News18 Odia Digital
କୋଲକାତା: ପଶ୍ଚିମ ବଙ୍ଗ ବିଧାନ ସଭା ନିର୍ବାଚନରେ (West Begnal Assembly Election 2021) ତୃତୀୟ ମୋର୍ଚ୍ଚାକୁ (Third Front) ମାତ୍ର ଗୋଟିଏ ଆସନ ମିଳିଛି । କଂଗ୍ରେସ ନେତୃତ୍ୱରେ ଥିବା ତୃତୀୟ ମୋର୍ଚ୍ଚାର ପତନକୁ ଏହି କଥାରୁ ଆକଳନ କରାଯାଇପାରେ ଯେ ଏହାର ୮୫ ପ୍ରତିଶତ ପ୍ରାର୍ଥୀ ନିଜ ଅମାନତ ରକ୍ଷା କରିପାରି ନାହାନ୍ତି ।
ତୃତୀୟ ମୋର୍ଚ୍ଚାର ବିପର୍ଯ୍ୟୟର ଅନୁଧ୍ୟାନ କଲେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମନାକୁ ଆସୁଛି । ଯେଉଁ ଦୁଇଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନେତା ରାହୁଳ ଗାନ୍ଧି (Rahul Gandhi) ରାଲି କରିଥିଲେ ସେଠାରେ ବି କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଛନ୍ତି ।
ଏହା ବି ପଢ଼ନ୍ତୁ | ବିପଦର ଘଣ୍ଟି! ଭୁବନେଶ୍ବରରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି
ନ୍ୟୁଜ୍୧୮ ଦ୍ୱାରା କରାଯାଇଥିବା ବିଶ୍ଳେଷଣରୁ ଜଣାପଡିଛି ଯେ ତୃତୀୟ ଫ୍ରଣ୍ଟର ପ୍ରାର୍ଥୀମାନେ ପଶ୍ଚିମ ବଙ୍ଗ ନିର୍ବାଚନରେ ମାତ୍ର ୪୨ଟି ଆସନରେ Dମାନତ ରକ୍ଷା କରିବାରେ ସକ୍ଷମ ହୋଇଥିଲେ । ରାଜ୍ୟର ସବୁ ୨୯୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ତୃତୀୟ ମୋର୍ଚ୍ଚାର ସଦସ୍ୟ ଦଳ ଇଣ୍ଡିଆନ୍ ସେକ୍ୟୁଲାର୍ ଫ୍ରଣ୍ଟ (ଆଇ.ଏସ୍.ଏଫ୍.) ଅନ୍ୟ ଦୁଇ ସହଯୋଗୀ କଂଗ୍ରେସ ଏବଂ ବାମପନ୍ଥୀଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଛି । କଂଗ୍ରେସ ଓ ବାମପନ୍ଥୀଙ୍କୁ ଗୋଟିଏ ବି ଆସନ ମିଳିନାହିଁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ଅଛି କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ; କେମିତି ଅଛି?
କଂଗ୍ରେସ ପାଇଁ ଅଧିକ ଲଜ୍ଜାଜନକ ବିଷୟ ଏହା ଯେ ରାହୁଳ ଗାନ୍ଧି ଏପ୍ରିଲ ୧୪ରେ ଯେଉଁ ଦୁଇଟି ନିର୍ବାଚନ ମଣ୍ଡଳୀରେ – ମାଟିଗାରା-ନକ୍ସଲବାଡ଼ି ଓ ଗୋଲପୋଖର – ରାଲି କରିଥିଲେ ସେଠାକାର ପ୍ରାର୍ଥୀମାନେ ନିଜ ଜମାନତ ବଞ୍ଚାଇ ପାରିନାହାନ୍ତି । କଂଗ୍ରେସ ଗୋଟିଏ ଦଶନ୍ଧି ଧରି ମାଟିଗାରା-ନକ୍ସଲବାଡ଼ିରୁ ଜିତୁଥିଲା, କିନ୍ତୁ ଏଥର ସେଠାକାର କଂଗ୍ରେସ ବିଧାୟକ ଶଙ୍କର ମାଲାକର ମାତ୍ର ୯% ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।
ଏହା ବି ପଢ଼ନ୍ତୁ | ପିପିଲି Bypoll: କରୋନାରେ ପ୍ରାଣ ହରେଇଥିବା କଂଗ୍ରେସର ଅଜିତ ମଙ୍ଗରାଜ ସବୁଠୁ ଧନୀ ପ୍ରାର୍ଥୀ ଥିଲେ
ଗୋଲପୋଖରର କଂଗ୍ରେସ ପ୍ରାର୍ଥୀ ମାତ୍ର ୧୨% ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଓ ପୁନର୍ବାର ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ଏହି ଆସନରୁ ସେ କଂଗ୍ରେସ ବିଧାୟକ ଥିଲେ ।
ତୃତୀୟ ମୋର୍ଚ୍ଚାର ତିନି ସହଯୋଗୀ ଦଳଙ୍କ ପୃଥକ ବିଶ୍ଳେଷଣରେ ଦେଖାଯାଇଛି ଯେ ବାମପନ୍ଥୀମାନେ ୧୭୦ଟି ଆସନରେ ପ୍ରାର୍ଥୀ ଦେଇଥିଲେ ଓ ସେଥି ମଧ୍ୟରୁ କେବଳ ୨୧ଟି ଆସନରେ ତାଙ୍କ ପ୍ରାର୍ଥୀ ଜମାନତ ରକ୍ଷା କରିବାରେ ସମର୍ଥ ହୋଇଥିଲେ । କଂଗ୍ରେସ ୯୦ଟି ଆସନରେ ପ୍ରାର୍ଥୀ ଦେଇଥିଲା, ଆଉ ସଥିରୁ ମାତ୍ର ୧୧ଟିରେ ଜମାନତ ରକ୍ଷା କରିପାରିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କେନ୍ଦ୍ରାପଡ଼ାରେ ଜନ୍ମ ନେଲା ଅଦ୍ଭୁତ ଶିଶୁ କନ୍ୟା; ତା’ର ୨ଟି ମୁଣ୍ଡ, ୩ଟି ହାତ, ୪ଟି ଆଖି ଓ ୪ଟି କାନ ଅଛି
ଇଣ୍ଡିଆନ୍ ସେକ୍ୟୁଲାର୍ ଫ୍ରଣ୍ଟ (ଆଇ.ଏସ୍.ଏଫ୍.) ୩୦ଟି ଆସନରେ ପ୍ରାର୍ଥୀ ଦେଇଥିଲା, ଆଉ ସେଥି ମଧ୍ୟରୁ ୧୦ଟିରେ ଜମାନତ ବଞ୍ଚାଇ ପାରିଛି । ଆଇ.ଏସ୍.ଏଫ. ଗୋଟିଏ ଆସନ ଜିତିଛି ଓ ଅନ୍ୟ ଚାରିଟିରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏହି ଚାରୋଟି ଯାକ ନିର୍ବାଚନ ମଣ୍ଡଳୀରେ ଆଇ.ଏସ୍.ଏଫ୍. ବିଜେପିକୁ ତିନି ନମ୍ବର ସ୍ଥାନକୁ ଠେଲି ଦେଇଛି । ଏହା ଦର୍ଶାଉଛି ଯେ ତୃତୀୟ ଫ୍ରଣ୍ଟରେ ଫୁରଫୁରା ସରିଫର ମୌଲବୀ ଅବ୍ବାସ ସିଦ୍ଦିକିଙ୍କ ନୂଆ ପାର୍ଟି ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥିଲା ।
ବାମପନ୍ଥୀ ଦଳମାନେ ମାତ୍ର ଚାରିଟି ଆସନରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଓ କଂଗ୍ରେସ ମାତ୍ର କେବଳ ଦୁଇଟି ଆସନରେ (ଜୟପୁର ଓ ରାନୀନଗର) ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ମୋ’ଟ ଉପରେ ପଶ୍ଚିମ ବଙ୍ଗରେ କଂଗ୍ରେସ ମାତ୍ର ୨.୯୪ ପ୍ରିତଶତ ଭୋଟ୍ ପାଇଥିବା ବେଳେ ବାମ ଦଳଗୁଡିକ ପ୍ରାୟ ୫% ଭୋଟ୍ ପାଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।