ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମ ପରିବର୍ତ୍ତନ କରିବ କଂଗ୍ରେସ; ଦେଇଛି ବଡ଼ ବଡ଼ ପ୍ରତିଶ୍ରୁତି

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ କଂଗ୍ରେସ ନିଜର ମନିଫେଷ୍ଟୋ ପ୍ରକାଶ କରିଛି। ଗୁଜୁରାଟର ଚାଷୀଙ୍କ ଅବସ୍ଥା ସୁଧାରିବା ପାଇଁ ଫସଲର ମୂଲ୍ୟ ପାଇବା ପାଇଁ 'ଭବ ନିର୍ଦ୍ଧାରଣ ସମିତି' ଗଠନ କରାଯିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ଛାତ୍ରମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ।

ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମ ପରିବର୍ତ୍ତନ କରିବ କଂଗ୍ରେସ

ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମ ପରିବର୍ତ୍ତନ କରିବ କଂଗ୍ରେସ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଗୁଜୁରାଟ: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ କଂଗ୍ରେସ ନିଜର ମନିଫେଷ୍ଟୋ ପ୍ରକାଶ କରିଛି। ସାଧାରଣ ଜନତା ତଥା ମହିଳା ଠାରୁ ଆରମ୍ଭ କରି କୃଷକ ପର୍ଯ୍ୟନ୍ତ କଂଗ୍ରେସ ଏହାର ମନିଫେଷ୍ଟରେ ଅନେକ ବଡ଼ ପ୍ରତିଶୃତି ଦେଇଛି। ବର୍ତ୍ତମାନର କଂଗ୍ରେସର ଏହି ପ୍ରତିଶ୍ରୁତିକୁ ନେଇ ସବୁଆଡେ ଆଲୋଚନା ହେଉଛି।

କଂଗ୍ରେସ ଏହାର ମନିଫେଷ୍ଟରେ ପ୍ରତିଶ୍ରୁତି ଦେଇଛି ଯେ ଯଦି ସରକାରଙ୍କ କଥା ଆସେ ତେବେ ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯିବ। ଏହି ଷ୍ଟାଡିୟମର ନାମ ସର୍ଦ୍ଦାର ପଟେଲଙ୍କ ନାମରେ ରଖାଯିବ।

ଗୁଜୁରାଟ ପାଇଁ ପ୍ରକାଶିତ ମନିଫେଷ୍ଟୋରେ ସରକାରୀ ଚାକିରିରେ ଚୁକ୍ତିନାମା ଶେଷ ହେବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ୧୦ ଲକ୍ଷ ସରକାରୀ ଚାକିରି ଦିଆଯିବ। ୩ ହଜାର ଟଙ୍କା ବେରୋଜଗାର ଭତ୍ତା ଦିଆଯିବ। ୫୦୦ ଟଙ୍କାରେ ଏକ ଗ୍ୟାସ ସିଲିଣ୍ଡର ଉପଲବ୍ଧ ହେବ। ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣା ହେବ। ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଗୁଜୁରାଟୀ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇବେ। ୩ ଲକ୍ଷ କୃଷକଙ୍କ ଋଣ ଛାଡ଼ କରାଯିବ। ଏହା ବ୍ୟତୀତ ସେମାନଙ୍କର ବିଦ୍ୟୁତ୍ ବିଲ୍ ମଧ୍ୟ ଛାଡ଼ କରାଯିବ।

ଗୁଜୁରାଟର ଚାଷୀଙ୍କ ଅବସ୍ଥା ସୁଧାରିବା ପାଇଁ ଫସଲର ମୂଲ୍ୟ ପାଇବା ପାଇଁ 'ଭବ ନିର୍ଦ୍ଧାରଣ ସମିତି' ଗଠନ କରାଯିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ଛାତ୍ରମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ। ୫୦୦ ରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ଅଭାବୀ ଛାତ୍ରମାନଙ୍କୁ ଦିଆଯିବ।
Published by:Lipina Das
First published: