ଲୋକସଭା ସିଟ୍ ବଢ଼ାଇ ପାରନ୍ତି ମୋଦି ସରକାର; ଏମିତି ଦାବି କଲେ କଂଗ୍ରେସ ନେତା ମନୀଷ ତିୱାରୀ

ବର୍ତ୍ତମାନ ଟ୍ବିଟକୁ ନେଇ ଚର୍ଚ୍ଚାରେ ଆସିଛନ୍ତି କଂଗ୍ରେସ ନେତା ମନୀଷ ତିୱାରୀ, ଯେଉଁଥିରେ ସେ ଲୋକସଭା ସିଟ୍ ବଢ଼ାଯିବା ବିଷୟରେ ଆଲୋଚନା କରିଛନ୍ତି । ଆଉ ତାଙ୍କ ଏହି ଟ୍ବିଟରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ୍ ।

ଲୋକସଭା ସିଟ୍ ବଢ଼ିବା ଦାବି କଲେ ମନୀଷ ତିୱାରୀ

ଲୋକସଭା ସିଟ୍ ବଢ଼ିବା ଦାବି କଲେ ମନୀଷ ତିୱାରୀ

  • Share this:
News18 Odia Digital

ନୂଆ ଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସବୁ ଦଳର ନେତାମାନେ ବର୍ତ୍ତମାନ ଲୋକସଭା ନିର୍ବାଚନକୁ ଦଷ୍ଟିରେ ରଖି ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ମନୀଷ ତିୱାରୀ ଦାବି କରିଛନ୍ତି ଯେ ଏଥର ଲୋକସଭାରେ ଆସନ ସଂଖ୍ୟା ବୃଦ୍ଧି କରିପାରନ୍ତି ମୋଦୀ ସରକରା । ଏଥି ପାଇଁ ବିଜେପି ସରକାର ଏକ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି ।

ଖାଲି ଏତିକି ନୁହେଁ ସେ ଦାବି କରିଛନ୍ତି ଯେ ସଂଖ୍ୟା ବୃଦ୍ଧି ପାଇଁ ସଂସଦରେ ଏକ ନୂଆ ଚାମ୍ବର ମଧ୍ୟ ପ୍ରସ୍ତୁତ କରାଯାଉଛି । ତାଙ୍କ ଏହି କଥାକୁ ନେଇ ବର୍ତ୍ତମାନ ସବୁ ମହଲରେ ଚର୍ଚ୍ଚା ।

ମନୀଷ ତିୱାରୀ ଏକ ଟ୍ବିଟ କରି ଏହା ବିଷୟରେ ଜଣାଇଛନ୍ତି  । ଯେଉଁଥିରେ ସେ ଲେଖିଛନ୍ତି, ‘‘ମତେ ବିଜେପିର ସଂସଦୀୟ ସହ କର୍ମୀମାନେ କହିଛନ୍ତି ଯେ ୨୦୨୪ ପୂର୍ବରୁ ଲୋକସଭା ସଂଖ୍ୟାକୁ ୧,୦୦୦ କିମ୍ବା ତା’କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି  । ୧,୦୦୦ ସିଟ୍ ବିଶିଷ୍ଟ ଏକ ନୂଆ ସଂସଦ ହଲ୍ ନିର୍ମାଣ କରାଯାଉଛି । ଏହା କରିବା ପୂର୍ବରୁ ଏକ ଗମ୍ଭୀର ଜନସାଧାରଣଙ୍କ ପରାମର୍ଶ ନେବା ଉଚିତ୍ ।’’

ତିୱାରୀଙ୍କ ଟ୍ବିଟ ଉପରେ ମତ ଦେଇ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ୍ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଜନସାଧାରଣଙ୍କ ବିତର୍କର ଆବଶ୍ୟକତା ରହିଛି । ଆମ ପରି ଏକ ବଡ଼ ଦେଶ ଅଧିକ ନିର୍ବାଚିତ ପ୍ରତିନିଧୀ ଆବଶ୍ୟକ କରେ । ହେଲେ ଯଦି ଏହି ବୃଦ୍ଧି ଜନସଂଖ୍ୟା ଆଧାରରେ କରାଯାଏ, ତାହାଲେ ଏହା ଦକ୍ଷିଣ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ବକୁ ଆହୁରି ହ୍ରାସ୍ କରିବ । ଯାହା ଗ୍ରହଣୀୟ ହେବ ନାହିଁ ।’’

ସମ୍ବିଧାନ ଅନୁଯାୟୀ, ଲୋକସଭାରେ ସର୍ବାଧିକ ୫୫୨ ସଦସ୍ୟ ରହିପାରିବେ । ଏଥିରେ ରାଜ୍ୟରୁ ୫୩୦ ସଦସ୍ୟ ଓ କେନ୍ଦ୍ରତ ଶାସିତ ପ୍ରଦେଶରୁ ୨୦ ଜଣ ସଦସ୍ୟଙ୍କୁ ଚୟନ କରାଯାଏ । ଏହା ବ୍ୟତୀତ ଆଙ୍ଗ୍ଲୋ-ଭାରତୀୟ ସମ୍ପ୍ରଦାୟର ଦୁଇଜଣ ସଦସ୍ୟ ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ହୁଅନ୍ତି । ଶେଷଥର ପାଇଁ ୧୯୭୭ ମସିହାରେ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଥିଲା । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଥିରେ କହିଥିଲେ ଯେ ଲୋକସଭାରେ ଆସନ ସଂଖ୍ୟା ଏକ ହଜାରରୁ ଅଧିକ ହେବା ଉଚିତ୍ ।
Published by:Lipina Das
First published: