News18 Odia Digital
ନୂଆ ଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ମା ପାଓଲା ମାଇନୋ ୨୭ ଅଗଷ୍ଟ ଶନିବାର ଦିନ ଇଟାଲୀରେ ଥିବା ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ରବିବାର ତାଙ୍କର ଶେଷକୃତ୍ଯ ସମ୍ପନ୍ନ କରାଯାଇଥିଲା।
ଟ୍ୱିଟରରେ ଏହି ସୂଚନା ଦେଇ ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, “ସୋନିଆ ଗାନ୍ଧିଙ୍କ ମା ଶ୍ରୀମତୀ ପାଓଲା ମାଇନୋ ୨୭ ଅଗଷ୍ଟ ୨୦୨୨ରେ ଇଟାଲୀର ତାଙ୍କ ଘରେ ଦେହାନ୍ତ କରିଛନ୍ତି। ରବିବାର ଦିନ ଶେଷ ରୀତିନୀତି ଅନୁଷ୍ଠିତ ହୋଇଥିଲା।
ସୋନିଆ ଗାନ୍ଧିଙ୍କ ମା’ଙ୍କ ମୃତ୍ୟୁକୁ ନେଇ ସିଏମ୍ ଅଶୋକ ଗେହଲୋଟ୍ ମଧ୍ୟ ସମବେଦନା ଜଣାଇଛନ୍ତି। ସେ ସମବେଦନା ଜଣାଇ କହିଛନ୍ତି ଯେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଜୀଙ୍କ ମାତା ଶ୍ରୀମତୀ ପାଓଲା ମେନୋ ଜୀଙ୍କ ଦେହାନ୍ତ ବିଷୟ ଅତ୍ୟନ୍ତ ଦୁଃଖଦାୟକ। ସୋନିଆ ଜୀ, ରାହୁଲ ଜୀ, ପ୍ରିୟଙ୍କା ଜୀ ଓ ପରିବାରର ସମସ୍ତ ସଦସ୍ୟଙ୍କୁ ମୋର ଗଭୀର ସମବେଦନା। ଭଗବାନ ସେମାନଙ୍କୁ ଏହି କ୍ଷତି ସହିବାକୁ ଶକ୍ତି ଦିଅନ୍ତୁ। ଦିବଂଗତ ଆତ୍ମାକୁ ଶାନ୍ତି ମିଳୁ।"
ଗତ ସପ୍ତାହରେ କଂଗ୍ରେସ ପରିବାର ୯୦ ବର୍ଷ ବୟସରେ ତାଙ୍କ ମାଙ୍କୁ ଭେଟିବାକୁ ଯାଇଥିଲେ। ସୋନିଆ ଗାନ୍ଧି, ତାଙ୍କ ପୁଅ ରାହୁଲ ଗାନ୍ଧି ଓ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ବିଦେଶରେ ଅଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।