖ୍ୟମନ୍ତ୍ରୀ ରୂପେ ଘୋଷଣା ନକରି ସାମୂହିକ ନେତୃତ୍ୱରେ ଲଢ଼ାଯାଉ । ରାଜ୍ୟ କଂଗ୍ରେସ ମଧ୍ୟରେ ଧିବା ମତଭେଦ ଦୂର କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
କଂଗ୍ରେସ ଅନୁଭବ କରୁଛି ଯେ ଏଥର କର୍ଣ୍ଣାଟକରେ ଶାସକ ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ସାମୂହିକ ନେତୃତ୍ୱରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଆବଶ୍ୟକ । ଦକ୍ଷିଣର ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ କ୍ଷମତା ପାଇବା ପାଇଁ ଦଳକୁ ଏକଜୁଟ ହୋଇ ନିର୍ବାଚନୀ ମୈଦାନରେ ପ୍ରବେଶ କରିବା ଉଚିତ୍ । ଖୁବ ଶୀଘ୍ର ରାଜ୍ୟରେ କର୍ଣ୍ଣାଟକ କଂଗ୍ରେସ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛି । ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସିଦ୍ଧାରମୈୟା କହିଛନ୍ତି, 'ମୋର ଏବଂ ଶିବକୁମାରଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ । ବିଧାନସଭା ନିର୍ବାଚନକୁ ନେଇ ଭବିଷ୍ୟତର ରଣନୀତି ବିଷୟରେ ଆଲୋଚନା କରିବା ପାଇ ଆମେ ଏହି ବୈଠକ କରିଥିଲୁ। କଂଗ୍ରେସ କର୍ଣ୍ଣାଟକରେ ସମ୍ପୂର୍ଣ୍ଣ ଏକତାର ସହ ନିର୍ବାଚନ ଲଢ଼ିବ ।
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ସାଙ୍ଗଠନିକ ପ୍ରସଙ୍ଗରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଏବଂ ଡି.କେ ଶିବକୁମାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ସୂଚନାନୁସାରେ, କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ଦୁଇ ନେତାଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତ ବେଳେ ଏହି ସବୁ ବିବାଦ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କର୍ଣ୍ଣାଟକ ନିର୍ବାଚନ ସମୀକ୍ଷା ବୈଠକରେ କଂଗ୍ରେସ ନିଷ୍ପତ୍ତି ନେଇଛି ଯେ ଦଳ ଘର ଘର ବୁଲି ପ୍ରଚାର କରିବା ଦିଗରେ ବିଶେଷ ଧ୍ୟାନ ଦେବ । ଏହି ଯାତ୍ରା ୨ ଅକ୍ଟୋବରରୁ ଆରମ୍ଭ ହେବ । ରାହୁଲ ଗାନ୍ଧୀ ତାମିଲନାଡୁର କନ୍ୟାକୁମାରୀରୁ କାଶ୍ମୀରର ଶ୍ରୀନଗର ପର୍ଯ୍ୟନ୍ତ ଯାତ୍ରା କରିବେ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।