ଭାରତ ବନ୍ଦର ସମର୍ଥନରେ ରାହୁଲ ଗାନ୍ଧି
- News18 Odia
- Last Updated :
News18 Odia Digital
ନୂଆ ଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସୋମବାର କେନ୍ଦ୍ରର ତିନୋଟି କୃଷି ନିୟମ ବିରୁଦ୍ଧରେ ଆନ୍ଦୋଳନ କରୁଥିବା କୃଷକଙ୍କ 'ଭାରତ ବନ୍ଦ' କୁ ସମର୍ଥନ କରିଛନ୍ତିଯ । ଆଉ କହିଛନ୍ତି ଯେ କୃଷକଙ୍କ ଅହିଂସା ସତ୍ୟଗ୍ରହ ଭାଙ୍ଗି ନାହିଁ। ସଂଯୁକ୍ତ କିଷାନ୍ ମୋର୍ଚ୍ଚା (SKM) ନୂଆ କୃଷି ନିୟମର ଏକ ବର୍ଷ ପୂରଣ ହେବାପରେ ଭାରତ ବନ୍ଦ ଡାକରା ଦେଇଛନ୍ତି । କୃଷକ ସଙ୍ଗଠନ ଚାହୁଁଛନ୍ତି ସରକାର ତୁରନ୍ତ ତିନୋଟି ନୂଆ କୃଷି ଆଇନ ପ୍ରତ୍ୟାହାର କରନ୍ତୁ।
ଗାନ୍ଧି ଟ୍ୱିଟ୍ କରି କହିଛନ୍ତି, ‘‘କୃଷକଙ୍କ ଅହିଂସା ସତ୍ୟଗ୍ରହ ଆଜି ବି ଅକ୍ଷୁର୍ଣ୍ଣ ରହିଛି, କିନ୍ତୁ ଶୋଷଣକାରୀ ସରକାର ଏହାକୁ ପସନ୍ଦ କରନ୍ତି ନାହିଁ ତେଣୁ ଆଜି ଭାରତ ବନ୍ଦ ରହିଛି ।’’
ସୂଚନାଯୋଗ୍ୟ ଯେ କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ କରୁଥିବା ସଂଯୁକ୍ତ କିଷାନ୍ ମୋର୍ଚ୍ଚା ମୁଜାଫରନଗରର ଆୟୋଜିତ ହୋଇଥିବା କିଷାନ ମହାପାଞ୍ଚୟାତରେ ସେପ୍ଟେମ୍ବର ୨୭ରେ 'ଭାରତ ବନ୍ଦ' ଘୋଷଣା କରିଥିଲା।
ରାହୁଲ ଗାନ୍ଧିଙ୍କ ଟ୍ୱିଟ୍
ଭାରତ କିଷାନ ୟୁନିଅନର ମୁଖପାତ୍ର ରାକେଶ ଟିକୌତ କହିଛନ୍ତି ଯେ ତିନୋଟି କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସେ ତାଙ୍କର ଆନ୍ଦୋଳନ ଶେଷ କରିବେ ନାହିଁ। କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ କୃଷକ ଭରତ ବନ୍ଦକୁ ସମର୍ଥନ କରିଛନ୍ତି। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ସମାଜବାଦୀ ପାର୍ଟି ଭଳି ବାମ ଦଳ ଭରତ ବନ୍ଦକୁ ସମର୍ଥନ କରିଛନ୍ତି ।
କଂଗ୍ରେସ, ଆମ୍ ଆଦମୀ ପାର୍ଟି (ଏଏପି), ସମାଜବାଦୀ ପାର୍ଟି (ଏସପି), ତେଲୁଗୁ ଦେଶମ ପାର୍ଟି (ଟିଡିପି), ଜନତା ଦଳ (ଧର୍ମନିରପେକ୍ଷ), ବହୁଜନ ସମାଜ ପାର୍ଟି (ବିଏସପି), ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି), ଦ୍ରାବିଡା ମୁନ୍ନେଟ୍ରା କାଜଗାମ ( ଡିଏମକେ) ସୋମବାର ମଧ୍ୟ ଭାରତ ବନ୍ଦ ଆହ୍ୱାନକୁ ସମର୍ଥନ କରିଛନ୍ତି।
ଏସକେଏମ୍ ନେତା ରାକେଶ ଟିକୌତ ନ୍ୟୁଜ୍ ଏଜେନ୍ସି ANIକୁ କହିଛନ୍ତି ଯେ ସମସ୍ତ ବ୍ୟବସାୟୀ ଓ ଦୋକାନୀମାନେ ଏହି ବନ୍ଦକୁ ସମର୍ଥନ କରିବା ଉଚିତ୍, ସେ ଆହୁରି ମଧ୍ୟ କହିଛନ୍ତି ଯେ ରାସ୍ତା ବନ୍ଦ ରହିବ, କିନ୍ତୁ ଯଦି କେହି ଡାକ୍ତରଙ୍କ କ୍ଲିନିକକୁ ଯିବାକୁ ଚାହାଁନ୍ତି ତେବେ ସେମାନଙ୍କୁ ଯିବାକୁ ଅନୁମତି ଦିଆଯିବ । ଆମ୍ବୁଲାନ୍ସ, ପନିପରିବା ଓ କ୍ଷୀର ଗାଡ଼ି ଚାଲିବ । ସେ କହିଛନ୍ତି, ‘‘ବନ୍ଦ ସମୟରେ ଆମେ ଦିଲ୍ଲୀ ଭିତରକୁ ଯିବୁ ନାହିଁ। ଏହା ସାଧାରଣ ଲୋକଙ୍କ ଆନ୍ଦୋଳନ । ଲୋକେ ଗୋଟିଏ ଦିନ ଛୁଟି ନେଇ କେବଳ ଚାରିଟା ପରେ ଘରୁ ବାହାରକୁ ଯିବା ଉଚିତ୍ ।’’
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।