ବିଧାନସଭା ଗେଟ ପାଖରେ ରସୁଣ ଢାଳି ବିକ୍ଷୋଭ କଲେ କଂଗ୍ରେସ ବିଧାୟକ

କିଛି ଦିନ ତଳେ ଏକ ଭିଡ଼ିଓରେ ରସୁଣ ଭର୍ତ୍ତି ଅଖା ଡ୍ରେନ, ନଈ ନାଳରେ ଭାସୁଥିବାର ଦେଖିବାକୁ ମିଳିଥିଲା। ଆଜି ରସୁଣ ଢାଳି ବିକ୍ଷୋଭ କରିଛନ୍ତି କଂଗ୍ରେସ ବିଧାୟକ।

ରସୁଣ ଫିଙ୍ଗି ବିକ୍ଷୋଭ କରୁଛନ୍ତି ବିଧାୟକ (ପ୍ରତୀକାତ୍ମକ ଛବି)

ରସୁଣ ଫିଙ୍ଗି ବିକ୍ଷୋଭ କରୁଛନ୍ତି ବିଧାୟକ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ଭୋପାଳ: ମଙ୍ଗଳବାର ଦିନ କଂଗ୍ରେସ ବିଧାୟକମାନେ ଅଭିନବ ଢ଼ଙ୍ଗରେ ବିକ୍ଷୋଭ କରିଛନ୍ତି। ସେମାନେ ମଧ୍ୟପ୍ରଦେଶ ବିଧାନସଭା ଦ୍ୱାରରେ ବିପୁଳ ପରିମାଣର ରସୁଣ ଢାଳି ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ବିଜେପି ନେତୃତ୍ୱାଧୀନ ସରକାର କୃଷକମାନଙ୍କୁ ଅବହେଳା କରୁଥିବା ଅଭିଯୋଗ କରିଥିଲେ। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କୃଷକମାନେ ରାସ୍ତା, ନଦୀ ଓ ଡ୍ରେନଗୁଡ଼ିକରେ ରସୁଣର ଭର୍ତ୍ତି ଅଖା ଫୋପାଡିଥିବାର ନଜର ଆସିଛି।

ମଙ୍ଗଳବାର ଦିନ ମଧ୍ୟପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନ କଂଗ୍ରେସ ବିଧାୟକ ସଚିନ ଯାଦବ, ଜିତୁ ପାଟୱାରୀ, କୁନାଲ ଚୌଧୁରୀ, ପିସି ଶର୍ମା ଓ ଅନ୍ୟମାନେ କାନ୍ଧରେ ରସୁଣ ଭର୍ତ୍ତି ଅଖା ଧରି ଏହି ଅଖାଗୁଡ଼ିକୁ ଗେଟ୍ ନଂ ୩ ସମ୍ମୁଖରେ ଫୋଫାଡ଼ିଛନ୍ତି। ।

ବିଧାୟକ ସଚିନ ଯାଦବ ଗଣମାଧ୍ୟମକୁ କହିଛନ୍ତି, କୃଷକମାନେ ସେମାନଙ୍କର ରସୁଣ ଉତ୍ପାଦନର ମୂଲ୍ୟ ମଧ୍ୟ ପାଇନାହାଁନ୍ତି। ସେମାନେ ଏହାକୁ କେବଳ କିଲୋଗ୍ରାମ ପିଛା ୧ଟଙ୍କାରେ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି ଓ ତେଣୁ ଉତ୍ପାଦକୁ ନଦୀରେ ଫୋପାଡି ଦେଉଛନ୍ତି। କିନ୍ତୁ ସତ୍ୟ ହେଉଛି ଯେ ସେମାନେ ନିଜ ଉତ୍ପାଦର ମୂଲ୍ୟ ମଧ୍ୟ ପାଇ ନାହାଁନ୍ତି।  ଯାଦବ କହିଛନ୍ତି ଯେ ସାର, ମଞ୍ଜି ଓ ଡିଜେଲର ମୂଲ୍ୟ ବୃଦ୍ଧି ଚାଷୀଙ୍କୁ ଖରାପ ପ୍ରଭାବ ପକାଇଛି ଓ ବର୍ତ୍ତମାନ ସେମାନେ ଉତ୍ପାଦନର ମୂଲ୍ୟ ମଧ୍ୟ ପାଇପାରୁ ନାହାଁନ୍ତି। ସରକାର ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ବିରୋଧୀ ବିଧାୟକମାନେ ବିଧାନସଭା ପ୍ରବେଶ ଦ୍ୱାର ଆଡକୁ ଯାଉଥିବା ବେଳେ 'କୃଷକଙ୍କ ସମ୍ମାନ ପାଇଁ କଂଗ୍ରେସ ମଇଦାନରେ' ଭଳି ସ୍ଲୋଗାନ ଦେଇଥିଲେ।

ଜଣେ କୃଷକ ବିକାଶ ସିସୋଦିଆ ଦାବି କରିଛନ୍ତି ଯେ ସେ ଇନ୍ଦୋର ମଣ୍ଡିରେ ରସୁଣ ଫସଲ ପାଇଁ ପ୍ରତି କିଲୋଗ୍ରାମରେ ମାତ୍ର ୧ ଟଙ୍କା ପାଉଛନ୍ତି। ତେଣୁ ଉତ୍ପାଦକୁ ତାଙ୍କ ଗାଁ ନିକଟ ଡ୍ରେନରେ ପକାଇବା ଉଚିତ୍ ବୋଲି ଭାବିଥିଲେ। ସେ କହିଥିଲେ ଯେ ଚଳିତ ବର୍ଷ ସେ ରସୁଣ ଚାଷରେ ତିନି ଲକ୍ଷ ଟଙ୍କା କ୍ଷତି ସହିଛନ୍ତି।
Published by:Soumya Das
First published: