ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସ ରାଜ୍ୟ ସଭାକୁ ପଠାଇ ପାରେ; ଦଳରେ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି

କଂଗ୍ରେସର କିଛି ବରିଷ୍ଠ ନେତା କହୁଛନ୍ତି ଯେ ରାହୁଳ ଗାନ୍ଧି ଲୋକ ସଭା ଓ ପ୍ରିୟଙ୍କା ରାଜ୍ୟ ସଭାରେ ମୋଦି ସରକାରଙ୍କୁ ଘେରିବା ଉଚ଼ିତ । ହେଲେ ଆଉ କିଛି ନେତାଙ୍କ କହିବା କଥା ଯେ ପ୍ରିୟଙ୍କା ରାଜ୍ୟ ସଭାକୁ ଗଲେ ବିଜେପିକୁ ବଂଶବାଦ ନେଇ କଂଗ୍ରେସ ଉପରେ ଆକ୍ରମଣ କରିବା ପାଇଁ ପୁଣି ଏକ ପ୍ରସଙ୍ଗ ମିଳିଯିବ ।

ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସ ରାଜ୍ୟ ସଭାକୁ ପଠାଇ ପାରେ; ଦଳରେ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି
ପ୍ରିୟଙ୍କା ଗାନ୍ଧି
  • News18 Odia
  • Last Updated: February 17, 2020, 1:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚ଼ନୀୟ ପରାଜୟ ପରେ କଂଗ୍ରେସ ପାର୍ଟି ଆତ୍ମସମୀକ୍ଷା ସହ ପରୀକ୍ଷା ନିରୀକ୍ଷା କରିବା ଆରମ୍ଭ କରିଦେଇଛି । ଏହି କ୍ରମରେ ଏ ପର୍ଯ୍ୟନ୍ତ କୌଣସି ନିର୍ବାଚ଼ନ ଲଢ଼ି ନ ଥିବା ପ୍ରିୟଙ୍କା ଗାନ୍ଧିଙ୍କୁ ରାଜ୍ୟ ସଭାକୁ ପଠାଇବ ବୋଲି ଦଳ ଚ଼ାହୁଁଥିବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

ଦିଲ୍ଲୀ ବିଧାନ ସଭା ନିର୍ବାଚ଼ନରେ ଖାତା ଖୋଲିବାରେ ବିଫଳ ହେବା ପରେ କଂଗ୍ରେସ ସଂଗଠନରେ ପରିବର୍ତ୍ତନକୁ ନେଇ ପ୍ରୟାସ ଆରମ୍ଭ ହୋଇଥିବା ଜଣାପଡ଼ିଛି । ପରାଜୟର ଆତ୍ମସମୀକ୍ଷା ସହ ତୁରନ୍ତ ସଂଗଠନରେ ପରିବର୍ତ୍ତନ କରିବା ନେଇ ଦଳ ଭିତରେ ଦାବି ହୋଇଆସୁଛି । ଏହାରି ଭିତରେ ଦଳର ପରବର୍ତ୍ତୀ ପୀଢିଙ୍କୁ ରାଜ୍ୟସଭା ପଠାଇବା ପାଇଁ ଲବି ଜୋର ଧରିଥିବା କୁହାଯାଉଛି ।

ଗତ ଦୁଇ ଦିନ ଧରି ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କୁ ରାଜ୍ୟ ସଭା ପଠାଇବା ନେଇ ଚର୍ଚ୍ଚା ଜୋର ଧରିଛି । ବରିଷ୍ଠ ନେତା ଅମ୍ବିକା ସୋନି, ଗୁଲାମ ନବୀ ଆଜାଦ ଓ ଦିଗବିଜୟ ସିଂହଙ୍କର ରାଜ୍ୟ ସଭା କାର୍ଯ୍ୟକାଳ ସରୁଛି । ଛତିଶଗଡ଼, ରାଜସ୍ଥାନ ଓ ଝାଡ଼ଖଣ୍ଡରୁ କଂଗ୍ରେସ ପରବର୍ତ୍ତୀ ପୀଢିର ନେତାଙ୍କୁ ରାଜ୍ୟ ସଭା ପଠାଇବାକୁ ଯୋଜନା କରୁଛି । ପ୍ରିୟଙ୍କାଙ୍କୁ ଛତିଶଗଡ଼ରୁ ରାଜ୍ୟ ସଭାକୁ ପଠେଇବା ପାଇଁ ଆଗ୍ରହ କରି ରାଜ୍ୟର କଂଗ୍ରେସ ନେତାମାନେ ଅଫର ମଧ୍ୟ ଦେଇଥିବା ଜଣାପଡ଼ିଛି ।

ତେବେ ପ୍ରିୟଙ୍କାଙ୍କୁ ରାଜ୍ୟ ସଭାକୁ ପଠେଇବା ବିଷୟରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଏ ପର୍ଯ୍ୟନ୍ତ ହୋଇ ନାହିଁ । ଦଳର କିଛି ବରିଷ୍ଠ ନେତାଙ୍କ କହିବା କଥା ଯେ ରାହୁଳ ଗାନ୍ଧି ଲୋକ ସଭା ଏବଂ ପ୍ରିୟଙ୍କା ରାଜ୍ୟ ସଭାରେ ସରକାରଙ୍କୁ ଘେରିବା ଉଚ଼ିତ । ହେଲେ ଆଉ କିଛି ନେତାଙ୍କ କହିବା କଥା ଯେ ପ୍ରିୟଙ୍କା ରାଜ୍ୟ ସଭା ଗଲେ ବିଜେପିକୁ ବଂଶବାଦ ନେଇ ପୁଣି ପ୍ରସଙ୍ଗ ମିଳିଯିବ । ଏହା ପୂର୍ବରୁ ୨୦୧୯ ଲୋକ ସଭା ନିର୍ବାଚ଼ନରେ ପ୍ରିୟଙ୍କା ବାରାଣସୀରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା, ହେଲେ ସେ ପ୍ରାର୍ଥୀ ହୋଇ ନ ଥିଲେ ।

ପାର୍ଟି ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଗୁଲାମ ନବୀ ଆଜାଦଙ୍କୁ ପୁଣି ଥରେ ରାଜ୍ୟ ସଭା ପଠାଯାଇପାରେ । ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆ, କରୁଣା ଶୁକ୍ଳା, ରଣଦୀପ ସିଂହ ସୁରଜେୱାଲା ଓ ଭୂପିନ୍ଦର ସିଂହ ହୁଡା ବି ରାଜ୍ୟ ସଭା ଯାଇପାରନ୍ତି ।
First published: February 17, 2020, 1:02 PM IST