News18 Odia Digital
ନୂଆ ଦିଲ୍ଲୀ: ଶୁକ୍ରବାର ଦିନ କଂଗ୍ରେସ ଏହାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ମନ୍ତବ୍ୟକୁ ଗ୍ରହଣୀୟ ନୁହେଁ ବୋଲି କହିଛି କଂଗ୍ରେସ। ଭାଗବତ ଗୀତା ଭାରତୀୟ ସଭ୍ୟତାର ଏକ ମୌଳିକ ସ୍ତମ୍ଭ ବୋଲି ଦଳ କହିଛି।
କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି ଯେ ମୋର ବରିଷ୍ଠ ସହକର୍ମୀ ଶିବରାଜ ପାଟିଲ ଭଗବଦ୍ ଗୀତା ଉପରେ କିଛି ମନ୍ତବ୍ୟ ଦେଇଛନ୍ତି ଯାହା ଗ୍ରହଣୀୟ ନୁହେଁ। ପରେ ସେ ସ୍ପଷ୍ଟ କରିଛନ୍ତି। ଭଗବଦ୍ ଗୀତା ହେଉଛି ଭାରତୀୟ ସଭ୍ୟତାର ମୌଳିକ ସ୍ତମ୍ଭ ବୋଲି କହିଛନ୍ତି କଂଗ୍ରେସ ମହା ସଚିବ।
ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲ ଗୁରୁବାର ଦାବି କରିଥିଲେ ଯେ ଜିହାଦର ଧାରଣା କେବଳ ଇସଲାମରେ ନୁହେଁ, ଭଗବଦ୍ ଗୀତା ଓ ଖ୍ରୀଷ୍ଟିଆନ ଧର୍ମରେ ମଧ୍ୟ ରହିଛି। କଂଗ୍ରେସର ବରିଷ୍ଠ ନେତା ମୋହସିନା କଦବଇଙ୍କ ଏକ ପୁସ୍ତକ ରିଲିଜ ଅବସରରେ ସେ ଏହି ମନ୍ତବ୍ୟ ଦେଇଥିଲେ।
ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପୁସ୍ତକ 'discovery of india'ର ଏକ ଉଦ୍ଧୃତା ଅଂଶୀଦାର କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ଭଗବଦ୍ ଗୀତାଙ୍କ ବାର୍ତ୍ତା ସର୍ବଭାରତୀୟ ଏବଂ ସମସ୍ତଙ୍କ ପାଇଁ ଉପଯୁକ୍ତ।
ଜୟରାମ ରମେଶ କହିଛନ୍ତି, “ମୁଁ ଯୁବାବସ୍ଥାରେ ଭଗବଦ୍ ଗୀତା ଅଧ୍ୟୟନ କରିଥିଲି ଓ ସାଂସ୍କୃତିକ ଓ ଦାର୍ଶନିକ ପାଠ ଭାବରେ ଏହା ପ୍ରତୀ ମୋର ଆକର୍ଷଣ ରହିଛି। ଯୁଗ ଯୁଗରୁ ଏହା ଭାରତୀୟ ସଭ୍ୟତା ଉପରେ ବହୁତ ପ୍ରଭାବ ପକାଇଛି। ମୁଁ ଏହା ବିଷୟରେ ମୋର ପୁସ୍ତକ 'ଦି ଲାଇଟ ଅଫ ଏସିଆ' ରେ ଲେଖିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।