କଂଗ୍ରେସର କମାଣ ସବୁବେଳେ ଗାନ୍ଧି ପରିବାର ସହିତ ଥାଏ; ଆମେ ସେମାନଙ୍କର ପ୍ରତିନିଧି.. ଦିଗବିଜୟ ସିଂହ

ନାମାଙ୍କନ ପୂର୍ବରୁ ଦିଗବିଜୟ ସିଂହ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି- କଂଗ୍ରେସର କମାଣ ସବୁବେଳେ ନେହେରୁ, ଗାନ୍ଧି ପରିବାରଙ୍କ ହାତରେ ରହିବ । ଆମେ ତାଙ୍କ ପ୍ରତିନିଧିଙ୍କ ପରି କାମ କରିବୁ ।

'କଂଗ୍ରେସର କମାଣ ସବୁବେଳେ ଗାନ୍ଧି ପରିବାର ସହିତ ଥାଏ; ଆମେ ସେମାନଙ୍କର ପ୍ରତିନିଧି.. ଦିଗବିଜୟ ସିଂହ

'କଂଗ୍ରେସର କମାଣ ସବୁବେଳେ ଗାନ୍ଧି ପରିବାର ସହିତ ଥାଏ; ଆମେ ସେମାନଙ୍କର ପ୍ରତିନିଧି.. ଦିଗବିଜୟ ସିଂହ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ କଂଗ୍ରେସ ଜାତୀୟ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେ ଏହି ପଦ ପାଇଁ ଶଶି ଥରୁରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ନାମାଙ୍କନ ପୂର୍ବରୁ ଦିଗବିଜୟ ସିଂହ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି- କଂଗ୍ରେସର କମାଣ ସବୁବେଳେ ନେହେରୁ, ଗାନ୍ଧି ପରିବାରଙ୍କ ହାତରେ ରହିବ । ଆମେ ତାଙ୍କ ପ୍ରତିନିଧିଙ୍କ ପରି କାମ କରିବୁ । ସେ କହିଛନ୍ତି ଯେ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ନେହେରୁ-ଗାନ୍ଧି ପରିବାର ପ୍ରତି ବିଶ୍ୱସ୍ତ ରହିବି ।

ଯେତେବେଳେ ତାଙ୍କୁ ନିର୍ବାଚନ ବିଷୟରେ ପଚରାଯାଇଥିଲା ଯେ ପ୍ରତିଯୋଗିତା ଦୃଢ଼ ହେବ, ସେ ହସି ହସି କହିଥିଲେ ଯେ ଯାହା ଘଟିବ ତାହା ଦେଖାଯିବ। ସେ କହିଛନ୍ତି ଯେ ମୁଁ ଶଶି ଥରୁରଙ୍କ ସହ କଥା ହୋଇଛି । ଯିଏ ଆସିବାକୁ ଚାହୁଁଛି ସେ ମଧ୍ୟ ମୈଦାନକୁ ଆସିବା ଉଚିତ୍ । ଏକ ପ୍ରଶ୍ନର ଉତ୍ତରରେ ଦିଗବିଜୟ ସିଂହ କହିଛନ୍ତି, ଶଶି ଥରୁର ଓ ସେ ଉଭୟ ଏକ ଓ ସମାନ । ଉଭୟ ଗାନ୍ଧି ନେହେରୁ ଆଦର୍ଶର ଲୋକ । କାହାର ବି ବିଜୟ ଆଦର୍ଶ ହେବ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ନିର୍ବାଚନ କ୍ଷେତ୍ରରୁ ଓହରିଯିବା ପ୍ରଶ୍ନରେ ସେ କହିଛନ୍ତି ଯେ ମୋ ପାଖରେ ଏ ବିଷୟରେ କୌଣସି ସୂଚନା ନାହିଁ । ଅଶୋକ ଗେହଲୋଟଙ୍କୁ ଭେଟିବା ପରେ ହିଁ କିଛି କହିପାରିବି ।

ବିଜେପକୁ ଦେବୁ ଟକ୍କର

୨୦୨୪ ମସିହାରେ କଂଗ୍ରେସ ବିଜେପିକୁ ଟକ୍କର ଦେବ କି ନାହିଁ ସେ ସମ୍ପର୍କରେ ଦିଗବିଜୟ କହିଛନ୍ତି, ବର୍ତ୍ତମାନ ଭାରତ ଯୋଡ ଯାତ୍ରା ଚାଲିଛି । ଜନସାଧାରଣ ଆମ ସହିତ ଅଛନ୍ତି ଓ ନିଶ୍ଚିତ ଭାବେ ଟକ୍କର ଦେବୁ । ସୂଚନାଯୋଗ୍ୟ, ନାମାଙ୍କନପତ୍ରର ଯାଞ୍ଚ ଅକ୍ଟୋବର ୧ ରେ କରାଯିବ ଓ ନାମାଙ୍କନ ପ୍ରତ୍ୟାହାର ଅକ୍ଟୋବର ୨ ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ କରାଯିବ । ଯଦି ଆବଶ୍ୟକ ହୁଏ ତେବେ ଅକ୍ଟୋବର ୧୭ ରେ ମତଦାନ ହେବ ଓ ଅକ୍ଟୋବର ୧୯ ରେ ଭୋଟ୍ ଗଣନା କରାଯିବ । ଠିକ୍ ପରଦିନ ଅକ୍ଟୋବର ୨୦ ରେ ଫଳାଫଳ ବାହାରିବା ନେଇ ଆଶା କରାଯାଉଛି ।
Published by:Soubhagya Mishra
First published: