Adani Row: 'ଦେଶ ଛାଡ଼ି ଯିବା ଆଗରୁ ଆଦାନୀଙ୍କ ସମ୍ପତ୍ତି ଜବତ କର'; ଦିଲ୍ଲୀରେ ତାତିଲେ ପଲିସିଧାରୀ

Adani Crisis: ଦେଶ ଛାଡ଼ି ଯିବା ଆଗରୁ ଆଦାନୀଙ୍କ ସମ୍ପତ୍ତି ଫ୍ରିଜ କରାଯାଉ.....ଦିଲ୍ଲୀ ରାସ୍ତାରେ ଧାରଣା ଦେଇଥିବା ପଲିସିଧାରୀଙ୍କ ଦାବି ।

Adani Crisis: ଦେଶ ଛାଡ଼ି ଯିବା ଆଗରୁ ଆଦାନୀଙ୍କ ସମ୍ପତ୍ତି ଫ୍ରିଜ କରାଯାଉ.....ଦିଲ୍ଲୀ ରାସ୍ତାରେ ଧାରଣା ଦେଇଥିବା ପଲିସିଧାରୀଙ୍କ ଦାବି ।

Adani Crisis: ଦେଶ ଛାଡ଼ି ଯିବା ଆଗରୁ ଆଦାନୀଙ୍କ ସମ୍ପତ୍ତି ଫ୍ରିଜ କରାଯାଉ.....ଦିଲ୍ଲୀ ରାସ୍ତାରେ ଧାରଣା ଦେଇଥିବା ପଲିସିଧାରୀଙ୍କ ଦାବି ।

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Adani Crisis: ହିନ୍ଦେନବର୍ଗ ରିସର୍ଚ୍ଚର ରିପୋର୍ଟ ଓ ଆଦାନୀ ଗ୍ରୁପ୍(Adani Group)ସହ ଜଡିତ ପ୍ରସଙ୍ଗରେ କଂଗ୍ରେସ (Congress) ନିଜର ଆଭିମୁଖ୍ୟ ପ୍ରକାଶ କରିଛି। କଂଗ୍ରେସ କର୍ମୀମାନେ ସାରା ଦେଶରେ ପ୍ରଦର୍ଶନ କରିଛନ୍ତି। ସେମାନେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଓ ଜୀବନ ବୀମା ନିଗମ (LIC) ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ(Protest) କରିଥିଲେ। ତାମିଲନାଡୁ, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ଜାମ୍ମୁ କାଶ୍ମୀର ସମେତ କଂଗ୍ରେସ କର୍ମୀମାନେ ସାରା ଦେଶରେ ବିରୋଧ କରିଥିଲେ।

ବ୍ୟାଙ୍କ ଚେୟାରମ୍ୟାନଙ୍କ ବଡ଼ ବୟାନ; ଆଦାନୀ ଗ୍ରୁପକୁ ୨୭ ହଜାର କୋଟି ଋଣ ଦେଇଛି SBI

ଦିଲ୍ଲୀରେ ପଲିସିଧାରକ ମାନେ ଧାରଣା ଦଦେଇ କହିଛନ୍ତି ଯେ, ଆଦାନୀ ଯେଉଁ ଜାଲିଆତି କରିଛନ୍ତି ତାହା ହେଉଛି ସାଧାରଣ ଜନତାଙ୍କ ପଇସା। ସମସ୍ତେ ପ୍ରାୟ lic ଓ SBIରେ ନିବେଶ କରିଛନ୍ତି। ସେମାନଙ୍କ ପଇସା ସହ କଣ ହେବ? ଆଦାନୀ ଦେଶ ଛାଡି ଯିବା ଆଗରୁ ତାଙ୍କ ସମ୍ପତ୍ତି ଫ୍ରିଜ କରାଯିବା ସହ ସରକାର ଜେପିସି ଲାଗୁ କରନ୍ତୁ ବୋଲି ପ୍ରଦର୍ଶନକାରୀ ଦାବି କରିଛନ୍ତି।

ଏହାପୂର୍ବରୁ, ଆଦାନୀ ଗ୍ରୁପ (Adani Group) ବିରୋଧରେ 'ହିନ୍ଦେନବର୍ଗ ରିସର୍ଚ୍ଚ' ଦ୍ୱାରା କରାଯାଇଥିବା ଅଭିଯୋଗ ସମ୍ପର୍କରେ ସଂସଦ ଗୃହ ପରିସରରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳର ନେତା ପ୍ରଦର୍ଶନ କରିଥିଲେ।  ଦଳଗୁଡ଼ିକ ମିଳିତ ସଂସଦୀୟ କମିଟି (ଜେପିସି) କିମ୍ବା ସୁପ୍ରିମକୋର୍ଟଙ୍କ ତଦାରଖକାରୀ ଯାଞ୍ଚ ପାଇଁ ଦାବି କରିଥିଲେ।

ବ୍ୟାଙ୍କ କରଜଠୁ LIC ନିବେଶ ପର୍ଯ୍ଯନ୍ତ; କେଉଁଠୁ କେତେ ଫଣ୍ଡ ନେଇଛନ୍ତି ଆଦାନୀ?

ଏହି ପ୍ରଦର୍ଶନ ପୂର୍ବରୁ ବିରୋଧୀ ଦଳର ନେତାମାନେ ରାଜ୍ୟସଭା ମଲ୍ଲିକାର୍ଜୁନ ଖଡ଼ଗେ ବିରୋଧୀଦଳର ନେତାଙ୍କୁ ସାକ୍ଷାତ କରି ସାଧାରଣ ରଣନୀତି ଉପରେ ଆଲୋଚନା କରିଥିଲେ। ବିରୋଧୀ ଦଳର ବୈଠକରେ କଂଗ୍ରେସ, ଭାରତ ରାଷ୍ଟ୍ର ସମିତି, ଆମ୍ ଆଦମୀ ପାର୍ଟି, ଜନତା ଦଳ (ୟୁନାଇଟେଡ୍), ଡିଏମକେ, ସମାଜବାଡି ପାର୍ଟି, ଶିବସେନା (ଉଦ୍ଧବ ଠାକରେ), ଜାତୀୟତାବାଦୀ କଂଗ୍ରେସ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ ଏବଂ ଅନ୍ୟାନ୍ୟ ଦଳ ଯୋଗ ଦେଇଥିଲେ। ତୃଣମୂଳ କଂଗ୍ରେସର ସଦସ୍ୟମାନେ ବିରୋଧୀ ସଭାରେ ଯୋଗ ଦେଇନଥିଲେ, କିନ୍ତୁ ସଂସଦ ପରିସରରେ ହୋଇଥିବା ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ।

ଆଦାନୀ ସେୟାର ଯୋଗୁଁ ବୁଡିଯିବ ସରକାରୀ ବ୍ୟାଙ୍କ ଓ LIC? SEBI କରିବ ଯାଞ୍ଚ

ସଂସଦର ବଜେଟ୍ ଅଧିବେଶନ ମଙ୍ଗଳବାର ଅର୍ଥାତ୍ ୩୧ ଜାନୁଆରୀରୁ ଆରମ୍ଭ ହୋଇଥିଲା। ଅଧିବେଶନର ପ୍ରଥମ ଭାଗ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ୧୪ ଫେବୃଆରୀରୁ ୧୨ ମାର୍ଚ୍ଚ ପର୍ଯ୍ୟନ୍ତ ଗୃହର କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଏହି ସମୟ ମଧ୍ୟରେ ବିଭାଗ ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟି ଅନୁଦାନର ଦାବି ସମୀକ୍ଷା କରିବେ ଏବଂ ସେମାନଙ୍କ ମନ୍ତ୍ରଣାଳୟ ଏବଂ ବିଭାଗ ସହ ଜଡିତ ରିପୋର୍ଟ ପ୍ରସ୍ତୁତ କରିବେ। ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୩ ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଆରମ୍ଭ ହେବ।
Published by:Soumya Das
First published: