୫ଶହ ଟଙ୍କାରେ ସିଲିଣ୍ଡର, ୧୦ ଲକ୍ଷ ଚାକିରି ଓ ଚାଷୀଙ୍କୁ ଋଣ ଛାଡ଼, ଗୁଜୁରାଟକୁ ରାହୁଲ ଗାନ୍ଧିଙ୍କ ପ୍ରତିଶ୍ରୁତି

ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରବିବାର ଦିନ ରାହୁଲ ଗାନ୍ଧି ଗୁଜୁରାଟର ଜନତାଙ୍କୁ ୮ ଟି ପ୍ରତିଶୃତି ଦେଇଛନ୍ତି ।

୫ଶହ ଟଙ୍କାରେ ସିଲିଣ୍ଡର, ୧୦ ଲକ୍ଷ ଚାକିରି ଓ ଚାଷୀଙ୍କୁ ଋଣ ଛାଡ଼, ଗୁଜୁରାଟକୁ ରାହୁଲ ଗାନ୍ଧିଙ୍କ ପ୍ରତିଶ୍ରୁତି

୫ଶହ ଟଙ୍କାରେ ସିଲିଣ୍ଡର, ୧୦ ଲକ୍ଷ ଚାକିରି ଓ ଚାଷୀଙ୍କୁ ଋଣ ଛାଡ଼, ଗୁଜୁରାଟକୁ ରାହୁଲ ଗାନ୍ଧିଙ୍କ ପ୍ରତିଶ୍ରୁତି

  • News18 Odia
  • Last Updated :
  • Gujarat, India
  • Share this:
News 18 Odia Digital

Gujarat Assembly Election 2022: ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରବିବାର ଦିନ ରାହୁଲ ଗାନ୍ଧି ଗୁଜୁରାଟର ଜନତାଙ୍କୁ ୮ ଟି ପ୍ରତିଶୃତି ଦେଇଛନ୍ତି । ସେ ବିଜେପିକୁ ଟାର୍ଗେଟ କରି ଟ୍ୱିଟରରେ କହିଛନ୍ତି, ବିଜେପିର ଡବଲ ଇଞ୍ଜିନ ପ୍ରତାରଣାରୁ ରକ୍ଷା କରିବୁ, ରାଜ୍ୟରେ ପରିବର୍ତ୍ତନର ଉତ୍ସବ ପାଳନ କରିବୁ । ରାହୁଲ ଗାନ୍ଧି ଏକ ଟୁଇଟ୍ ଜରିଆରେ କହିଛନ୍ତି, “ ୫୦୦ ଟଙ୍କାରେ ସିଲିଣ୍ଡର, ଯୁବକମାନଙ୍କ ପାଇଁ ୧୦ ଲକ୍ଷ ଚାକିରି , ୩ ଲକ୍ଷ ପର୍ଯ୍ୟନ୍ତ କୃଷକଙ୍କ ଋଣ ଛାଡ଼ କରିବୁ”। ଏହା ସହିତ ରାହୁଲ ଗାନ୍ଧି ଆହୁରି ମଧ୍ୟ କହିଛନ୍ତି ଯେ ସେ ଗୁଜରାଟର ଲୋକମାନଙ୍କୁ ଦିଆଯାଇଥିବା ୮ ଟି ପ୍ରତିଶ୍ରୁତି ପୂରଣ କରିବେ । ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୮ ଟି ପ୍ରତିଶୃତି ଦେଇଛି ।

ଜାଣନ୍ତୁ କଂଗ୍ରେସର ବଡ ନିର୍ବାଚନୀ ପ୍ରତିଶୃତି

ମାଗଣାରେ ଗୃହିଣୀମାନଙ୍କ ପାଇଁ ଘରୋଇ ଗ୍ୟାସ୍ ସିଲିଣ୍ଡର ୫୦୦ରେ, ୩୦୦ ୟୁନିଟ ବିଜୁଳି ମାଗଣା

ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ ହେବ।

KG ରୁ PG ପର୍ଯ୍ୟନ୍ତ ଝିଅମାନଙ୍କ ପାଇଁ ମାଗଣା ଶିକ୍ଷା । ରାଜ୍ୟରେ ୩ ହଜାର ନୂତନ ଇଂରାଜୀ ମଧ୍ୟମ ବିଦ୍ୟାଳୟ ହେବ ।

ଯୁବପୀଢ଼ିଙ୍କ ପାଇଁ ୧୦ ଲକ୍ଷ ଚାକିରି ପାଇଁ କଂଗ୍ରେସ ପ୍ରତିଶୃତି ଦେଇଛି ।
୩୦୦୦ ଟଙ୍କା ବେରୋଜଗାର ଭତ୍ତା ମଧ୍ୟ ଦିଆଯିବ ।

କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ।

ଆଧୁନିକ ସୁବିଧା ସହିତ ନୂତନ ସରକାରୀ ଡାକ୍ତରଖାନା ନିର୍ମାଣ କରାଯିବ । ୧୦ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ।

୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷକଙ୍କ ଋଣ ଛାଡ କରାଯିବ। ବିଦ୍ୟୁତ୍ ବିଲ୍ ମଧ୍ୟ ଛାଡ କରାଯିବ।

ଡ୍ରଗ୍ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି।
ଇନ୍ଦିରା ରସୋଇ ଯୋଜନା ଅଧୀନରେ ଅଭାବୀ ଲୋକଙ୍କୁ ମାତ୍ର ୮ ଟଙ୍କାରେ ଖାଦ୍ୟ ଦିଆଯିବ

ଗୁଜୁରାଟ ବିଧାନସଭା ନିର୍ବାଚନ କେବେ ହେବ?

ଗୁଜୁରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛି ନିର୍ବାଚନ ଆୟୋଗ । ଡିସେମ୍ବର ୧ ରେ ପ୍ରଥମ ପର୍ଯ୍ୟାୟରେ ଓ ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୫ରେ ରାଜ୍ୟରେ ମତଦାନ ହେବ । ଗୁଜୁରାଟର ସମସ୍ତ ୧୮୨ ଟି ଆସନର ଫଳାଫଳ ଡିସେମ୍ବର ୮ରେ ବାହାରିବ ।
Published by:Soubhagya Mishra
First published: