"ଅସୁସ୍ଥ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ସହ ଖେଲୁଛି ଇଡି"
News 18 Odia Digital
ନୂଆଦିଲ୍ଲୀ; ସୋନିଆ ଗାନ୍ଧୀଙ୍କ ଇଡି ପଚରାଉଚରା ସମ୍ପର୍କରେ କଂଗ୍ରେସ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛି । ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏବଂ ଗୁଲାମ ନବୀ ଆଜାଦଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ରାଜସ୍ଥନ ମୁଖ୍ୟମନ୍ତ୍ରୀ ସୋନିଆ ଗାନ୍ଧୀଙ୍କ ଇଡି ପ୍ରଶ୍ନକୁ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି, “ରାହୁଲ ଗାନ୍ଧୀଙ୍କୁ ପ୍ରଥମେ ଡାକିଲେ , ଏହାପରେ ଏବେ ଲଗାତାର ୫ ଦିନ ଧରି ଇଡି ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରୁଛି, ଏହା ହେଉଛି ଇଡି ଦ୍ୱାରା ଦେଶ ଭିତରେ ଘଟୁଥିବା ଦୃଶ୍ୟ, ଏବଂ ଏହା ହେଉଛି ଦେଶ ଭିତରେ ଇଡିର ଆତଙ୍କ, ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବା ଉଚିତ୍"।
ଗୁଲାମ ନବୀ ଆଜାଦ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାବେଳେ ସୋନିଆ ଗାନ୍ଧୀଙ୍କୁ ହଇରାଣ କରୁଛି ଇଡି । ଆନନ୍ଦ ଶର୍ମା କହିଛନ୍ତି ଯେ ନ୍ୟାସନାଲ ହେରାଲ୍ଡ ମାମଲାରେ ଯେଉଁଠାରେ ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରିଥିଲା, ତେବେ ଉକ୍ତ ମାମଲାରେ ସୋନିଆ ଗାନ୍ଧୀଙ୍କୁ ପ୍ରଶ୍ନ କରିବାର ଆବଶ୍ୟକତା କ’ଣ ଥିଲା ?
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।