ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ସୋନିଆ ଗାନ୍ଧିଙ୍କ ଆଗରେ ଏହି ସର୍ତ୍ତ ରଖିଲେ CM ଗେହଲଟ

ବୈଠକରେ ଅଶୋକ ଗେହଲଟ୍ କହିଛନ୍ତି ଯେ ଯାହା ବି ଘଟୁ ନା କାହିଁକି ସେ ରାଜସ୍ଥାନ ଛାଡିବେ ନାହିଁ। କଂଗ୍ରେସ ଅଧ୍ୟକ୍ଷ ସହ ସେ ମଧ୍ୟ ସିଏମ୍ ରହିପାରିବେ।

ଗେହଲଟ ଓ ସୋନିଆ ଗାନ୍ଧି (ପ୍ରତୀକାତ୍ମକ ଛବି)

ଗେହଲଟ ଓ ସୋନିଆ ଗାନ୍ଧି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଂଗ୍ରେସ ସଭାପତି ପାଇଁ ରାହୁଲ ଗାନ୍ଧିଙ୍କୁ ମନାଇବି। ଯଦି ସେ ରାଜି ନ ହୁଅନ୍ତି ତେବେ ମୁଁ ନାମାଙ୍କନ ଭରିବି ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜ୍ୟ କଂଗ୍ରେସ ବିଧାୟକଙ୍କ ବୈଠକ ଡାକିଥିଲେ। ଅଧ୍ୟକ୍ଷ ହେବା ନେଇ ହାଇକମାଣ୍ଡଙ୍କ ସାମ୍ନାରେ ଅଶୋକ ଗେହଲଟ୍ ଅନେକ ସର୍ତ୍ତ ସହ ସହମତ ହୋଇଛନ୍ତି।

ବିଧାୟକଙ୍କ ସହ ହୋଇଥିବା ବୈଠକରେ ଅଶୋକ ଗେହଲଟ୍ କହିଛନ୍ତି ଯେ ଯାହା ବି ଘଟୁ ନା କାହିଁକି ସେ ରାଜସ୍ଥାନ ଛାଡିବେ ନାହିଁ। କଂଗ୍ରେସ ଅଧ୍ୟକ୍ଷ ସହ ମୁଁ ମଧ୍ୟ ସିଏମ୍ ରହିପାରିବେ। ଏହି ସଭାରେ ଯୋଗ ଦେଇଥିବା ବିଧାୟକମାନେ ମଧ୍ୟ ଚାହୁଁଛନ୍ତି ଯେ ଗେହଲୋଟ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ରୁହନ୍ତୁ। ସୂଚନାଯୋଗ୍ୟ ଯେ ଅଶୋକ ଗେହଲଟ୍ ଦଳର ହାଇକମାଣ୍ଡଙ୍କ ସମ୍ମୁଖରେ ଏକ ସର୍ତ୍ତ ରଖିଛନ୍ତି ଯେ ସେ ଅଧ୍ୟକ୍ଷ ହେଲେ ମଧ୍ୟ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ। ସେ ଆହୁରି ମଧ୍ୟ ଏକ ସର୍ତ୍ତ ରଖିଛନ୍ତି ଯେ ଯଦିଓ ଏହା ନହୁଏ, ତେବେ ସେ CM ର ପଦବୀକୁ ତାଙ୍କର କୌଣସି ପ୍ରିୟ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବେ।

ତେବେ ଅଶୋକ ଗେହଲୋଟଙ୍କ ଏହି ସର୍ତ୍ତ କଂଗ୍ରେସ ହାଇକମାଣ୍ଡକୁ ଟେନସନରେ ପକାଇଛି। ଗେହଲଟଙ୍କ ଏହି ସର୍ତ୍ତ ପରେ ରାଜ୍ୟ କଂଗ୍ରେସରେ ବିଭାଜନ ହେବାର ସମ୍ଭାବନା ରହିଛି। ରାହୁଲ ଗାନ୍ଧି ଭାରତ ଯୋଡର ନେତୃତ୍ୱ ନେଉଛନ୍ତି ଓ ସେ ବର୍ତ୍ତମାନ କେରଳରେ ଅଛନ୍ତି। ସେପଟେ ମଙ୍ଗଳବାର ଦିନ ରାଜସ୍ଥାନର ପୂର୍ବତନ ଡେପୁଟି ସିଏମ ସଚିନ ପାଇଲଟ ଦିଲ୍ଲୀରେ ଥିଲେ। ପାଇଲଟ୍ ଆଶା କରିଥିଲେ ଯେ ଯଦି ଗେହଲଟ୍ ଏକ ନୂତନ ଦାୟିତ୍ୱ ପାଆନ୍ତି, ତେବେ ସେ ସିଏମ୍ ଚେୟାର ପାଇପାରନ୍ତି। ପାଇଲଟଙ୍କ ସମର୍ଥକମାନେ ମଧ୍ୟ ସମାନ ଆଶା କରୁଥିଲେ, କିନ୍ତୁ ଗେହଲଟଙ୍କ ସର୍ତ୍ତ ସବୁ ସମ୍ଭାବନାରେ ରୋକ ଲଗାଇ ଦେଇଛି।
Published by:Soumya Das
First published: