ରାଜୀବ ଗାନ୍ଧିଙ୍କ ଦୋଷୀଙ୍କୁ ମୁକ୍ତି କରିବା ବିରୋଧରେ SC ଯିବ କଂଗ୍ରେସ; ଜଲଦି ଦାଖଲ ହେବ ଯାଚିକା

ରାଜୀବ ଗାନ୍ଧିଙ୍କ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କଂଗ୍ରେସ ଖୁବ ଶୀଘ୍ର ସୁପ୍ରିମକୋର୍ଟରେ ଏକ ନୂଆ ଆବେଦନ କରିବ। ଏହା ଦୁର୍ଭାଗ୍ୟଜନକ ବୋଲି କହିଛି ଦଳ।

SC ଯିବ କଂଗ୍ରେସ

SC ଯିବ କଂଗ୍ରେସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ରାଜୀବ ଗାନ୍ଧି ହତ୍ୟା ମାମଲାରେ ୬ ଜଣ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କଂଗ୍ରେସ ଖୁବ ଶୀଘ୍ର ସୁପ୍ରିମକୋର୍ଟରେ ଏକ ନୂଆ ଆବେଦନ କରିବ। ନଳିନୀ ଶ୍ରୀହରନଙ୍କ ସମେତ ୬ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀଙ୍କ ଦଣ୍ଡକୁ କ୍ଷମା କରିବା ପାଇଁ ତାମିଲନାଡୁ ସରକାରଙ୍କ ସୁପାରିଶ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଦୋଷୀ ମୁକ୍ତ ହେବାର ୧୦ ଦିନ ପରେ କଂଗ୍ରେସ କହିଛି ଯେ ରାଜୀବ ଗାନ୍ଧି ହତ୍ୟା ମାମଲାରେ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ଏକ ସମୀକ୍ଷା ଆବେଦନ କରିବ। ଏହି ୬ ଜଣ ହତ୍ୟାକାରୀଙ୍କ ମୁକ୍ତିକୁ କଂଗ୍ରେସ ଦୁର୍ଭାଗ୍ୟଜନକ ଓ ଗ୍ରହଣୀୟ ନୁହେଁ ବୋଲି କହିଛି।

ଏଥି ସହ ରାଜୀବ ଗାନ୍ଧି ହତ୍ୟା ମାମଲାରେ ଦୋଷୀମାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ପକ୍ଷରୁ ଏକ ଆବେଦନ କରାଯାଇଛି।  ଆବେଦନରେ କୁହାଯାଇଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କ କଥା ଶୁଣିବା ଉଚିତ୍।

ଏଥି ସହିତ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଚାରିଜଣ ଦୋଷୀଙ୍କୁ କ୍ଷମା ପ୍ରଦାନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଜଣେ ଅଭିଯୁକ୍ତଙ୍କୁ ଭେଟି ତାଙ୍କୁ କ୍ଷମା କରିଥିଲେ।  ତେବେ ଦଳର ନେତୃତ୍ୱ ଗାନ୍ଧି ପରିବାର ସହ ଅସହମତି ପ୍ରକାଶ କରି ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।।
Published by:Soumya Das
First published: