News18 Odia Digital
ନୂଆଦିଲ୍ଲୀ : ନାଗାଲାଣ୍ଡ ଏବଂ ମେଘାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ସୋ’। ନାଗାଲାଣ୍ଡ ଦିମାପୁରରେ ବିଜେପି ପାଇଁ ପ୍ରଚାର କରି ପ୍ରଧାନମନ୍ତ୍ରୀ ଡବଲ ଇଞ୍ଜିନ ସରକାର ଏବଂ ବିଜେପିର ବିକାଶ ମଡେଲ କଥା ବଖାଣିଛନ୍ତି । ମୋଦି କହିଛନ୍ତି ଯେ, ନାଗାଲାଣ୍ଡରେ ବିଜେପି କ୍ଷମତାକୁ ଆସିବା ପରେ ଦୁର୍ନୀତି ବନ୍ଦ ହୋଇଛି । ସରକାରୀ ଯୋଜନାର ସିଧାସଳଖ ଫାଇଦା ହିତାଧିକାରୀଙ୍କୁ ହିଁ ମିଳୁଛି । ପୂର୍ବାଞ୍ଚଳର ୮ଟି ରାଜ୍ୟକୁ ବିଜେପି ଅଷ୍ଟଲକ୍ଷ୍ମୀଙ୍କ ସହ ତୁଳନା କରି, ଶାନ୍ତି ଓ ବିକାଶ ପାଇଁ କାମ କରୁଥିବା କହିଛନ୍ତି ସେ ।
ନାଗଲାଣ୍ଡ ପରେ ମେଘାଳୟରେ ମାରାଥନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ । ସିଲଂରେ ରୋଡ୍ ସୋ କରିବା ସହ ତୁରାରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମେଘାଳୟର ବିକାଶ କରିବା ସହ, ବିଜୟ ପରେ ସବୁ ଋଣ ସୁଝି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ମୋଦି । କଂଗ୍ରେସ ଶାସନ କାଳରେ ସରକାରୀ ସହାୟତା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚୁ ନଥିଲା । ଏହା ରାଜନେତାଙ୍କ ପକେଟକୁ ଯାଉଥିଲା । ପୂର୍ବାଞ୍ଚଳକୁ କଂଗ୍ରେସ, ATM ଭାବେ ବ୍ୟବହାର କରୁଥିବା ବୋଲି କହିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ନାଗାଲାଣ୍ଡର ବିଭିନ୍ନ ଅଞ୍ଚଳରୁ ଆର୍ମଡ୍ ଫୋର୍ସେସ ସ୍ପେଶାଲ ପାୱାର୍ସ ଆକ୍ଟ (AFSPA) ହଟିଛି । ଆସନ୍ତା ଦିନରେ ସ୍ଥିତି ସୁଧୁରିବା ପରେ ପୂରା ରାଜ୍ୟରୁ ପ୍ରତ୍ୟାହୃତ ହେବ । କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ପୂର୍ବରୁ ରାଜ୍ୟରେ ଡିଭାଇଡ୍ ପଲିଟିକ୍ସ ବା ବିଭାଜିତ ରାଜନୀତି ଚାଲିଥିଲା । ମାତ୍ର ଏବେ ଡିଭାଇନ୍ ଗଭର୍ଣ୍ଣାନ୍ସ ଚାଲିଛି ।
ପଢନ୍ତୁ ଏହି ଖବର :
http://ଭାଗ୍ୟ ବଦଲାଇ ଦେଲା ମିଶନ ଶକ୍ତି ଯୋଜନା; ବର୍ଷକୁ ୭ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି ଗୌଡ଼ଗାଁର ୧୦ ମହିଳାଆସନ୍ତା ୨୭ରେ ମେଘାଳୟ ଏବଂ ନାଗାଲାଣ୍ଡରେ ଭୋଟ୍ ଗ୍ରହଣ । ପୂର୍ବରୁ ଫେବ୍ରୁଆରି ୧୬ରେ ତ୍ରିପୁରା ଭୋଟ୍ ସରିଛି । ୬୦ଟି ଲେଖାଏଁ ବିଧାନସଭା ଆସନ ଥିବା ଏହି ୩ଟି ଯାକ ରାଜ୍ୟରେ ଫଳାଫଳ ମାର୍ଚ୍ଚ ୨ ତାରିଖରେ ପ୍ରକାଶ ପାଇବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।