ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଆମାଜନ୍ ଭାରତରେ ୮,୫୪୬ କୋଟି ଟଙ୍କା ଲାଞ୍ଚ ଦେଇଛି; PM ମୋଦି ଜବାବ ଦିଅନ୍ତୁ: କଂଗ୍ରେସ

ଆମାଜନ୍ ଭାରତରେ ୮,୫୪୬ କୋଟି ଟଙ୍କା ଲାଞ୍ଚ ଦେଇଛି; PM ମୋଦି ଜବାବ ଦିଅନ୍ତୁ: କଂଗ୍ରେସ

Congress demands probe into Amazon bribes allegedly paid in India | ନିକଟରେ ଆସିଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ସରକାରୀ ଅଧିକାରୀମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗରେ ଆମାଜନ୍ ନିଜର କେତେକ ଆଇନ ପ୍ରତିନିଧୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି ।

ଆମାଜନ୍ ଭାରତରେ ୮,୫୪୬ କୋଟି ଟଙ୍କା ଲାଞ୍ଚ ଦେଇଛି; PM ମୋଦି ଜବାବ ଦିଅନ୍ତୁ: କଂଗ୍ରେସ
ଆମାଜନର ଲାଞ୍ଚ ବିଷୟରେ କହିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା (ଫାଇଲ୍ ଫଟୋ)
  • News18 Odia
  • Last Updated: September 22, 2021, 6:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆମେରିକାର ଇ-କମର୍ସ କମ୍ପାନୀ ଆମାଜନ (Amazon) ଗଲା ଦୁଇ ବର୍ଷ ମଧ୍ୟରେ ଭାରତରେ ଆଇନଗତ ଫି ନାମରେ କଥିତ ରୂପେ ଦେଇଥିବା ୮,୫୪୬ କୋଟି ଟଙ୍କା ଲାଞ୍ଚ ସମ୍ପର୍କରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରୁ ଜବାବ ମାଗିଛି କଂଗ୍ରେସ ଦଳ ।

କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସିଂ ସୁରଜେୱାଲା (Randeep Singh Surjewala) ଏକ ସାମ୍ବାଦିକ ସମ୍ମିଳନୀରେ ବୁଧବାର ଦିନ କହିଛନ୍ତି ଯେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ତତ୍ତ୍ୱାବଧାନରେ ଏହି ଲାଞ୍ଚ ଅଭିଯୋଗର ଯାଞ୍ଚ କରାଯିବା ଉଚିତ ।

ଏହା ବି ପଢ଼ନ୍ତୁ | ବନ ବିଭାଗ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ: ପତ୍ନୀ ବିଦ୍ୟାଭାରତୀଙ୍କ ମିଛଧରା ପରୀକ୍ଷା ହେଲା; ଅଢ଼େଇ ଘଣ୍ଟା ଧରି ଚାଲିଲା

‘‘ଭାରତ ସରକାରଙ୍କ କେଉଁ ସରକାରୀ ତଥା ଉଚ୍ଚ ରାଜନେତା ଆମାଜନଠାରୁ ୮,୫୪୬ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି? ଆଇନ ଓ ନିୟମ ବଦଳାଇ ଆମାଜନ ପରି ଇ-କମର୍ସ କମ୍ପାନୀଗୁଡ଼ିକର ବ୍ୟବସାୟ ସୁହାଇବା ପାଇଁ ଓ ଦେଶ ସାରା ଛୋଟ ଦୋକାନୀ ଏବଂ ଶିଳ୍ପ ବ୍ୟବସାୟ ବନ୍ଦ କରିବା ପାଇଁ ମୋଦି ସରକାରଙ୍କୁ ଏହି ଲାଞ୍ଚ ଦିଆଯାଇଥିଲା କି?” ସୁରଜେୱାଲା ପଚାରିଛନ୍ତି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ଭାସି ନିଖୋଜ ହୋଇଥିବା ସ୍କୁଲ୍ଛାତ୍ରଙ୍କ ମୃ୍ତ ଦେହ ମିଳିଲା

କଂଗ୍ରେସ ନେତା ଆମାଜନ ବିଷୟରେ ଆସିଥିବା ଏକ ରିପୋର୍ଟକୁ ସୂଚାଇ ଏହା କହିଛନ୍ତି, ଯେଉଁ ରିପୋର୍ଟରେ କୁହାଯାଇଛି ଯେ ୨୦୧୮ରୁ ୨୦୨୦ ମଧ୍ୟରେ ଭାରତରେ ନିଜ ଉପସ୍ଥିତି ବଜାୟ ରଖିବା ପାଇଁ ଆମାଜନ୍‌ ୮,୫୪୬ କୋଟି ଟଙ୍କା ବା ୧.୨ ବିଲିଅନ୍‌ ଡଲାର୍‌ ନିଜ ଆଇନ ପ୍ରତିନିଧୀମାନଙ୍କ ଦ୍ୱାରା କଥିତ ରୂପେ ଲାଞ୍ଚ ଭାବେ ଦେଇଛି (Amazon bribe allegations)।

ଏହା ବି ପଢ଼ନ୍ତୁ | ଚାନ୍ଦିପୁର ITRରେ ତଥ୍ୟ ଲିକ୍: କ୍ରାଇମ୍ବ୍ରାଞ୍ଚ ତଦନ୍ତ ପରିସରକୁ ଆସିଲେ ମୁଖ୍ୟ ସୁରକ୍ଷା ଅଧିକାରୀ

ଭାରତରେ ଆଇନଗତ ଓ ବୃତ୍ତିଗତ ସେବା ଉପରେ କମ୍ପାନୀ କରିଥିବା ଖର୍ଚ୍ଚ ଓ କଥିତ ଲାଞ୍ଚ ବିଷୟରେ ଏକ ତଦନ୍ତ ହେବ ବୋଲି ଆମାଜନ ଇଣ୍ଡିଆ ସ୍ପଷ୍ଟ କରିଛି।



“ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମାମଲାରେ କାହିଁକି ଚୁପ୍ ଅଛନ୍ତି? ସେ ଆମାଜନ୍‌ କମ୍ପାନୀ ବିରୋଧରେ ଆସିଥିବା ଲାଞ୍ଚ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ପାଖରେ ଦାବି କରିବେ କି? ଦେଶରେ ଏହି ତଥାକଥିତ ଲାଞ୍ଚ ଦୁର୍ନୀତିର ତଦନ୍ତ ସୁପ୍ରିମ କୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା କରାଯିବା ଉଚିତ ନୁହେଁ କି?” ପଚାରିଛନ୍ତି ସୁରଜେୱାଲା ।

ଏହା ବି ପଢ଼ନ୍ତୁ | Pipili bypoll: ପିପିଲି ଉପନିର୍ବାଚନ ପାଇଁ ତିନି ଦଳ ଅଣ୍ଟା ଭିଡ଼ିଲେ, ପ୍ରକାଶ କଲେ ଷ୍ଟାର୍ପ୍ରଚାରକ ତାଲିକା

ସେପ୍ଟେମ୍ବର ୧୯ରେ ‘ମର୍ଣ୍ଣିଂ କଣ୍ଟେକ୍ସ୍ଟ’ ପ୍ରକାଶ କରିଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ସରକାରୀ ଅଧିକାରୀମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗରେ ଆମାଜନ୍‌ ନିଜର କେତେକ ଆଇନ ପ୍ରତିନିଧୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେ ନିଶାମୁକ୍ତି ନାଁରେ ଯୁବକକୁ ପିଟିପିଟି ହତ୍ୟା କରିଥିଲେ; କେନ୍ଦ୍ରର ମାଲିକ ଧରାପଡ଼ିଲା

ନିକଟରେ ଗୁଜରାଟର ଉପକୂଳବର୍ତ୍ତୀ କଛ୍‌ ଜିଲ୍ଲାରେ ଥିବା ମୁନ୍ଧ୍ରା ବନ୍ଦରରେ ଡି.ଆର୍‌.ଆଇ. ଦ୍ୱାରା ଜବତ ହୋଇଥିବା ୨୦,୦୦୦ କୋଟି ଟଙ୍କାର ହେରୋଇନ୍‌ ବିଷୟରେ ବି ସୁରଜେୱାଲା ପ୍ରଧାନ ମନ୍ତ୍ରୀଙ୍କଠାରୁ ଜବାବ ମାଗିଛନ୍ତି । ପ୍ରାୟ ୩,୦୦୦ କିଲୋଗ୍ରାମ୍‌ ହେରୋଇନ୍‌ ଆଫଗାନିସ୍ତାନରୁ ଆସିଥିଲା ବୋଲି ଜଣାପଡ଼ିଛି ।
Published by: Anand S.T. Das
First published: September 22, 2021, 6:49 PM IST