News 18 Odia Digital
ଜମ୍ମୁ କାଶ୍ମୀର : କଂଗ୍ରେସ ଛାଡିବା ପରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର ଦିନ ଜାମ୍ମୁର ସୈନିକ କଲୋନୀରେ ତାଙ୍କର ପ୍ରଥମ ରାଲି କରିଛନ୍ତି । ରାଲିରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଏବଂ ତାଙ୍କୁ ସମର୍ଥନ କରୁଥିବା ନେତାମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ସେ ଆଜିଠାରୁ ତାଙ୍କର ନୂତନ ରାଜନୌତିକ ଯାତ୍ରା ଆରମ୍ଭ କରିଛନ୍ତି ।
ରକ୍ତ ଏବଂ ଝାଳରେ କଂଗ୍ରେସ ତିଆରି କରିଛିବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ, "ଆମେ କଂଗ୍ରେସ ତିଆରି କରିଛୁ ... ଆମ ରକ୍ତ ଏବଂ ଝାଳରେ କଂଗ୍ରେସ ତିଆରି ହୋଇଛି । ଏହା କେଉଁ କମ୍ପ୍ୟୁଟରରେ ତିଆରି ହୋଇନାହିଁ । ଯେଉଁମାନେ ଆମକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଥରେ ଭାବିବା ଦରକାର କୋଉଟା ଠିକ୍ ଆଉ ଭୁଲ ।
ସାଧାରଣ ସଭାରେ କଂଗ୍ରେସର ହାଲା ବୋଲ କାର୍ଯ୍ୟକ୍ରମକୁ ଗୁଲାମ ନବୀ ଆଜାଦ ମଧ୍ୟ ଟାର୍ଗେଟ କରିଛନ୍ତି । କହିଛନ୍ତି ଯେ କଂଗ୍ରେସର ଏମିତିକା କାର୍ଯ୍ୟକ୍ରମରେ ଲୋକମାନେ ବସ୍ରେ ଜେଲ୍କୁ ଯାଆନ୍ତି, ସେମାନେ ଡିଜିପି, କମିଶନରଙ୍କୁ ଡାକନ୍ତି, ସେମାନଙ୍କର ନାମ ଲେଖନ୍ତି ଏବଂ ଗୋଟିଏ ଘଣ୍ଟା ମଧ୍ୟରେ ଜେଲ୍ରୁ ପଳେଇ ଆସନ୍ତି । ଏହି କାରଣରୁ କଂଗ୍ରେସ ଆଗକୁ ଯାଇ ପାରୁନାହିଁ ବୋଲି କହିଛନ୍ତି ।
କଂଗ୍ରେସ ପାଇଁ ୫୦ ବର୍ଷ କାମ କରିଛିଗୁଲାମ ନବୀ କହିଛନ୍ତି ଯେ ସେ ଦଳ ପାଇଁ ୫୦ ବର୍ଷ କାମ କରିଛନ୍ତି । ସେ କହିଛନ୍ତି, 'ଆଜି ମୁଁ କିଛି ନୁହେଁ, ତଥାପି ମୁଁ ରାଜ୍ୟବାସୀଙ୍କଠାରୁ ଅନେକ ଭଲ ପାଇବା ପାଇଛି । ମୋ ଯୋଗୁ ଆଜି ଅନେକ ଲୋକ ଦଳରୁ ଇସ୍ତଫା ଦେଇଛନ୍ତି, ମୋତେ ଏତେ ଭଲ ପାଇବା ଓ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ।"
ଆଜାଦ ପରେ ଅନେକ ନେତା ଦଳ ଛାଡିଛନ୍ତି୭୩ ବର୍ଷିୟ ଗୁଲାମ ନବୀ ଆଜାଦ ୨୬ ଅଗଷ୍ଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପରେ ସେ କହିଥିଲେ ଯେ ମତେ କଂଗ୍ରେସକୁ ଛାଡିବାକୁ ବାଧ୍ୟ କରାଯାଇଥିଲା । ତାଙ୍କ ଇସ୍ତଫା ପରେ କଂଗ୍ରେସର ଅନେକ ନେତା ଇସ୍ତଫା ଦେଇଥିଲେ । ଜାମ୍ମୁ କାଶ୍ମୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ, ୮ ଜଣ ପୂର୍ବତନ ମନ୍ତ୍ରୀ, ଜଣେ ପୂର୍ବତନ ସାଂସଦ, ୯ ଜଣ ବିଧାୟକ, ଏହା ବ୍ୟତୀତ ପଞ୍ଚାୟତ ସ୍ତରର ଅନେକ ନେତା ମଧ୍ୟ ଦଳ ଛାଡି ଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।