ସାଂସଦ ସନ୍ତୋଖ ଚୌଧୁରୀଙ୍କ ପରଲୋକ
- News18 Odia
- Last Updated :
- Other, India
News18 Odia Digital
ପଞ୍ଜାବ: କଂଗ୍ରେସ ସାଂସଦ ସାନ୍ତୋଖ ସିଂ(Sontokh Singh Choudhuri) ଚୌଧୁରୀଙ୍କର ଶନିବାର ଦେହାନ୍ତ ହୋଇଛି। ଭାରତ ଯୋଡ ଯାତ୍ରା(Bharat Jodo Yatra) ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସାନ୍ତୋଖଙ୍କୁ ଲୁଧିଆନାରେ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା। କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ସିଏମ ଭଗବନ୍ତ ମାନ ଟ୍ୱିଟ କରିଛନ୍ତି।
ସାନ୍ତୋଖ ସିଂଙ୍କ ମୃତ୍ୟୁ ପରେ ଭାରତ ଯୋଡ ଯାତ୍ରା ଶନିବାର ପାଇଁ ସ୍ଥଗିତ ରଖାଯାଇଛି। ପଞ୍ଜାବର ସିଏମ ଭଗବନ୍ତ ମାନ ଓ ରାହୁଲ ଗାନ୍ଧି ମଧ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।