ସୋନିଆ ଗାନ୍ଧୀ (ପ୍ରତୀକାତ୍ମକ ଛବି)
News18 Odia Digital
ନୂଆ ଦିଲ୍ଲୀ: ଆଜି କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକାନ୍ତବାସରେ ଅଛନ୍ତି। ‘ନ୍ୟାସ୍ନାଲ୍ ହେରାଲଡ୍’ ମାମଲାରେ ଜେରା ପାଇଁ ଜୁନ୍ ୮ ତାରିଖରେ ଇଡ଼ିରେ ସୋନିଆ ହାଜର ହେବେ ହେବେ ବୋଲି କଂଗ୍ରେସ ସ୍ପଷ୍ଟୀକରଣ ଦେଇ କହିଛି।
ବରିଷ୍ଠ କଂଗ୍ରେସ ନେତା ତଥା ଦଳର ମୁଖପାତ୍ର ରଣଦୀପ ସିଂହ ସୂର୍ଯ୍ୟେୱାଲା କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସାମାନ୍ୟ ଜ୍ବର ସହ ତାଙ୍କଠାରେ ଅନ୍ୟ କେତେକ ଲକ୍ଷଣ ଦେଖା ଦେଇଥିବାରୁ ସେ ଏକାନ୍ତବାସରେ ରହି ଆବଶ୍ୟକ ଡାକ୍ତରୀ ଚିକିତ୍ସା ଗ୍ରହଣ କରୁଛନ୍ତି। ଜୁନ୍ ୮ରେ ତାଙ୍କର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ତାରିଖ ଆଜି ସୁଦ୍ଧା ଅପରିବର୍ତ୍ତିତ ରହିଛି।
ସୂଚନାଯୋଗ୍ୟ, ବୁଧବାର ଦିନ ମିଳିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ୍ ଅନୁସାରେ, ଜେରା ପାଇଁ ରାହୁଲ୍ ଗାନ୍ଧୀ ଜୁନ୍ ୨ ତାରିଖ ଏବଂ ସୋନିଆ ଗାନ୍ଧୀ ଜୁନ୍ ୮ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା କଥା। କିନ୍ତୁ, ବିଦେଶରେ ଥିବାରୁ ରାହୁଲ୍ ଗାନ୍ଧୀ ଜୁନ୍ ୫ ତାରିଖ ପରେ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟଠାରୁ ସମୟ ଲୋଡ଼ିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।