News18 Odia Digital
Navjot Singh Sidhu in Jail: ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲକୁ ପଠାଯାଇଥିଲା। ଯାହା ପରେ ଜେଲରେ ସେ ଶୁକ୍ରବାର ଦିନ ପ୍ରଥମ ରାତି ବିତାଇଛନ୍ତି। ସିଦ୍ଧୁଙ୍କୁ ପଟିଆଲା କେନ୍ଦ୍ରୀୟ ସଂଶୋଧନ ଗୃହକୁ ପଠାଯାଇଛି। ଏଠାରେ ତାଙ୍କୁ କଏଦୀ ସଂଖ୍ୟା ଓ କକ୍ଷ ବଣ୍ଟନ କରାଯାଇଛି।
ସିଦ୍ଧୁଙ୍କ ସହିତ ଆଉ ଚାରିଜଣ ବନ୍ଦୀ ଉପସ୍ଥିତ ଅଛନ୍ତିଏହା କୁହାଯାଇଛି ଯେ ନବଜୋତ ସିଂ ସିଦ୍ଧୁଙ୍କୁ କଏଦୀ ନମ୍ବର ୧୩୭୬୮୩ ମିଳିଛି। ତାଙ୍କୁ ଏକ କେନ୍ଦ୍ରୀୟ ସଂଶୋଧନ ଗୃହରେ ୧୦×୧୫ କକ୍ଷ ବଣ୍ଟନ କରାଯାଇଛି। ଯେଉଁଥିରେ ତାଙ୍କ ସହିତ ଆଉ ଚାରିଜଣ ବନ୍ଦୀ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ବନ୍ଦୀମାନଙ୍କ ମଧ୍ୟରେ ଦୁଇଜଣ ପୂର୍ବତନ ପୋଲିସ ଓ ଦୁଇଜଣ ସାଧାରଣ ନାଗରିକ ଅଛନ୍ତି ଯେଉଁମାନେ ବିଭିନ୍ନ ଅପରାଧ ପାଇଁ ଦଣ୍ଡ ଭୋଗୁଛନ୍ତି।
ରାତ୍ରୀ ଭୋଜନକୁ ମନାସୂଚନାନୁସାରେ, ନବଜୋତ ସିଂ ସିଦ୍ଧୁ ଜେଲରେ ପହଞ୍ଚିବା ପରେ ପ୍ରଥମ ରାତିରେ ଖାଦ୍ୟ ଖାଇ ନଥିଲେ। ଶୁକ୍ରବାର ସନ୍ଧ୍ୟାରେ ସେ ଡାକ୍ତରୀ ପରୀକ୍ଷା ସମୟରେ ଖାଦ୍ୟ ଖାଇଥିଲେ, ପରେ ସେ ଜେଲରେ ଖାଦ୍ୟ ଖାଇବାକୁ ମନା କରିଦେଇଥିଲେ। ସିଦ୍ଧୁଙ୍କୁ ସାଧାରଣ ବନ୍ଦୀମାନଙ୍କ ପରି ଜେଲରେ ରଖାଯାଇଛି। ସୂତ୍ରରୁ ଏହା କୁହାଯାଇଛି ଯେ ସିଦ୍ଧୁ ଗହମରେ ଆଲର୍ଜି, ଯେଉଁଥିପାଇଁ ତାଙ୍କୁ ଆଜି ଜେଲରେ ପରୀକ୍ଷା କରାଯାଇପାରିବ।
ସିଦ୍ଧୁ କୋର୍ଟରେ ଆତ୍ମସମର୍ପଣ କରିଥିଲେପ୍ରକାଶ ଥାଉକି କି ୧୯୮୮ ମସିହାରେ 'ରୋଡ଼ ରେଜ' ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହେବାର ଗୋଟିଏ ଦିନ ପରେ ନବଜୋତ ସିଂ ସିଦ୍ଧୁ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସିଦ୍ଧୁ ଅପରାହ୍ନ ୪ଟା ପରେ ଆତ୍ମସମର୍ପଣ କରିଥିଲେ ଓ ସେଠାରୁ ବାଧ୍ୟତାମୂଳକ ଡାକ୍ତରୀ ଯାଞ୍ଚ ପାଇଁ ତାଙ୍କୁ ମାତା କୌଶଲ୍ୟା ଡାକ୍ତରଖାନାକୁ ନିଆଯାଇଥିଲା।
ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ପଟିଆଲା କେନ୍ଦ୍ରୀୟ ଜେଲକୁ ପଠାଯାଇଥିଲା। ନବତେଜ ସିଂ ଖେମା, ଅଶ୍ୱିନୀ ସେଖରୀ, ହାର୍ଦ୍ଦିକ ସିଂ କାମ୍ବୋଜ ଓ ପିରାମଲ ସିଂ ଓ ସେମାନଙ୍କ ସମର୍ଥକଙ୍କ ସହ ସିଦ୍ଧୁ ତାଙ୍କ ବାସଭବନରୁ କୋର୍ଟକୁ ଯାଇଥିଲେ। ଏହାପୂର୍ବରୁ ସିଦ୍ଧୁ ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟଙ୍କଠାରୁ ସମୟ ମାଗିଥିଲେ ମଧ୍ୟ ତାଙ୍କ ଦାବି ଶୁଣାଣି ହୋଇନଥିଲା। ଯାହା ପରେ ସିଦ୍ଧୁ ଆତ୍ମସମର୍ପଣ କଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।