News18 Odia Digital
Bharat Jodo Yatra: ମଙ୍ଗଳବାର ପଞ୍ଜାବ(Punjab)ର ହୋଶିଆରପୁରରେ 'ଭାରତ ଯୋଡ ଯାତ୍ରା' (Bharat Jodo Yatra)ସମୟରେ ଜଣେ ବ୍ୟକ୍ତି ହଠାତ୍ ଦୌଡ଼ି ଆସି ରାହୁଲ ଗାନ୍ଧି(Rahul Gandhi)ଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କଂଗ୍ରେସ ନେତା(Congress)ଙ୍କ ସହ ଥିବା ଅନ୍ୟ ନେତାମାନେ ସଙ୍ଗେ ସଙ୍ଗେ ସେଠାରୁ ହଟାଇ ଦେଇଥିଲେ। ଏହା ପରେ ରାହୁଲ ଗାନ୍ଧି କହିଥିଲେ ଯେ ଯାତ୍ରା ସମୟରେ ତାଙ୍କ ସୁରକ୍ଷା କ୍ଷେତ୍ରର ତ୍ରୁଟି ହୋଇ ନାହିଁ। ଅନ୍ୟପକ୍ଷରେ ବିଜେପି ସାଂସଦ ବରୁଣ ଗାନ୍ଧି(Varun Gandi)ଙ୍କ ସମ୍ପର୍କରେ ରାହୁଲ ପୁଣି କହିଛନ୍ତି, ମୁଁ ବରୁଣଙ୍କୁ ଆଲିଙ୍ଗନ କରିପାରେ କିନ୍ତୁ ତାଙ୍କ ଧାରଣାକୁ ଗ୍ରହଣ କରିପାରିବି ନାହିଁ।
Shani Gochar 2023: ଶନି ଆପଣଙ୍କ ରାଶି ଛାଡି ଅନ୍ୟ ରାଶିରେ ପ୍ରବେଶ କଲେ..କଣ ରହିବ ପ୍ରଭାବ
ବରୁଣ ଗାନ୍ଧି( Varun Gandhi)କଂଗ୍ରେସକୁ ଆସିବା କିମ୍ବା ଭାରତ ଯୋଡ ଯୋଗରେ ଯୋଗଦେବା ବିଷୟରେ ରାହୁଲ କହିଛନ୍ତି ଯେ ସେ ବିଜେପିରେ ଅଛନ୍ତି ଓ ମୋର ଆଦର୍ଶ (ideal Of BjP) ତାଙ୍କ ଆଦର୍ଶ ସହିତ ମେଳ ଖାଉ ନାହିଁ। ମୋ ପରିବାରର ଏକ ଆଦର୍ଶ ଅଛି। ସେ ଆହୁରି ମଧ୍ୟ କହିଛନ୍ତି, “ବରୁଣ ସେହି ଆଦର୍ଶକୁ ନିଜର କରିଛନ୍ତି। ମୁଁ ବରୁଣଙ୍କୁ ଆଲିଙ୍ଗନ କରିପାରିବି କିନ୍ତୁ ତାଙ୍କ ଆଦର୍ଶକୁ ଗ୍ରହଣ କରିପାରିବି ନାହିଁ। "
ଯାତ୍ରା ସମୟରେ ସୁରକ୍ଷା ତ୍ରୁଟି (Security Breach)ସମ୍ପର୍କରେ ରାହୁଲ ଗାନ୍ଧି କହିଛନ୍ତି ଯେ କେହି ଜଣେ ଆସି ସାକ୍ଷାତ କରି ଚାଲିଗଲେ। ସେ ମୋତେ ଆଲିଙ୍ଗନ କରିବାକୁ ଆସି ବହୁତ ଖୁସି ହେଲେ। ଏହାକୁ ସୁରକ୍ଷା କ୍ଷେତ୍ରରେ ଏକ ତ୍ରୁଟି ବୋଲି କୁହାଯିବ ନାହିଁ।
Shani Gochor 2023: ୩୦ ବର୍ଷ ପରେ କୁମ୍ଭରେ ପ୍ରବେଶ କରିବେ ଶନିଦେବ; ଜାଣନ୍ତୁ କଣ ରହିବ ପ୍ରଭାବ
ରାହୁଲ ଗାନ୍ଧି ଆଜି ତାଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆରଏସଏସ ଏବଂ ବିଜେପି ଦେଶର ସମସ୍ତ ଅନୁଷ୍ଠାନକୁ ନିୟନ୍ତ୍ରଣ କରିଛନ୍ତି। ସେମାନେ ଗଣମାଧ୍ୟମ, ନିର୍ବାଚନ ଆୟୋଗ ଏବଂ ନ୍ୟାୟପାଳିକାକୁ ମଧ୍ୟ ନିଜ ଅଧୀନରେ ନେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗରିବ ଲୋକ ଗରିବ ହେବାପରେ ଦେଶରେ ଧନୀ ହେବାରେ ଲାଗିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।