ବିଜେପିକୁ ନେଇ ଏମିତି କହିଲେ ଅଧିର ରଞ୍ଜନ ଚୌଧୁରୀ
News18 Odia Digital
Congress: ମୁଦ୍ରାସ୍ଫୀତି ଓ ବେକାରୀ ବିରୋଧରେ କଳା ପୋଷାକ ପିନ୍ଧି ଶୁକ୍ରବାର ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲା କଂଗ୍ରେସ। ଏହି ବିରୋଧ ପ୍ରଦର୍ଶନ ସମୟରେ ପୋଲିସ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟାକାଇ ଥିଲା। ଇତିମଧ୍ୟରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଜେପି ଚେଷ୍ଟା କରୁଛି।
ବିଜେପିର ଅଭିଯୋଗକୁ ପଛରେ ପକାଇ ସେ କହିଛନ୍ତି ଯେ ମୂଲ୍ୟ ବୃଦ୍ଧି ଓ ବେକାରୀ ସମସ୍ୟା ବିରୋଧରେ କଂଗ୍ରେସ ବିରୋଧ କରୁଛି, ଯାହାକୁ ବିଜେପି ସହ୍ୟ କରିପାରୁନି। ସେଥିପାଇଁ ସେମାନେ ସେମାନଙ୍କର ଏକମାତ୍ର ଅସ୍ତ୍ର 'ରାମ' ବ୍ୟବହାର କରି ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସରକାର 'ରାମ' ନାମରେ 'ରାବଣ' ପୂଜା କରୁଛନ୍ତି। ରାବଣ ପରି ବିଜେପି ଶାସନରେ ଲୋକ ଯନ୍ତ୍ରଣା ଭୋଗୁଛନ୍ତି। ଏହି ସରକାର ଲୋକ ବିରୋଧୀ ଓ ପ୍ରୋ-କର୍ପୋରେଟ୍।
ବିଜେପି ଅଭିଯୋଗ କରିଥିଲା
ମୁଦ୍ରାସ୍ଫୀତି ଓ ବେକାରୀ ବିରୋଧରେ କଂଗ୍ରେସ ଶୁକ୍ରବାର ଦିନ ଦେଶବ୍ୟାପୀ ଏକ ବିରୋଧ ପ୍ରଦର୍ଶନ କରିଥିଲା। ଏଥିରେ କଂଗ୍ରେସର ସମସ୍ତ ନେତା କଳା ପୋଷାକ ପିନ୍ଧିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ବିଜେପି ଅଭିଯୋଗ କରିଛି ଯେ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ ପାଇଁ ଅଗଷ୍ଟ ୨କୁ ବାଛିଥିଲେ କାରଣ ଏହି ଦିନ ପ୍ରଧାନମନ୍ତ୍ରୀ ମୋଦି ରାମ ଜନ୍ମ ଭୂମି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାରଣରୁ କଂଗ୍ରେସ କର୍ମୀମାନେ କଳା ପୋଷାକ ପିନ୍ଧିଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।