ସିଦ୍ଧୁ ମୁସେୱାଲାଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି
News18 Odia Digital
Sidhu Moose wala News: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ଦିନ ଶୁଭଦୀପ ସିଂ ସିଦ୍ଧୁ ମୁସେୱାଲାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ନିକଟରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ରାହୁଲ ଗାନ୍ଧି ସ୍ୱର୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପିତାଙ୍କୁ ଭେଟି ଦୁଃଖ ପ୍ରକାଶ କରିଛନ୍ତି।
ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମୁସେୱାଲାଙ୍କ ପିତାମାତାଙ୍କୁ ଭେଟିଥିଲେ। ଚଣ୍ଡିଗଡ଼ରେ ହୋଇଥିବା ବୈଠକରେ ମୁସେୱାଲାଙ୍କ ପିତା ତାଙ୍କ ପୁଅର ହତ୍ୟା ମାମଲାରେ ଶାହଙ୍କଠାରୁ ସିବିଆଇ ତଦନ୍ତ ଦାବି କରିଥିଲେ। ବର୍ତ୍ତମାନ ପଞ୍ଜାବ ପୋଲିସର ଏସଆଇଟି ମୁସେୱାଲା ହତ୍ୟା ମାମଲାର ତଦନ୍ତ କରୁଛି।
ସିଦ୍ଧୁଙ୍କ ପିତା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ
ଏଥି ସହିତ, ପୂର୍ବରୁ ସିଦ୍ଧୁ ମୁସେୱାଲାଙ୍କ ପରିବାର ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ତାଙ୍କ ପୁଅର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ସିଦ୍ଧୁ ମୁସେୱାଲାଙ୍କ ପିତା ମଧ୍ୟ ଅତ୍ୟନ୍ତ ଭାବପ୍ରବଣ ନଜର ଆସିଥିଲେ। ଏଥିସହିତ ଶାହ ମୋସେୱାଲାଙ୍କ ପରିବାରକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଆଶ୍ୱାସନା ଦେଇଥିଲେ।
ମୁସେୱାଲା ମଧ୍ୟ କଂଗ୍ରେସ ଟିକେଟରେ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ
ପ୍ରକାଶ ଥାଉକି ସିଦ୍ଧୁ ମୁସେୱାଲା ମଧ୍ୟ ପଞ୍ଜାବ ବିଧାନସଭା ନିର୍ବାଚନରେ ମାନସା ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯେଉଁଥିରେ ତାଙ୍କର ଭଲ ପ୍ରଶଂସକ ଥିବା ସତ୍ତ୍ବେ ମଧ୍ୟ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଡ଼ଃ. ବିଜୟ ସିଙ୍ଗଲାଙ୍କ ଠାରୁ ହାରିଯାଇଥିଲେ । ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜୟ ସିଙ୍ଗଲା ମୋଟ ୧ ଲକ୍ଷ ୨୪ ହଜାର ଭୋଟ୍ ପାଇଛନ୍ତି। ସେପଟେ ସିଦ୍ଧୁ ମୁସେୱାଲା କେବଳ ୩୬,୭୦୦ ଭୋଟ ପାଇଥିଲେ।
ମେ ୨୯ରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା
ସିଦ୍ଧୁ ମୁସେୱାଲାଙ୍କୁ ମେ ୨୯ ଦିନ ମାନସାରେ ଗୁଳି କରି ହତ୍ୟା କରାଯାଇଥିଲା। ସୂଚନାଯୋଗ୍ୟ ଯେ, ମେ ୨୮ରେ, ପଞ୍ଜାବ ପୋଲିସ ସିଦ୍ଧୁ ମୁସେୱାଲାଙ୍କ ସୁରକ୍ଷାକୁ ହ୍ରାସ କରିଥିଲା, ଏହାର ଠିକ୍ ଗୋଟିଏ ଦିନ ପରେ ତଥା ମେ ୨୯ରେ ଆକ୍ରମଣକାରୀମାନେ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ୮ଟି ପଳାତକ ସୁଟର ଚିହ୍ନଟ ହୋଇଛି, ଯେଉଁମାନଙ୍କ ପାଇଁ ଅନେକ ରାଜ୍ୟର ପୋଲିସ ନିୟୋଜିତ ଅଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।