ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମମତା ବାନାର୍ଜୀଙ୍କୁ ‘ଦେଶର ନେତା’ ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା; ବଢୁଛି ଦିଦିଗିରି

ମମତା ବାନାର୍ଜୀଙ୍କୁ ‘ଦେଶର ନେତା’ ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା; ବଢୁଛି ଦିଦିଗିରି

ପଶ୍ଚିମ ବଙ୍ଗରେ ବିଶାଳ ନିର୍ବାଚନୀ ବିଜୟ ପରେ କ୍ରମାଗତ ତୃତୀୟ ଥର ମୁଖ୍ୟ ମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀଙ୍କ ରାଷ୍ଟ୍ରୀୟ ଭାବମୂର୍ତ୍ତି ଦିନକୁ ଦିନ ବଢ଼ି ଚାଲିଛି । ଏବେ ସମସ୍ତଙ୍କ ନଜର ୨୦୨୪ ଲୋକସଭା ନିର୍ବାଚନ ଉପରେ ।

ମମତା ବାନାର୍ଜୀଙ୍କୁ ‘ଦେଶର ନେତା’ ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା; ବଢୁଛି ଦିଦିଗିରି
ମମତା ବାନାର୍ଜୀ (ପିଟିଆଇ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଇନ୍ଦୋର (ମଧ୍ୟ ପ୍ରଦେଶ): କ୍ରମାଗତ ତୃତୀୟ ଥର ପାଇଁ ପଶ୍ଚିମ ବଙ୍ଗର (West Bengal) ମୁଖ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ମମତା ବାନାର୍ଜୀଙ୍କୁ (Mamata Banerjee) କଂଗ୍ରେସର ବରିଷ୍ଠ ନେତାମାନେ ଦେଶର ଆଗାମୀ ନେତା ଭାବେ ଦେଖିବା ଆରମ୍ଭ କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ମମତାଙ୍କ ରାଷ୍ଟ୍ରୀୟ ଭାବମୂର୍ତ୍ତି ବଢ଼ିଚାଲିଛି ।

ମମତା ବାନାର୍ଜୀଙ୍କୁ ‘ଦେଶର ନେତା’ ବୋଲି ବର୍ଣ୍ଣନା କରି କଂଗ୍ରେସର ବରିଷ୍ଠ ନେତା କମଲ ନାଥ୍‌ (Kamal Nath) କହିଛନ୍ତି ଯେ ବିଧାନ ସଭା ନିର୍ବାଚନରେ ​​ସେ ଅଭୂତପୂର୍ବ ଢଙ୍ଗରେ ସବୁ ବିରୋଧୀଙ୍କୁ ପରାସ୍ତ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ବିରୋଧରେ ମମତା ବାନାର୍ଜୀଙ୍କୁ ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲାଏନ୍ସର (ୟୁପିଏ) ନିର୍ବାଚନୀ ଚେହେରା ଠିଆ କରାଇବାର ସମ୍ଭାବନା ଉପରେ କମଲ ନାଥ କହିଛନ୍ତି ଯେ ସମୟ ଆସିଲେ ଏହା ବିଷୟରେ ନିଷ୍ପତ୍ତି ନିଆଯିବ ।

ଏହା ବି ପଢ଼ନ୍ତୁ | ଡରିବା ମନା! Colors ଓଡ଼ିଆରେ ଦେଖନ୍ତୁ ହରର୍ ଶୋ‘ ‘କାଳରାତ୍ରି ସିଜିନ୍ ; ସୋମବାରରୁ ଶୁକ୍ରବାର ରାତି ୧୦

‘‘ମମତା ବାନାର୍ଜୀ ଆଜି ଆମ ଦେଶର ନେତା। ସେ ଲଗାତର ତୃତୀୟ ଥର ପାଇଁ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ହୋଇଛନ୍ତି । ସେ ବିଧାନ ସଭା ନିର୍ବାଚନରେ (West Bengal Assembly Polls 2021) ​​କଡ଼ା ପ୍ରତିଯୋଗିତା ପରେ ଏହି ସ୍ଥିତିରେ ପହଞ୍ଚିଛନ୍ତି । ଏମିତି ନିର୍ବାଚନ ଆମ ଦେଶରେ ଆଗରୁ କେବେ ହୋଇନାହିଁ,’’ କହିଛନ୍ତି କମଲ ନାଥ ।

ଏହା ବି ପଢ଼ନ୍ତୁ | COVIDରେ ଆଖି ବୁଜିଲେ CRPF DIG ସୁନୀଲ କୁମାର ପାର୍ଥ; ରାଜ୍ୟରେ ଆଉ ୧୭ ଜୀବନ ନେଲା ମହାମାରୀ

ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ କମଲ ନାଥ


କଂଗ୍ରେସର ବରିଷ୍ଠ ନେତା ଆହୁରି କହିଛନ୍ତି, ‘‘ମମତା ବାନାର୍ଜୀଙ୍କୁ କେନ୍ଦ୍ର ସରକାର, ମୋଦି ଓ ତାଙ୍କ ମନ୍ତ୍ରୀ ତଥା ସିବିଆଇ, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଓ ଆୟକର ବିଭାଗ ସହିତ ଲଢ଼ିବାକୁ ପଡ଼ିଥିଲା । ତଥାପି ସେ ସମସ୍ତଙ୍କୁ ଲାତ ମାରି ତଡ଼ି ଦେଇଛନ୍ତି ।’’

ଏହା ବି ପଢ଼ନ୍ତୁ | ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ଥିତି ଗୁରୁତର; COVID ଆକ୍ରାନ୍ତ ହୋଇ AIIMSରେ ଚିକିତ୍ସାଧୀନ

୨୦୨୪ରେ ମମତା ପ୍ରଧାନ ମନ୍ତ୍ରୀ ପ୍ରାର୍ଥୀ ହେବେ କି?
୨୦୨୪ ଲୋକସଭା ନିର୍ବାଚନରେ ​​ମୋଦିଙ୍କ ବିରୋଧରେ ବିରୋଧୀ ଦଳମାନଙ୍କର ଚେହେରା ରୂପେ ମମତା ବାନାର୍ଜୀଙ୍କୁ ଆକଳନ କରାଯାଇପାରିବ କି ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କମଲ ନାଥ ପ୍ରତ୍ୟକ୍ଷ ଉତ୍ତରରୁ ଦୂରେଇ ରହି କହିଛନ୍ତି, ‘‘ଆମେ ବର୍ତ୍ତମାନ ତାହା ଜାଣି ନାହୁଁ । ୟୁପିଏ ଏହା ବିଷୟରେ ନିଷ୍ପତ୍ତି ନେବ ।’’

ଏହା ବି ପଢ଼ନ୍ତୁ | ୧୮ ବର୍ଷରୁ ଅଧିକ ସବୁ ଓଡ଼ିଶାବାସୀଙ୍କୁ ମାଗଣାରେ ଟିକା ଦେବେ ରାଜ୍ୟ ସରକାର, କହିଲେ ନବୀନ

ପଶ୍ଚିମ ବଙ୍ଗରେ ବିଧାନ ସଭା ନିର୍ବାଚନର ଫଳାଫଳ ଆସିବା ପରେ ଆରମ୍ଭ ହୋଇଥିବା ରାଜନୈତିକ ହିଂସା ବିରୋଧରେ ବିଜେପିର ବିରୋଧକୁ ସୂଚାଇ କମଲ ନାଥ କହିଛନ୍ତି, ‘‘ବର୍ତ୍ତମାନ ବିଜେପି ନେତାମାନେ ପଶ୍ଚିମ ବଙ୍ଗରେ ହିଂସା ଘଟୁଛି ବୋଲି କହିବାକୁ ଚେଷ୍ଟା କରୁଛନ୍ତି । ହିଂସାର ରାସ୍ତା ବହୁତ ଭୁଲ୍‌ । ମୁଁ ବି ଫୋନରେ ବାନାର୍ଜୀଙ୍କ ସହ କଥା ହୋଇ ତାଙ୍କୁ କହିଛି ଯେ ସେ ସମସ୍ତଙ୍କୁ ହିଂସା ଠାରୁ ଦୂରେଇ ରହିବାକୁ କହନ୍ତୁ ।’’



ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ କମଲ ନାଥ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ସହ ଫୋନ୍ ବାର୍ତ୍ତାଳାପ ସମୟରେ ସେ ତାଙ୍କୁ ତାଙ୍କ ରାଜ୍ୟକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।
Published by: Anand ST Das
First published: May 7, 2021, 4:57 PM IST