ସୋନିଆଙ୍କ ନିଷ୍ପତ୍ତି ଅପେକ୍ଷାରେ ଗେହଲଟ; ଆଜି ନାମାଙ୍କନ ଦାଖଲ କରିବେ ଦିଗବିଜୟ-ଥରୁର!

ପୂର୍ବରୁ ଅଶୋକ ଗେହଲଟଙ୍କୁ କଂଗ୍ରେସ ସଭାପତି ପଦ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବିବେଚିତ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଚିତ୍ର ବଦଳି ଯାଇଛି। ଆଜି ଅଧ୍ଯକ୍ଷ ପ୍ରାର୍ଥୀପତ୍ର ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ।

 କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (ପ୍ରତୀକାତ୍ମକ ଛବି)

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସ ସଭାପତି ପଦବୀକୁ ନେଇ ଦ୍ଵନ୍ଦ ଜାରି ରହିଛି। ବୁଧବାର ବିଳମ୍ବିତ ରାତିରେ ଅଶୋକ ଗେହଲଟ୍ ଜୟପୁରରୁ ଦିଲ୍ଲୀରେ ପହଞ୍ଚିଥିଲେ। ଆଜି ସୋନିଆ ଗାନ୍ଧିଙ୍କୁ ଭେଟିବେ। ଅଧ୍ୟକ୍ଷ ପଦ ପାଇଁ ଦିଗବିଜୟ ସିଂ ପ୍ରତିଦ୍ୱନ୍ଦୀ ଭାବେ ଠିଆ ହୋଇଛନ୍ତି। କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ପୂରଣ କରିବାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର। କିନ୍ତୁ ଅଧ୍ୟକ୍ଷ ପଦ ପାଇଁ କିଏ ପ୍ରାର୍ଥୀ ହେବେ ତାହା କଂଗ୍ରେସ ଏପର୍ଯ୍ୟନ୍ତ ସ୍ଥିର କରି ନାହିଁ? ଏବେ ସମସ୍ତଙ୍କ ନଜର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉପରେ ରହିଛି।

ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ବିରୋଧରେ ରାଜସ୍ଥାନର ୮୨ ଜଣ ବିଧାୟକ ଇସ୍ତଫା ଦେଇଥିବାବେଳେ ଅଶୋକ ଗେହଲଟଙ୍କ ସମ୍ବନ୍ଧୀୟ ସମସ୍ତ ବିଷୟ ଓଲଟପାଲଟ ହୋଇଯାଇଛି।

ଅଶୋକ ଗେହଲଟଙ୍କ ଏହି କାର୍ଯ୍ୟ କଂଗ୍ରେସରେ ଏକ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି। ପ୍ରଶ୍ନ ଉଠୁଛି ଯେ ରାଜସ୍ଥାନରେ ଘଟିଥିବା ଘଟଣାକୁ ଅଣଦେଖା କରି ସୋନିଆ ଗାନ୍ଧି ଗେହଲଟଙ୍କୁ ଆଉ ଏକ ସୁଯୋଗ ଦେବେ କି? ରାଜସ୍ଥାନ କାରଣରୁ କଂଗ୍ରେସରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି, କିନ୍ତୁ ଅଶୋକ ଗେହଲଟ୍ ଏଥିରେ କୌଣସି ବଡ଼ ଡିଲ୍ ଦେଖୁନାହାଁନ୍ତି। ଗତକାଲି ପର୍ଯ୍ୟନ୍ତ ଅଶୋକ ଗେହଲଟ୍ ସଭାପତି ପଦ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବିବେଚିତ ହୋଇଥିଲେ, କିନ୍ତୁ ବର୍ତ୍ତମାନ ଚିତ୍ର ବଦଳି ଯାଇଛି।

ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଆଜି କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିପାରନ୍ତି।  ବୁଧବାର ଦିନ ସେ ଏକ କବିତା ମାଧ୍ୟମରେ ଦାବି କରିଛନ୍ତି ଯେ ତାଙ୍କ ପ୍ରାର୍ଥୀତ୍ୱ ପାଇଁ ସମର୍ଥନ ବଢୁଛି। କଂଗ୍ରେସ ସଭାପତି ପଦ ପାଇଁ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାମ ଉପରେ ମଧ୍ୟ ଆଲୋଚନା ହେଉଛି।  ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଖଡଗେଙ୍କ ନାମରେ ସୋନିଆ ଗାନ୍ଧିଙ୍କୁ କୌଣସି ଆପତ୍ତି ନାହିଁ।
Published by:Soumya Das
First published: