ଅଗଷ୍ଟ ୨୧ରୁ କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ଆରମ୍ଭ; ରାହୁଲଙ୍କ ଅଂଶଗ୍ରହଣକୁ ନେଇ ସନ୍ଦେହ

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅଗଷ୍ଟ ୨୧ ରୁ ଆରମ୍ଭ ହେବ। ରାହୁଲ ଗାନ୍ଧି ଏହି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟତା ନାହିଁ।

ଅଗଷ୍ଟ ୨୧ରୁ କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ଆରମ୍ଭ

ଅଗଷ୍ଟ ୨୧ରୁ କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ଆରମ୍ଭ

  • Share this:
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅଗଷ୍ଟ ୨୧ ରୁ ଆରମ୍ଭ ହେବ। ରାହୁଲ ଗାନ୍ଧି ଏହି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟତା ନାହିଁ। ଦଳର ନେତାମାନେ ତାଙ୍କୁ ଅନେକ ଥର ଅନୁରୋଧ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ। ତେବେ ଏପର୍ଯ୍ୟନ୍ତ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହେବା ଅନୁରୋଧକୁ ନା କହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ​​ହାରିବା ପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଓ ଜଣେ ଅଣ-ଗାନ୍ଧିଙ୍କୁ କଂଗ୍ରେସ ସଭାପତି ଭାବରେ ନିର୍ବାଚିତ କରିବାକୁ ଚାହୁଁଥିଲେ।

ଅଧ୍ୟକ୍ଷ ଭାବରେ ଅଣ-ଗାନ୍ଧିଙ୍କ ନିଯୁକ୍ତିକୁ ନେଇ ଏପର୍ଯ୍ୟନ୍ତ କୌଣସି ସହମତି ହୋଇପାରି ନାହିଁ। ଅଧିକାଂଶ ନେତା ଜିଦ୍ ଧରିଛନ୍ତି ଯେ ଗାନ୍ଧି ପରିବାରର ଜଣେ ସଦସ୍ୟ ଦଳର ନେତୃତ୍ୱ ନେବା ଉଚିତ୍।

ରାହୁଲ ଗାନ୍ଧି 'ଭାରତ ଯୋଡା ଯାତ୍ରା'ରେ ଭାଗ ନେବେ। କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଏହି ଯାତ୍ରା ୭ ସେପ୍ଟେମ୍ବର ୨୦୨୨ ରୁ ଆରମ୍ଭ ହେବାକୁ ଯାଉଛି।  ପ୍ରାୟ ୧୫୦ ଦିନ ମଧ୍ୟରେ ୧୨ ଟି ରାଜ୍ୟ ଓ ୨ ଟି ୟୁନିଅନ୍ ଅଞ୍ଚଳ ଦେଇ ୩୫୦୦ କିଲୋମିଟରରୁ ଅଧିକ ଯାତ୍ରା ଶେଷ ହେବ। କଂଗ୍ରେସ ସଭାପତି ନିର୍ବାଚନ ପରେ ସିଡବ୍ଲ୍ୟୁସି ଓ ଅନ୍ୟାନ୍ୟ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଛି। ପ୍ରତ୍ୟେକ ଥର କଂଗ୍ରେସ ଦଳର ବୈଠକ ପୂର୍ବରୁ ଅଧ୍ୟକ୍ଷ ପଦବୀ ପ୍ରସଙ୍ଗ ନିଶ୍ଚିତ ଭାବେ ଉଠିଥାଏ। ତେବେ ଗତ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ କଂଗ୍ରେସ ଦଳର ଅଧ୍ୟକ୍ଷ ନିର୍ବାଚିତ ନ ହେବା ପର୍ଯ୍ୟନ୍ତ ସୋନିଆ ଗାନ୍ଧି ଦଳର ନେତୃତ୍ୱ ନେବେ।
Published by:Soumya Das
First published: