ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା ଅଧୀର ରଞ୍ଜନ
News18 Odia Digital
Gujarat SIT Probe: ଗୁଜୁରାଟର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ପାଇଁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏକ ଅପମାନଜନକ ଶବ୍ଦ ବ୍ୟବହାର କରିଛନ୍ତି। ତାଙ୍କର ଏହି ବୟାନ ଏମିତି ସମୟରେ ଆସିଛି ଯେବେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଦିବଂଗତ ଦଳର ନେତା ଅହମ୍ମଦ ପଟେଲ ଓ ସମାଜସେବୀ ତିସ୍ତା ସିତଲୱାଦ ବିରୋଧରେ ଗମ୍ଭୀର ଅଭିଯୋଗ ହୋଇଛି।
ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ଅଧୀର ରଞ୍ଜନ ଚୌଧୁରୀ SITକୁ ଏକ ପଶୁ ସହିତ ତୁଳନା କରିଛନ୍ତି। ସେ ନିଜ ବିବୃତ୍ତିରେ କହିଛନ୍ତି, ‘‘ପିଲାଦିନରୁ ଆମେ ଆମ ଘରେ ପଶୁ ରଖୁ, ଯେତେବେଳେ ଆମେ କହୁ ସେ ଉଠେ ଓ ଯେତେବେଳେ ବସିବାକୁ କୁହାଯାଏ, ସେ ବସେ। ଯଦି କୌଣସି ପ୍ରଦେଶର SIT ଅନୁସନ୍ଧାନ କରେ ତେବେ ଫଳାଫଳ ଏମିତି ହିଁ ଆସିବ, ନୁହେଁ କି?’’
ଖାଲି ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି, ‘‘ଯଦି ମୁଁ ଏସଆଇଟି ପାଏ, ତେବେ ମୁଁ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଘଣ୍ଟା ମଧ୍ୟରେ ଜେଲକୁ ପଠାଇବି।’’
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।